ଭସ୍ମ ଆଳତୀରେ ହନୁମାନ ସ୍ୱରୂପରେ ଦର୍ଶନ ଦେଲେ ବାବା ମହାକାଳ, ଭାଙ୍ଗ ଏବଂ ଡ୍ରାଏଫ୍ରୁଟ୍ସରେ କରାଗଲା ଶୃଙ୍ଗାର

ଚୈତ୍ର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ମଧ୍ୟପ୍ରଦେଶ ଉଜ୍ଜୈନରେ ଥିବା ବିଶ୍ୱ ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରରେ ବାବା ମହାକାଳଙ୍କ ହନୁମାନ ବେଶ କରାଯାଇଛି । ବାବାଙ୍କୁ ଡ୍ରାଏ ଫ୍ରୁଟ୍ସ ଏବଂ ଭାଙ୍ଗରେ ସଜା ଯାଇଛି । ଆଜି ଭୋର ୪ଟାରୁ ମନ୍ଦିର କପାଟ ଖୋଲିବା ସହିତ ପୂଜାରୀ ଗର୍ଭଗୃହରେ ସ୍ଥାପିତ ଭଗବାନଙ୍କ ପ୍ରତିମାଙ୍କ ପୂଜା କରିଥିଲେ ।

ମଧ୍ୟପ୍ରଦେଶ ଉଜ୍ଜୈନରେ ଥିବା ବିଶ୍ୱ ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରରେ ଆଜି ପାଳନ ହେଉଛି ହନୁମାନ ଜୟନ୍ତୀ । ଚୈତ୍ର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ବାବା ମହାକାଳଙ୍କ ହନୁମାନ ବେଶ କରାଯାଇଛି । ବାବାଙ୍କୁ ଡ୍ରାଏ ଫ୍ରୁଟ୍ସ ଏବଂ ଭାଙ୍ଗରେ ସଜା ଯାଇଛି । ଆଜି ଭୋର ୪ଟାରୁ ମନ୍ଦିର କପାଟ ଖୋଲିବା ସହିତ ପୂଜାରୀ ଗର୍ଭଗୃହରେ ସ୍ଥାପିତ ଭଗବାନଙ୍କ ପ୍ରତିମାଙ୍କ ପୂଜା କରିଥିଲେ । ଭଗବାନ ମହାକାଳଙ୍କ ଜଳାଭିଷେକ କ୍ଷୀର, ଦହି, ଘିଅ, ଚିନି ଏବଂ ଫଳ ରସରେ ପଞ୍ଚାମୃତ କରି ପୂଜା କରାଯାଇଥିଲା ।

ବାବା ମହାକାଳଙ୍କ ପୂଜା ପ୍ରଥମେ ଘଣ୍ଟା ବଜାଇ ହରିଓମ ଜଳ ଅର୍ପଣ କରାଯାଇଥିଲା । ଏହାପରେ କପୁର ଆରତୀ କରିବା ପରେ ବାବା ମହାକାଳଙ୍କ ରୂପା ମୁକୁଟ, ରୁଦ୍ରାକ୍ଷ ଏବଂ ମୁଣ୍ଡ ମାଳା ପିନ୍ଧାଯାଇଥିଲା । ଆଜିର ଶୃଙ୍ଗାରରେ ବାବା ମହାକାଳଙ୍କ ଶ୍ରୀ ହନୁମାନ ସ୍ୱରୂପ ଶୃଙ୍ଗାରିତ କରାଯାଇଛି । ବାବାଙ୍କୁ ଭାଙ୍ଗ, ଖୁଆ, ଡ୍ରାଏଫ୍ରୁଟ୍ସରେ ଶୃଙ୍ଗାର କରାଯାଇ ନୂଆ ମୁକୁଟ ଏବଂ ମୁଣ୍ଡମାଳ ପିନ୍ଧାଯାଇଥିଲା । ଶୃଙ୍ଗାର ପରେ ବାବା ମହାକାଳଙ୍କ ଜ୍ୟୋତିର୍ଲିଙ୍ଗକୁ କପଡାରେ ଆଚ୍ଛାଦିତ କରାଯାଇଥିଲା । ଏହାପରେ ଭାଗବାନ ମହାକାଳଙ୍କ ଭସ୍ମ ଅର୍ପଣ କରାଯାଇଥିଲା । ଏହି ସମୟରେ ହଜାର ହଜାର ଶ୍ରଦ୍ଧାଳୁ ବାବା ମହାକାଳଙ୍କ ଦିବ୍ୟ ଦର୍ଶନ କରିଥିଲେ ।

ଏହି ଅବସରରେ ସୁରତ ଏକ କମ୍ପାନୀ ତରଫରୁ ମହାକାଳଙ୍କୁ ୨ଟି ରୁପା ଇଟା ୧୦୬୮.୫୦୦ ଗ୍ରାମ ଓଜନର ପ୍ରଦାନ କରାଯାଇଥିଲା ।

ସୂଚନାଥାଉ କି, ହୋଲି ଦିନ ସକାଳ ୫ଟା ୫୦ ମିନିଟ୍‌ରେ ମନ୍ଦିର ଗର୍ଭଗୃହରେ ନିଆଁ ଲାଗିଥିଲା । ସେହି ସମୟରେ ପୂଜା ଥାଳି ଉପରେ ଅବିର ପଡ଼ିଯାଇଥିଲା, ଯେଉଁଥିରେ ଜଳନ୍ତା କର୍ପୂର ଥିଲା । ପରେ ଏହା ଚଟାଣରେ ବ୍ୟାପିଯିବାରୁ ନିଆଁ ଉଗ୍ରରୂପ ଧାରଣ କରିଥିଲା । ଏହି ଘଟଣା ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା ।

ମନ୍ଦିରର ଜଣେ ପୂଜାରୀ କହିଥିଲେ ଯେ ହୋଲି ଅବସରରେ ଏକ ରୀତିନୀତି ଅଧୀନରେ ଅବିର ଫିଙ୍ଗାଯିବା ପରେ ନିଆଁ ଲାଗିଥିଲା । ଯାହା ସଂସ୍ପର୍ଶରେ ଆସି ୧୪ ଜଣ ଲୋକ ଆହତ ହୋଇଥିଲେ ।  ଏହି ଘଟଣା ସମୟରେ ଗର୍ଭଗୃହ ସମ୍ମୁଖ ନନ୍ଦୀ ହଲ୍‌ରେ କିଛି ଭିଭିଆଇପିଙ୍କ ସମେତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । କିନ୍ତୁ ଶ୍ରଦ୍ଧାଳୁଙ୍କ ମଧ୍ୟରୁ କେହି ବି ନିଆଁ ସଂସ୍ପର୍ଶରେ ଆସି ନ ଥିଲେ । ଆହତମାନଙ୍କ ମଧ୍ୟରେ ମନ୍ଦିରର ପୂଜାରୀ, ସେବକ ଏବଂ କର୍ମଚାରୀ ଥିଲେ । ସମସ୍ତେ ଭସ୍ମ ଆଳତି ବେଳେ ଗର୍ଭଗୃହରେ ଉପସ୍ଥିତ ଥିଲେ । ଏବେ ଦୁର୍ଘଟଣାର ୧୫ ଦିନ ପରେ ଆହତ ସେବକ ସତ୍ୟନାରାୟଣ ସୋନି ହସ୍ପିଟାଲରେ ଆଖି ବୁଜି ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.