ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ

ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ଚାଲିଗଲା ୩ ଜୀବନ । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନଟିପିସି ପାୱାର ପ୍ଲାଣ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ଦର୍ଲିପାଲି ଅଞ୍ଚଳର ହୋଇଥିବା ଜଣାପଡ଼ିଛି।

ସୁନ୍ଦରଗଡ (କେନ୍ୟୁଜ): ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ଚାଲିଗଲା ୩ ଜୀବନ । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନଟିପିସି ପାୱାର ପ୍ଲାଣ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ଦର୍ଲିପାଲି ଅଞ୍ଚଳର ହୋଇଥିବା ଜଣାପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ଗୋଟିଏ ବାଇକରେ ୩ ଜଣ ଯୁବକ ଆସୁଥିବା ବେଳେ ଏହି ସମୟରେ ଏନଟିପିସି ପାୱାର ପ୍ଲାଣ୍ଟ ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନେବା ବେଳେ ବାଟରେ ମୃତ୍ୟୁ ହୋଇଥିବା ଜଣାପଡିଛି । ୩ ମୃତକ ଦର୍ଲିପାଲି ଗାଁର ହୋଇଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ବାରା ରାସ୍ତା ଅବରୋଧ କରାଯାଇଛି । ସେପଟେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.