Below header

ବାବୁ ମୁଁ କିଛି ଖାଇନି, ଏମିତି ୪୫ ବର୍ଷ ହେଲାଣି ଏ ଖରାରେ ବୁଲି ବୁଲି ଲଡୁ ବିକୁଛି

ଡହ ଡହ ଖରାରେ ଚାଲି ଚାଲି ବୁଲି ବୁଲି ଏମିତି ମିଠା ଲଡ଼ୁ ବିକ୍ରି କରୁଛନ୍ତି ବୃଦ୍ଧ । ହେଲେ ଆଖିରେ ଆଖିଏ ଲୁହ, ଏବଂ ଛାତିରେ ଅନେକ କୋହ । ଆଉ ସେହି କୋହକୁ ଜାବୁଡି ନଧରିପାରି କାନ୍ଦି ବି ପକାଉଛନ୍ତି ବୃଦ୍ଧ ଜଣଙ୍କ । ଜଣେ ସୋସିଆଲ ମିଡିଆ ୟୁଜର ବୃଦ୍ଧଙ୍କୁ ପଚାରିଦେବାରୁ ସେ ତାଙ୍କୁ ଦେଖି କାନ୍ଦି ପକାଉଛନ୍ତି ।

ଲଡୁ ନିଅ ଲଡୁ…୧୦ ଟଙ୍କାରେ ଦୁଇଟା । ମୁଣ୍ଡରେ ମିଠା ଲଡୁ ଲଦା ହୋଇଛି । ଡହ ଡହ ଖରାରେ ଚାଲି ଚାଲି ବୁଲି ବୁଲି ଏମିତି ମିଠା ଲଡ଼ୁ ବିକ୍ରି କରୁଛନ୍ତି ବୃଦ୍ଧ । ହେଲେ ଆଖିରେ ଆଖିଏ ଲୁହ, ଏବଂ ଛାତିରେ ଅନେକ କୋହ । ଆଉ ସେହି କୋହକୁ ଜାବୁଡି ନଧରିପାରି କାନ୍ଦି ବି ପକାଉଛନ୍ତି ବୃଦ୍ଧ ଜଣଙ୍କ । ଜଣେ ସୋସିଆଲ ମିଡିଆ ୟୁଜର ବୃଦ୍ଧଙ୍କୁ ପଚାରିଦେବାରୁ ସେ ତାଙ୍କୁ ଦେଖି କାନ୍ଦି ପକାଉଛନ୍ତି । ଆଉ ପେଟର ଭୋକ ଯେ କେତେ ଯନ୍ତ୍ରଣା ଦିଏ ସାର୍ଟ ଟେକି ଦେଖାଉଛନ୍ତି । ବାବୁ ମୁଁ କିଛି ଖାଇନି, ଏମିତି ୪୫ ବର୍ଷ ହେଲାଣି ଏ ଖରାରେ ବୁଲି ବୁଲି ଲଡୁ ବିକୁଛି । କିଏ କିଣିଲେ ମୁଁ ମୁଠେ ଖାଇବାକୁ ପାଉଛି ଆଉ କିଏ ନ କିଣିଲେ ମୁଁ ଭୋକରେ ଶୋଉଛି ।

ବୟସ ୭୫ ହେଇଗଲାଣି । ଏ ଘଟଣା ହେଉଛି ନୁଆଦିଲ୍ଲୀର । ନୂଆଦିଲ୍ଲୀର ଜଣେ ୟୁଟ୍ୟୁବର ଏ ଭିଡିଓକୁ ଅପଲୋଡ୍‌ କରିଛନ୍ତି । ଖରା ବର୍ଷା ଶୀତରେ ଏମିତି ବୁଲି ବୁଲି ବ୍ୟବସାୟ କରି ପେଟକୁ ଦୁଇ ମୁଠା ଯୋଗାଡୁ ଥିବା ଏ ବୃଦ୍ଧଙ୍କ କାହାଣୀ ଆଜି ସମସ୍ତଙ୍କ କନ୍ଦେଇ ଦେଉଛି । ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଗରିବ ବୃଦ୍ଧଙ୍କ ଭିଡିଓ । ଯାହାଙ୍କ କାନ୍ଦ ଦେଖିଲେ ଲୋକଙ୍କ ଆଖିରୁ ବି ଲୁହ ଆସିଯାଉଛି । ଭିଡିଓକୁ ସେଫ୍‌ ପଥିକ୍‌ ନାମକ ଜଣେ ୟୁଜର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।

