Below header

ପାହାଡ଼ ଉପରେ ମସ୍ତି କରୁଥିବାର ନଜର ଆସିଲେ ଶେହେନାଜ ଗିଲ୍‌, ଡ୍ୟାନ୍ସ ଦେଖି ଫିଦା ହେଲେ ଫ୍ୟାନ୍ସ

ଛୁଟିଦିନ ଉପଭୋଗ କରୁଛନ୍ତି ଶେହେନାଜ । ଅଭିନେତ୍ରୀ କାମଠାରୁ ଦୂରରେ ରହି ପାହାଡ଼ ଉପରେ ବୁଲି ମଜା ନେଉଛନ୍ତି । ଭିଡିଓରେ ଶେହନାଜ ଏକ ମଜାଦାର ମୁଡରେ ଥିବା ଦେଖିବାକୁ ମିଳିଛି । ଅଭିନେତ୍ରୀଙ୍କ ଡ୍ୟାନ୍ସ ଦେଖିବା ପରେ ଫ୍ୟାନ୍ସମାନେ ପାଗଳ ହୋଇଯାଇଛନ୍ତି ।

ଶେହେନାଜ ଗିଲ୍‌ ସବୁବେଳେ ଫ୍ୟାନ୍ସଙ୍କ ପାଇଁ ନିଜର ସୁନ୍ଦର ଫଟୋ ଏବଂ ଭିଡିଓ ସେୟାର କରନ୍ତି । ବର୍ତ୍ତମାନ ସେ ଟ୍ରିପ୍‌ ର ମଜା ନେଉଛନ୍ତି । ଏହି ସମୟରେ ଶେହନାଜ ଇନଷ୍ଟାଗ୍ରାମରେ ପାହାଡ଼ ଉପରେ ବୁଲି ବୁଲି ନିଜର ସୁନ୍ଦର ଫଟୋ ଓ ଭିଡିଓକୁ ସେୟାର କରୁଛନ୍ତି । ଭିଡିଓରେ ଶେହନାଜଙ୍କ ଡ୍ୟାନ୍ସ ଦେଖିବା ପରେ ଫ୍ୟାନ୍ସମାନେ ପାଗଳ ହୋଇଯାଇଛନ୍ତି ।

ଛୁଟିଦିନ ଉପଭୋଗ କରୁଛନ୍ତି ଶେହେନାଜ । ଅଭିନେତ୍ରୀ କାମଠାରୁ ଦୂରରେ ରହି ପାହାଡ଼ ଉପରେ ବୁଲି ମଜା ନେଉଛନ୍ତି । ଭିଡିଓରେ ଶେହନାଜ ଏକ ମଜାଦାର ମୁଡରେ ଥିବା ଦେଖବାକୁ ମିଳିଛି । ଅଭିନେତ୍ରୀଙ୍କ ଡ୍ୟାନ୍ସ ଦେଖିବା ପରେ ଫ୍ୟାନ୍ସମାନେ ପାଗଳ ହୋଇଯାଇଛନ୍ତି । ପୋଷ୍ଟର କମେଣ୍ଟ ସେକ୍ସନରେ ଫ୍ୟାନ୍ସମାନେ ଶେହେନାଜଙ୍କ ପ୍ରଶଂସା କରିଛନ୍ତି । କେହି କେହି ତାଙ୍କୁ ସୁନ୍ଦର ବୋଲି କହୁଥିବା ବେଳେ କେହି କେହି ତାଙ୍କୁ କ୍ୟୁଟ୍‌ ବୋଲି କହିଛନ୍ତି । ଇନଷ୍ଟାଗ୍ରାମରେ ୧୭ ମିଲିୟନରୁ ଅଧିକ ଲୋକ ଶେହନାଜଙ୍କୁ ଫୋଲୋ କରନ୍ତି । ଏଭଳି ପରିସ୍ଥିତିରେ ତାଙ୍କ ଭିଡିଓ ଇନଷ୍ଟାଗ୍ରାମରେ ଲୋକପ୍ରିୟ ହୋଇପାରିଛି ।

ଫ୍ୟାନ୍ସମାନେ ଖୁବଶୀଘ୍ର ଶେହନାଜଙ୍କୁ ବରୁଣ ଶର୍ମାଙ୍କ ସହ ଅପକମିଂ ଫିଲ୍ମ ‘ସବ୍‌ ଫାଷ୍ଟ କ୍ଲାସ’ରେ ଦେଖିବାକୁ ପାଇବେ । ବଲବିନ୍ଦର ସିଂ ଜଂଜୁଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ବହୁତ ଜବରଦସ୍ତ ହେବାକୁ ଯାଉଛି । ଜାନୁଆରୀରେ ଫିଲ୍ମର ଅଫିସିଆଲ୍ ଆନାଉନ୍ସମେଣ୍ଟ କରାଯାଇଥିଲା । ଏହା ବ୍ୟତୀତ ନିକଟରେ ଶେହନାଜଙ୍କ ‘ଧୁପ ଲଗଦି’ ଗୀତ ମଧ୍ୟ ରିଲିଜ୍‌ ହୋଇଥିଲା, ଯାହା ଲୋକଙ୍କ ଠାରୁ ବହୁତ ଭଲ ପାଇବା ପାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.