Below header

ରାଜ୍ୟ ବିଜେପିର ସଂକଳ୍ପ ପତ୍ର ଉନ୍ମୋଚିତ, ଧାନ କ୍ବିଣ୍ଟାଲ ପିଛା କ୍ରୟ ମୂଲ୍ୟ ୩୧୦୦ ଟଙ୍କା ଧାର୍ଯ୍ୟ କରାଯିବ କହିଲେ

ରାଜ୍ୟ ବିଜେପିର ସଂକଳ୍ପ ପତ୍ର ଉନ୍ମୋଚିତ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି।

ରାଜ୍ୟ ବିଜେପିର ସଂକଳ୍ପ ପତ୍ର ଉନ୍ମୋଚିତ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି। ବିଜେପିର ସଂକଳ୍ପ ପତ୍ର ମୋଦିଙ୍କ ଗ୍ୟାରେଣ୍ଟି ବୋଲି ସଂକଳ୍ପ ପତ୍ର ଉନ୍ମୋଚନ ସମାରୋହରେ ଜେ.ପି. ନଡ୍ଡା ଉଦ୍ ବୋଧନ ଦେଇଛନ୍ତି । ଗତ ୧୦ ବର୍ଷରେ ରାଜନୈତିକ ସଂସ୍କୃତିରେ ପରିବର୍ତ୍ତନ ଆସିଛି । ବିଜେପିର ସଂକଳ୍ପ ପତ୍ର ହେଉଛି ମୋଦିଙ୍କ ଗ୍ୟାରେଣ୍ଟି ।

ଧାନ କ୍ବିଣ୍ଟାଲ ପିଛା କ୍ରୟ ମୂଲ୍ୟ ୩ ହଜାର୧୦୦ ଟଙ୍କା ଧାର୍ଯ୍ୟ କରାଯିବ। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ। ଓଡ଼ିଆଙ୍କ ପାଇଁ ମେଟ୍ରୋ ସହରରେ ଓଡ଼ିଆ ଭବନ ପ୍ରତିଷ୍ଠା କରାଯିବ । ମତ୍ସ୍ୟଜୀବୀଙ୍କୁ ଅଣ ଉତ୍ପାଦନ ସମୟରେ ୧୦ ହଜାର ଟଙ୍କା ସହାୟତା ଦିଆଯିବ। ଓଡ଼ିଆରେ ଆଇନ, ମେଡିକାଲ ଓ ଇଞ୍ଜିନିୟର ପାଠ୍ୟକ୍ରମ ପ୍ରଚଳନ କରାଯିବା ଆଦି ନେଇ ବିଜେପିର ସଂକଳ୍ପ ପତ୍ର ଉନ୍ମୋଚନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.