Below header

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ରୋହିତ ଅଧିନାୟକ, ହାର୍ଦ୍ଦିକ ଉପ ଅଧିନାୟକ, ସଞ୍ଜୁ ସାମସନଙ୍କୁ ମିଳିଲା ସ୍ଥାନ

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ବିସିସିଆଇ ଘୋଷଣା କରିଥିବା ଟିମରେ ୧୫ ଜଣିଆ ଖେଳାଳି ରହିଛନ୍ତି । ରୋହିତ ଶର୍ମାଙ୍କୁ ଟିମର ଅଧିନାୟକ ଦ୍ୱାୟିତ୍ୱ ଦିଆଯାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପ ଅଧିନାୟକ ପଦ ମିଳିଛି ।

ଶେଷରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ବିସିସିଆଇ ଘୋଷଣା କରିଥିବା ଟିମରେ ୧୫ ଜଣିଆ ଖେଳାଳି ରହିଛନ୍ତି । ବିସିସିଆଇ ବହୁତ ବିଚାର କରି ଟିମ୍‌ ଚୟନ କରିଛି । ରୋହିତ ଶର୍ମାଙ୍କୁ ଟିମର ଅଧିନାୟକ ଦ୍ୱାୟିତ୍ୱ ଦିଆଯାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପ ଅଧିନାୟକ ପଦ ମିଳିଛି ।

ଟିମରୁ କେଏଲ ରାହୁଲ ବାଦ୍‌ ପଡିଛନ୍ତି । ସଞ୍ଜୁ ସାମସନ ଏବଂ ରିଷଭ ପନ୍ତ ଭାବେ ଦଳରେ ୨ଟି ଓ୍ଵିକେଟ କିପର ରହିଛନ୍ତି ।

ବ୍ୟାଟିଂ ଦାୟିତ୍ୱ ରୋହିତ ଶର୍ମା, ଯଶସ୍ୱୀ, ସୂର୍ଯ୍ୟକୁମାର, ବିରାଟ କୋହଲିଙ୍କ ଉପରେ ରହିଥିବା ବେଳେ ବୋଲିଂ ଦାୟିତ୍ୱ ଜସପ୍ରୀତ ବୁମରା, ଯୁଜବେନ୍ଦ୍ର ଚହଲ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜାଙ୍କୁ ଦାୟିତ୍ୱ ମିଳିଛି ।

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ :

ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ସାମିଲ ରହିଛନ୍ତି ।

ଷ୍ଟାଣ୍ଡବାଏ : ଶବମନ ଗିଲ, ରିଙ୍କୁ ସିଂ, ଖଲୀଲ ଅହମଦ, ଆବେଶ ଖାନ ।

ଟି୨୦ ବିଶ୍ୱକପ ୨୦୨୪ ଜୁନରୁ ଆରମ୍ଭ ହେବ । ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଖେଳାଯିବ ମ୍ୟାଚ । ଟି-୨୦ର ସମସ୍ତ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାର ୧୦ଟି ଗ୍ରାଉଣ୍ଡରେ ଖେଳାଯାଇପାରେ ।  ଆମେରିକାର ଫ୍ଲୋରିଡା, ମୋରିସଭିଲେ, ଡଲାସ୍ ଓ ନ୍ୟୁୟର୍କକୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ତାଲିକାଭୁକ୍ତ କରାଯାଇଛି । ଭାରତୀୟ ସମୟ ଅନୁସାରେ ଟୁର୍ଣ୍ଣାମେଣ୍ଟ ଜୁନ୍‌ ୨ରୁ ଆରମ୍ଭ ହେବ । ପ୍ରଥମ ଥର ପାଇଁ ଟି୨୦ ବିଶ୍ୱକରେ ୨୦ଟିମ ଭାଗ ନେବେ । ପ୍ରତ୍ୟେକ ଟିମକୁ ୪ଟି ଗ୍ରୁପରେ ବଣ୍ଟାଯିବ । ଭାରତ ଗ୍ରୁପ ଏରେ ରହିବ । ଭାରତ ଛଡା ଗ୍ରୁପ ଏ ରେ ପାକିସ୍ତାନ, ଆୟରଲାଣ୍ଡ, ୟୁଏସଏ ଏବଂ କାନାଡା ରହିବ ।

ଟି୨୦ ବିଶ୍ୱକପ ପାଇଁ ଖେଳିବାକୁ ଥିବା ୨୦ ଟିମ୍‌କୁ ୫-୫ କରି ୪ଟି ଗ୍ରୁପରେ ବଣ୍ଟାଯାଇଛି । ଏହାପରେ ଟପ୍‌-୨ ରେ ରହୁଥିବା ପ୍ରତ୍ୟେକ ଗ୍ରୁପର ଟିମ୍‌ ସୁପର-୮ ପାଇଁ କ୍ୱାଲିଫାଏ କରିବା, ସେମାନଙ୍କୁ ୪-୪ କରି ୨ଟି ଗ୍ରୁପରେ ବଣ୍ଟାଯିବ । ସେହିପରି ଟପ୍‌-୨ରେ ରହିବା ଟିମକୁ ନିଜ ନିଜ ଗ୍ରୁପରେ ସେମିଫାଇନାଲ ଖେଳିବାକୁ ହେବ ।

ଭାରତୀୟ ଟିମ ଗତ ୧୧ ବର୍ଷରେ କୌଣସି ଆଇସିସି ଟ୍ରଫି ଜିତିନାହିଁ । ଟି୨୦ ବିଶ୍ୱକପ ଭାରତ ଶେଷ ଥର ପାଇଁ ୨୦୦୭ରେ ଜିତିଥିଲା । ଧୋନିଙ୍କ ଅଧିନାୟକତ୍ୱରେ ଟିମ୍‌ ଟି୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନକୁ ହରାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.