Below header

ନୋଏଡା: ଇଟା କାନ୍ଥ ଭାଙ୍ଗି ଘର ଭିତରେ ପଶିଗଲା କାର୍‌, ରିକ୍ସା ଚାଳକଙ୍କ ସମେତ ୫ ଆହତ

ଉତ୍ତର ପ୍ରଦେଶର ନୋଏଡାରେ ଏକ ଦ୍ରୁତଗାମୀ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଠାରେ କାର୍‌ ଚାଳକ ବେପରୁଆ ଭାବରେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ଏକ ରିକ୍ସାକୁ ଧକ୍କା ଦେଇଥିଲେ । ଏହାପରେ କାର୍‌ଟି ଭାରସାମ୍ୟ ହରାଇ ସେକ୍ଟର-୫୫ସ୍ଥିତ ଏକ କୋଠାଘରେ ପିଟି ହୋଇଯାଇଥିଲା ।

ଉତ୍ତର ପ୍ରଦେଶର ନୋଏଡାରେ ଏକ ଦ୍ରୁତଗାମୀ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଠାରେ କାର୍‌ ଚାଳକ ବେପରୁଆ ଭାବରେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ଏକ ରିକ୍ସାକୁ ଧକ୍କା ଦେଇଥିଲେ । ଏହାପରେ କାର୍‌ଟି ଭାରସାମ୍ୟ ହରାଇ ସେକ୍ଟର-୫୫ସ୍ଥିତ ଏକ କୋଠାଘରେ ପିଟି ହୋଇଯାଇଥିଲା । ଏଥିରେ ଘରର କାନ୍ଥ ଓ ରେଲିଂ ଭାଙ୍ଗିରୁଜି ଯାଇଛି । ସେପଟେ କାର୍‌ ଧକ୍କାରେ ରିକ୍ସା ଚାଳକ ଏବଂ ରିକ୍ସାରେ ଯାତ୍ରା କରୁଥିବା ୨ ମହିଳା ସହ କାର୍‌ରେ ଥିବା ୨ ଯୁବକ ଆହତ ହୋଇଛନ୍ତି ।

ସେକ୍ଟର-୫୫ ଥାନା ଇନ୍ସପେକ୍ଟର ଅମିତ କୁମାର କହିଛନ୍ତି ଯେ ଆଜି ସକାଳେ ଗୌରବ ଶର୍ମା ଓ ଆଦିତ୍ୟ ଏକ କାର୍‌ରେ ଯାଉଥିଲେ । ଆଦିତ୍ୟ କାର ଚଲାଉଥିଲେ । ସେ ଦ୍ରୁତ ଗତିରେ ଏବଂ ବେପରୁଆ ଭାବରେ ଗାଡ଼ି ଚଳାଇବା ବେଳେ ଜଣେ ରିକ୍ସା ଚାଳକଙ୍କୁ ଧକ୍କା ଦେଇଥିଲେ ।

ରିକ୍ସାରେ ଥିବା ଦୁଇ ମହିଳା ନୀତୁ ଓ ଚାନ୍ଦିନୀଙ୍କ ସହ ରିକ୍ସା ଚାଳକ ରିତେଶ ଗୁରୁତର ଆହତ ହୋଇଛନ୍ତି । କାର୍‌ଟି ନିୟନ୍ତ୍ରଣ ବାହାରକୁ ଯାଇ ସେକ୍ଟର-୫୫ସ୍ଥିତ ଏକ କୋଠାଘରେ ପଶିଯାଇଥିଲା । ଏଥିଯୋଗୁ ଘରର କାନ୍ଥ ଓ ରେଲିଂ କ୍ଷତିଗ୍ରସ୍ତ ହୋଇଛି । କାର୍‌ରେ ଥିବା ଉଭୟ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି ।

କୁହାଯାଉଛି ଯେ ଘର କାନ୍ଥରେ କାର୍‌ଟି ଧକ୍କା ହେବା ସମୟରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଆଖାପାଖର ଲୋକମାନେ ଏହି ଶବ୍ଦ ଶୁଣି ଥରି ଉଠିଥିଲେ । ଏହି ଦୁର୍ଘଟଣାରେ କାର୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ହେଲା, କାର୍‌ଟି ଦ୍ରୁତ ଗତିରେ ଆସୁଥିଲା, ଯାହାଫଳରେ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଏହାପରେ କାର୍‌ ଏକ ଘରେ ପଶିଯାଇଥିଲା । ପ୍ରଥମେ ଏହା ଘର ବାହାରେ ଲାଗିଥିବା ଗେଟ୍‌କୁ ଭାଙ୍ଗି ପୁଣି ଘରର କାନ୍ଥ ଭାଙ୍ଗି ଭିତରେ ପଶିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.