Below header

ChatGPTରେ ଆସିଲା ନୂଆ ଚାଟ ହିଷ୍ଟ୍ରି ଫିଚର୍‌, ଜାଣନ୍ତୁ କେମିତି କରିବ କାମ

ଚାଟ୍ ହିଷ୍ଟ୍ରି ଫିଚର ଟର୍ନ୍ ଅନ୍ କରି, ଆପଣ ଯେତେବେଳେ ଚାହିଁବେ ChatGPT ଦ୍ୱାରା ଆପଣଙ୍କର ପୁରୁଣା ଚାଟକୁ ଜାରି ରଖିପାରିବେ । ଏହି ଫିଚର ଦ୍ୱାରା ଆପଣ ବର୍ତ୍ତମାନ ଚାଟ୍ କୁ ସେଭ୍‌ କରିବେ କି ନାହିଁ ତାହା ନିଜେ ବାଛି ପାରିବେ, ଏବଂ ଅନ୍ୟ ସମସ୍ତ ଜିନିଷ ହିଷ୍ଟ୍ରିରେ ସେଭ୍‌ ହେବ ନାହିଁ ।

OpenAI ସମସ୍ତଙ୍କ ପାଇଁ ChatGPT ର ଚାଟ୍ ହିଷ୍ଟ୍ରି ଫିଚର ଲଞ୍ଚ କରିଛି । ଏହାର ଅର୍ଥ ଆପଣ ବର୍ତ୍ତମାନ ପୂର୍ବରୁ ପଚାରିଥିବା ପ୍ରଶ୍ନର ଉତ୍ତର ପରେ ବି ChatGPTରେ ଦେଖିପାରିବେ । ଆପଣ ମାଗଣା କିମ୍ବା ପେଡ୍‌ ପ୍ଲସ୍ ଭର୍ସନରେ ଏହାକୁ ବ୍ୟବହାର କରିପାରିବେ । ବିନା ଚିନ୍ତାରେ ଆପଣ ଆପଣଙ୍କର ଚାଟ୍ ହିଷ୍ଟ୍ରି ଦେଖିପାରିବେ । ବର୍ତ୍ତମାନ ପାଇଁ ଏହି ଫିଚର କେବଳ ୱେବସାଇଟରେ କାମ କରୁଛି, କିନ୍ତୁ ଖୁବଶୀଘ୍ର ଏହା ମୋବାଇଲ୍ ଆପରେ ମଧ୍ୟ ଆସିଯିବ ।

ଚାଟ୍ ହିଷ୍ଟ୍ରି ଫିଚର ଟର୍ନ୍ ଅନ୍ କରି, ଆପଣ ଯେତେବେଳେ ଚାହିଁବେ ChatGPT ଦ୍ୱାରା ଆପଣଙ୍କର ପୁରୁଣା ଚାଟକୁ ଜାରି ରଖିପାରିବେ । ଏହି ଫିଚର ଦ୍ୱାରା ଆପଣ ବର୍ତ୍ତମାନ ଚାଟ୍ କୁ ସେଭ୍‌ କରିବେ କି ନାହିଁ ତାହା ନିଜେ ବାଛି ପାରିବେ, ଏବଂ ଅନ୍ୟ ସମସ୍ତ ଜିନିଷ ହିଷ୍ଟ୍ରିରେ ସେଭ୍‌ ହେବ ନାହିଁ । ଧ୍ୟାନ ଦିଅନ୍ତୁ ଯଦି ଆପଣ ପୂର୍ବରୁ ଚାଟ୍ ହିଷ୍ଟ୍ରି ସେଭ୍‌ ନକରିବାର ଅପ୍ସନ ବାଛିଥିବେ, ତେବେ ଏହି ଫିଚର ଆପଣଙ୍କ ପାଇଁ କାମ କରିବ ନାହିଁ ।

ବର୍ତ୍ତମାନ ସମସ୍ତ ଚାଟ୍ ଜିପିଟି ପ୍ଲସ୍ ୟୁଜର୍ସ (ୟୁରୋପ ଏବଂ କୋରିଆ ବ୍ୟତୀତ) ଚାଟବଟର ମେମୋରୀ ଫିଚର ବ୍ୟବହାର କରିପାରିବେ । ଏହି ଫିଚର ଫେବୃଆରୀରେ ପରୀକ୍ଷା ପାଇଁ ଆରମ୍ଭ କରାଯାଇଥିଲା । ଏହି ଫିଚର ସାହାଯ୍ୟରେ ଆପଣ କିଛି ଜିନିଷ ChatGPT Plus କୁ ମନେରଖିବାକୁ କହିପାରିବେ ।

OpenAI କହିଛି ଯେ ଏହି ମେମୋରୀ ଫିଚର ChatGPTକୁ ଆପଣଙ୍କର ଭଲ ଫ୍ରେଣ୍ଡ କରିବ । ଆପଣ ଯାହା କିଛି ମନେ ରଖିବାକୁ କହିବେ, ଏହା ସେହି ସବୁ ଜିନିଷକୁ ମନେ ରଖିବ ଏବଂ ଠିକ୍‌ ସମୟରେ ଆପଣଙ୍କୁ ସାହାଯ୍ୟ କରିବ । ଉଦାହରଣ ସ୍ୱରୂପ, ଯଦି ଆପଣ ବାରମ୍ବାର କଫି ସପ୍‌ ଖୋଜିବାରେ ମେମୋରୀ ଫିଚର ବ୍ୟବହାର କରୁଥିବେ, ତେବେ ଏହା ପରବର୍ତ୍ତୀ ସମୟରେ ଆପଣଙ୍କୁ କଫି ସପ୍‌ ପାଇଁ ପରାମର୍ଶ ଦେବ । ଏହା ସହିତ, ChatGPT କଣ ମନେ ରଖବ ଏବଂ କଣ ଭୁଲିବ, ତାକୁ ଆପଣ କଣ୍ଟ୍ରୋଲ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.