ବନ୍ଧୁ ସାଜିଲା ପିଶାଚ: ଉଧାର ଟଙ୍କା ମାଗିବାରୁ ନେଲା ବନ୍ଧୁର ଜୀବନ

ବିଶ୍ୱାସରେ ମିଳିଲା ଧୋକା । ବନ୍ଧୁ ସାଜିଲା ପିଶାଚ। କିଛି ଟଙ୍କା ପାଇଁ ନିଜ ବନ୍ଧୁକୁ ଦେଲା ଏମିତି ଧୋକା ଯାହାକୁ କଳ୍ପନାରେ ବି କେହି କେବେ ଭାବି ପାରିବେ ନାହିଁ । ଶେଷରେ ଭୁଲିଗଲା ସବୁ ସମ୍ପର୍କ । ବନ୍ଧୁର ଜୀବନ ନେଇଗଲା ବନ୍ଧୁ । ଉଧାର ଟଙ୍କା ମାଗିବା ହେଲା କାଳ ।

ଜୟପୁର(କେନ୍ୟୁଜ) : ବିଶ୍ୱାସରେ ମିଳିଲା ଧୋକା । ବନ୍ଧୁ ସାଜିଲା ପିଶାଚ। କିଛି ଟଙ୍କା ପାଇଁ ନିଜ ବନ୍ଧୁକୁ ଦେଲା ଏମିତି ଧୋକା ଯାହାକୁ କଳ୍ପନାରେ ବି କେହି କେବେ ଭାବି ପାରିବେ ନାହିଁ । ଶେଷରେ ଭୁଲିଗଲା ସବୁ ସମ୍ପର୍କ । ବନ୍ଧୁର ଜୀବନ ନେଇଗଲା ବନ୍ଧୁ । ଉଧାର ଟଙ୍କା ମାଗିବା ହେଲା କାଳ ।

ଦୁଇଦିନ ମଧ୍ୟରେ ଅଭିଯୁକ୍ତକୁ ଧରିଲା ଜୟପୁର ଟାଉନ ଥାନା ପୋଲିସ୍ । ଯାହାକୁ ବନ୍ଧୁ ବୋଲି ସାହାଯ୍ୟ କରିଥିଲେ, ଉପହାର ଦେଇଥିଲେ, ଖାଲି ସେତିକି ନୁହେଁ ଏମିତିକି ଜେଲରୁ ମୁକୁଳାଇ ଥିଲେ ସେହି ବେହୃଦୟ ବନ୍ଧୁ ହିଁ ନେଇଥିଲା ବନ୍ଧୁର ଜୀବନ ।

ଜୟପୁର ସହର ମଝିର ଜଣାଶୁଣା ଚାହା ଦୋକାନୀ ତାମ୍ବି ଅୟରଙ୍କୁ ତାଙ୍କରି ଘରେ ଗତ ୧୪ଏପ୍ରିଲରେ କହେ ଜଣେ ଦୁର୍ବୁତ୍ତ ବିଭତ୍ସ ଭାବେ ହତ୍ୟା କରିଥିଲା । ଆଉ ଏବେ ଧରାପଡିଛି ଅଭିଯୁକ୍ତ ଜଣକ । ତେବେ ଅଣ୍ଟି ଛୁରୀ ତଣ୍ଟି କାଟିଲା ଭଳି, ତାମ୍ବି ଅୟରଙ୍କ ସହ ଆଉ କିଏ ନୁହେଁ ବରଂ ବନ୍ଧୁ ସୁଦାମ ନାୟକ ଏଭଳି କାଣ୍ଡ କରିଛି । ସାରା ଜୀବନ ପାଇଁ ବନ୍ଧୁ ନାଁ କଳଙ୍କ ଦାଗ ଲଗାଇଦେଇଛି ।

ସୂଚନା ମୁତାବକ, କୋଭିଡ଼ ହସ୍ପିଟାଲରେ ୱାଚମ୍ୟାନ ଭାବେ କାମ କରୁଥିବା ସୁଦାମ ଓ ମୃତକ ତାମ୍ବିଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିଲା । ଉଭୟଙ୍କ ମଧ୍ୟରେ ଟଙ୍କା କାରବାର ହେଉଥିଲା । ଏମିତିକି ଏକ ବାଇକ ମଧ୍ୟ ସୁଦାମକୁ ଉପହାର ଦେଇଥିଲେ ମୃତକ ତାମ୍ବି । ତେବେ ଗାଡି ଚୋରି ଘଟଣାରେ ଜେଲରେ ଥିବା ହତ୍ୟାକାରୀ ସୁଦାମକୁ ଜେଲରୁ ଉଦ୍ଧାର ବି କରିଥିଲେ ତାମ୍ବି । କିନ୍ତୁ କିଏ ଜାଣିଥିଲା ଏଇ ବନ୍ଧୁତ୍ୱ, ଏଇ ନିବିଡ଼ ସମ୍ପର୍କ ହିଁ ଦିନେ ଜୀବନ ନେବ ।

ଏପଟେ ଗତକିଛି ଦିନ ହେଲା ବକେୟା ଟଙ୍କା ମାଗିବା ହିଁ ଚା ବ୍ୟବସାୟୀ ତାମ୍ବିଙ୍କ ମୃତ୍ୟୁର କାରଣ ବୋଲି କହିଛନ୍ତି ଜୟପୁର SDPO ଆଇପିଏସ୍ ଅଙ୍କିତ ବର୍ମା । ତେବେ ଅପରାଧୀ ସୁଦାମ ପାଖରୁ ଦୁଇଟି ବାଇକ ସମେତ ହତ୍ୟା ପାଇଁ ବ୍ୟବହୃତ କିଛି ସାମଗ୍ରୀ ଜବତ କରାଯାଇଥିବା କହିଛନ୍ତି ଶ୍ରୀ ବର୍ମା ।

ବଇରି ସାଜିଲା ବନ୍ଧୁ । ସାମାନ୍ୟ କିଛି ଟଙ୍କା ପାଇଁ ବନ୍ଧୁର ଜୀବନ ନେଇଗଲା ଏଇ ବେଇମାନ୍ ବନ୍ଧୁ । ତେବେ ଷଡ଼ଯନ୍ତ୍ର ପଛରେ ପ୍ରକୃତ କାରଣ ତଦନ୍ତ ପରେ ସାମ୍ନାକୁ ଆସିବା ସହ ବନ୍ଧା ହେଇଛି ଅଭିଯୁକ୍ତ । ଏପଟେ ଗିରଫ ପରେ ଅଭିଯୁକ୍ତ ସୁଦାମ ବିରୋଧରେ କଠୋର ରୁ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.