Below header

ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱରରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ । ମୈତ୍ରିବିହାର ଥାନା ଶାନ୍ତି ଗେଷ୍ଟ ହାଉସରୁ ମୃତଦେହ ଉଦ୍ଧାର ।

ଭୁବନେଶ୍ୱର : ଭୁବନେଶ୍ୱରରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ । ମୈତ୍ରିବିହାର ଥାନା ଶାନ୍ତି ଗେଷ୍ଟ ହାଉସରୁ ମୃତଦେହ ଉଦ୍ଧାର । ଗଳିତ ଅବସ୍ଥାରେ ମୃତଦେହ ଉଦ୍ଧାର ପରେ ପୋଲିସର ହତ୍ୟା ସନ୍ଦେହ । ତେବେ ଗୁରୁବାର ତାଙ୍କ ମୃତଦେହ ମିଳିଥିବା ନେଇ ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ଏବେ କ୍ୟାପିଟାଲ ହସ୍ପିଟାଲକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଛି ମୃତଦେହ । ସୂଚନା ମୁତାବକ ଗତକାଲି ଅପରାହ୍ନରେ ମୈତ୍ରିବିହାର ଥାନା ଗଜପତି ନଗରରେ ଥିବା ଶାନ୍ତି ଗେଷ୍ଟ ହାଉସରୁ ଉଦ୍ଧାର କରାଯାଇଛି ମୃତଦେହ। ମୃତକ ଜଣକ ହେଲେ ଜଣେ ଉଦ୍ୟୋଗପତି ତଥା ବ୍ୟବସାୟୀ ତପନ ପ୍ରସାଦ ଆଚାର୍ଯ୍ୟ । ଫୁଲବାଣି ଟାଉନ୍ ଥାନା ଅଞ୍ଚଳରେ ତାଙ୍କ ଘର। ସେ  ଶୁଭମ ବାୟୋ ସିଏନଜି ପ୍ରଇଭେଟ ଲିମିଟେଡର ମାଲିକ । ସବୁ ମାସ ପରି ଭୁବନେଶ୍ୱର ଆସିଥିଲେ ଏକ କର୍ପୋରେଟ ମିଟିଂ ପାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.