ଲଞ୍ଚ ହେଲା Toyota Fortuner ଲିଡର୍ ଏଡିସନ୍, ଜାଣନ୍ତୁ ସନରୁଫ୍ ମିଳିବ କି ନାହିଁ…
Toyota କିର୍ଲୋସ୍କର ମୋଟର ଏହାର ଲୋକପ୍ରିୟ ସେଭେନ୍ ସିଟର ଏସୟୁଭି Fortunerର ନୂଆ ସ୍ପେସାଲ ଏଡିସନ୍ ଲଞ୍ଚ କରିଛି । ଏହାର ନାମ " Toyota Fortuner Leader Edition" ରଖାଯାଇଛି । କିଛି ଖାସ୍ ଆବଶ୍ୟକତା ପୂରଣ କରିବା ପାଇଁ ଡିଜାଇନ୍ ହୋଇଥିବା ଏହି କାର୍ ଆକ୍ସେସୋରିଜ୍ ସହିତ ଆସୁଛି ।

Toyota କିର୍ଲୋସ୍କର ମୋଟର ଏହାର ଲୋକପ୍ରିୟ ସେଭେନ୍ ସିଟର ଏସୟୁଭି Fortunerର ନୂଆ ସ୍ପେସାଲ ଏଡିସନ୍ ଲଞ୍ଚ କରିଛି । ଏହାର ନାମ ” Toyota Fortuner Leader Edition” ରଖାଯାଇଛି । କିଛି ଖାସ୍ ଆବଶ୍ୟକତା ପୂରଣ କରିବା ପାଇଁ ଡିଜାଇନ୍ ହୋଇଥିବା ଏହି କାର୍ ଆକ୍ସେସୋରିଜ୍ ସହିତ ଆସୁଛି । ତେବେ ଏହି ଖାସ୍ ଏଡିସନର ଦାମ୍ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। କିନ୍ତୁ ଏହାର ଦାମ୍ ରେଗୁଲାର ୪X୨ ଭାରିଆଣ୍ଟ ଠାରୁ ସାମାନ୍ୟ ଅଧିକ ହେବ ବୋଲି ଆଶା କରାଯାଉଛି (ଯାହାର ଏକ୍ସ-ସୋ’ରୁମ୍ ମୂଲ୍ୟ ୩୫,୯୩ ଲକ୍ଷରୁ –୩୮,୨୧ ଲକ୍ଷ) ।
ନୂଆ Toyota Fortuner Leader Edition ୨.୮ ଲିଟର ଡିଜେଲ ଇଞ୍ଜିନ୍ ଏବଂ ୪X୨ ସେଟଅପ୍ ଅପ୍ସନ ସହିତ ଆସିଛି । ଏଥିରେ ଦିଆଯାଇ ଥିବା ଇଞ୍ଜିନ୍ ୨୦୪bhp ପାଓ୍ଵାର ଏବଂ ୪୨୦ Nm (MT) / ୫୦୦Nm (AT) ଟର୍କ ଜେନେରେଟ୍ କରେ । ଏହା ତିନୋଟି ଡୁଆଲ୍-ଟୋନ୍ କଲର ସ୍କିମରେ ମିଳୁଛି ଯେପରିକି – ବ୍ଲାକ୍ ଆକ୍ସେଣ୍ଟ୍ ସହିତ ସିଲଭର ମେଟାଲିକ୍, ବ୍ଲାକ୍ ଆକ୍ସେଣ୍ଟ ସହିତ ପ୍ଲାଟିନମ୍ ପର୍ଲ ହ୍ଵାଇଟ୍ ଏବଂ ବ୍ଲାକ୍ ଆକ୍ସେଣ୍ଟ ସହିତ ସୁପର ହ୍ୱାଇଟ । ଗ୍ରାହକମାନେ ତିନୋଟି କଲର ସ୍କିମ୍ ମଧ୍ୟରୁ ଯେକୌସିଟି ବାଛିପାରିବେ ।
ନୂଆ Toyota Fortuner Leader Editionର ଏକ୍ସଟିରିୟରରେ ଫ୍ରଣ୍ଟ ଟିକେ ଭିନ୍ନ ରହିଛି । ସେହିପରି ରିୟର ସାଇଡ୍ ରେ ବମ୍ପର ସ୍ପାଇଲର ରହିଛି । ଏଥିରେ ନୂଆ ବ୍ଲାକ୍ ଆଲୋଇ ହ୍ଵିଲ୍ସ ଅଛି ଯାହା ପାର୍ଟି ଲୁକ୍ କୁ ବଢ଼ାଇଥାଏ । ନୂଆ Toyota Fortuner Leader Editionର କ୍ୟାବିନରେ ଓ୍ଵାୟରଲେସ୍ ଚାର୍ଜର, ଡୁଆଲ୍-ଟୋନ୍ ସିଟ୍ , ଅଟୋ-ଫୋଲ୍ଡିଂ ORVM ଏବଂ ଟାୟାର ପ୍ରେସର ମନିଟର ସହିତ ଆସୁଛି । କିନ୍ତୁ ଏଥିରେ ସନରୁଫ୍ ନାହିଁ ।
ଟୟୋଟା ସୂଚନା ଦେଇଛି ଯେ ୨୦୦୯ରେ ଭାରତକୁ ଆସିଥିବା Fortunerର ୨.୫ ଲକ୍ଷରୁ ଅଧିକ ୟୁନିଟ୍ ଏପର୍ଯ୍ୟନ୍ତ ବିକ୍ରି ହୋଇସାରିଛି । ଏହି ଲୋକପ୍ରିୟ SUV ର ନୂଆ-ଅପଡେଟ୍ ମଡେଲ୍ ୨୦୨୫ ଆରମ୍ଭରେ ପହଞ୍ଚିବାର ସମ୍ଭାବନା ଅଛି । ନୂଆ Fortunerରେ ଅନେକ ଦମଦାର ଫିଚର ରହିବ ବୋଲି ଆଶା କରାଯାଉଛି, ଯେଉଁଥିରେ ଲେଭଲ୍ 2 ADAS (ଆଡଭାନ୍ସଡ ଡ୍ରାଇଭର ଆସିଷ୍ଟାଣ୍ଟ ସିଷ୍ଟମ) ଟେକ୍ନୋଲୋଜି ମଧ୍ୟ ସାମିଲ ହୋଇପାରେ ।