Below header

ରାହୁଲ ଗାନ୍ଧି ରାୟବରେଲିରୁ ଭରିଲେ ନାମାଙ୍କନ, ସାଥୀରେ ଥିଲେ ମା’ ସୋନିଆ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡ଼ଗେ

କଂଗ୍ରେସ ନେତା ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ରାୟବରେଲି ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ସହିତ ଥିଲେ ମା’ ସୋନିଆ ଗାନ୍ଧି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । କଂଗ୍ରେସ ହଠାତ୍ ରାହୁଲ ଗାନ୍ଧିଙ୍କୁ ରାୟବରେଲି ଆସନ ପାଇଁ ପ୍ରାର୍ଥୀ କରିଥିବାରୁ ଏହି ନିର୍ବାଚନମଣ୍ଡଳୀ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ରାୟବରେଲି ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ସହିତ ଥିଲେ ମା’ ସୋନିଆ ଗାନ୍ଧି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । କଂଗ୍ରେସ ହଠାତ୍ ରାହୁଲ ଗାନ୍ଧିଙ୍କୁ ରାୟବରେଲି ଆସନ ପାଇଁ ପ୍ରାର୍ଥୀ କରିଥିବାରୁ ଏହି ନିର୍ବାଚନମଣ୍ଡଳୀ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାୟବରେଲି ଆସନକୁ ‘ଭିଭିଆଇପି’ ଆସନ ମଧ୍ୟ କୁହାଯାଏ । ପ୍ରଥମ ଦୁଇଟି ସାଧାରଣ ନିର୍ବାଚନରେ ଏଠାରୁ ରାହୁଲଙ୍କ ଜେଜେବାପା ଫିରୋଜ ଗାନ୍ଧି ବିଜୟୀ ହୋଇଥିଲେ । ରାୟବରେଲି ନିର୍ବାଚନମଣ୍ଡଳୀରେ ଫେରୋଜ ଗାନ୍ଧିଙ୍କ ଦ୍ୱାରା ସ୍ଥାପିତ ଦୃଢ଼ ମୂଳଦୁଆକୁ ତାଙ୍କ ପତ୍ନୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଆହୁରି ଅଧିକ ମଜଭୁତ କରିଥିଲେ । ୧୯୬୭, ୧୯୭୧ ଏବଂ ୧୯୮୦ ନିର୍ବାଚନରେ ସେ ଏହି ଆସନ ଜିତିଥିଲେ ।

କଂଗ୍ରେସ ନେତା ରାହୁଲ ଗାନ୍ଧି ଏଥର ମଧ୍ୟ ଦୁଇଟି ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୨୦୦୪ରୁ କ୍ରମାଗତ ତିନିଥର ଆମେଠି ନିର୍ବାଚନମଣ୍ଡଳୀରୁ ସେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ୨୦୧୯ରେ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କଠାରୁ ସେ ହାରିଯାଇଥିଲେ । ବର୍ତ୍ତମାନ କେରଳର ୱାୟନାଡ ନିର୍ବାଚନମଣ୍ଡଳୀରୁ ସେ ପ୍ରତିନିଧିତ୍ୱ କରୁଛନ୍ତି । ଏହି ଆସନରେ ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ବିଜୟ ହାସଲ କରିଥିଲେ । ଏଥର ମଧ୍ୟ ରାହୁଲ ୱାୟନାଡରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏବେ କଂଗ୍ରେସ ତାଙ୍କୁ ରାୟବରେଲି ଆସନରୁ ନିର୍ବାଚନୀ ମୈଦାନକୁ ଆଣିଛି ।

୨୦୦୪ରୁ ରାୟବରେଲିରୁ ପ୍ରତିନିଧିତ୍ୱ କରି ଆସୁଥିଲେ ସୋନିଆ ଗାନ୍ଧି । ନିକଟରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସୋନିଆ ରାଜ୍ୟସଭାକୁ ଯିବା ପରେ ରାୟବରେଲି ଆସନ ନେଇ ସସପେନ୍ସ ଜାରି ରହିଥିଲା । ଏହି ଆସନରେ ମେ’ ୨୦ରେ ପଞ୍ଚମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଉତ୍ତର ପ୍ରଦେଶର ୮୦ ଲୋକସଭା ଆସନରୁ ୬୩ଟିରେ ସମାଜବାଦୀ ପାର୍ଟି ଲଢ଼ୁଥିବା ବେଳେ ୧୭ଟି ଆସନରେ ଲଢ଼ୁଛି କଂଗ୍ରେସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.