ଭାଇରାଲ ହେଉଥିବା ଏ ଭିଡିଓରେ ଦେଖିବାକୁ ମିଳୁଛି ଯେ ବୃଦ୍ଧ ଜଣଙ୍କ ୪୫ ବର୍ଷ ହେବ ଏମିତି ବୁଲି ବୁଲି ଲଡୁ ବିକ୍ରି କରୁଛନ୍ତି । ବୃଦ୍ଧଙ୍କ ତାଙ୍କର ଏ ବ୍ୟବସାୟ ବିଷୟରେ ପଚରା ଯିବାରୁ ସେ କାନ୍ଦି କାନ୍ଦି କହିଥିଲେ ଆଜ୍ଞା ମୁଁ ଦୀର୍ଘ ୪୫ ବର୍ଷ ହେବ ମୁଣ୍ଡରେ ଏମିତି ଲଡୁ ରଖି ଘର ଘର ବୁଲି ଲଡୁ ବିକୁଛି । ତଥାପି ଦିନେ ଦିନେ ମୋ ପେଟ ଭୋକରେ ରହିଯାଏ । କାହିଁକିନା ଆଜିକାଲିର ଲୋକେ ବଡ ବଡ ମଲ୍‌ ରେଷ୍ଟୁରାଣ୍ଟ ହୋଟେଲ ଯାଇ ମନ ପସନ୍ଦର ଲଡୁ କିଣି ଖାଉଛନ୍ତି । ମୋ ଠୁ ଲଡୁ କିଣି ଖାଇବା ଗ୍ରାହକ ଖୁବ୍‌ କମିଗଲେଣି । ତଥାପି ମୁଁ ଏ ବ୍ୟବସାୟକୁ ଛାଡି ପାରୁନି । କାହିଁକିନା ମୋ ପାଖରେ ପେଟକୁ ଦୁଇ ପଇସା ଦାନା ଯୋଗାଇବାକୁ ଅନ୍ୟ କିଛି ବିକଳ୍ପ ନାହିଁ ।

ତେବେ ଯେତେ ଦିନ ବଞ୍ଚିଛି ଅନ୍ୟ ଉପରେ ବୋଝ ହେବା ଅପେକ୍ଷା ନିଜେ ଦୁଇ ପଇସା ରୋଜଗାର କରି ପେଟକୁ ଦାନା ଦେବା ଉଚିତ ମନେ କରୁଛି । ସୋସିଆଲ ମିଡିଆରେ ଏ ବୃଦ୍ଧଙ୍କ ଭିଡିଓ ଭାଇରାଲ ହେବା ପରେ ଲୋକମାନେ ବୃଦ୍ଧଙ୍କ ପରିଚୟ ଆଉ ଠିକଣା ଜାଣିବାକୁ ଚାହୁଁଛନ୍ତି । ତେବେ ଜଣେ ୟୁଜର କମେଣ୍ଟରେ ନିବେଦନ କରି କହିଛନ୍ତି ଯଦି ଆପଣଙ୍କ ଅଞ୍ଚଳରେ ଏ ଲଡୁ ବ୍ୟବସାୟୀ ଏମିତି ବିକୁଛନ୍ତି ତାହେଲେ ତାଙ୍କୁ ଆର୍ଥିକ ସହାୟତା ଦିଅନ୍ତୁ । ଅଧିକରୁ ଅଧିକ ଏ ବୃଦ୍ଧଙ୍କୁ ସାହାଯ୍ୟ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.