Below header

ଗୋଟିଏ ସ୍ୱିଚରେ ବଦଳି ଯିବ କାରର ରଙ୍ଗ, ଟ୍ରିପଲ୍‌ ସେଡରେ ଆସିବ ନଜର

ବିଏମଡବ୍ଲୁ ଏପରି ଏକ କାର ତିଆରି କରିବ ଯାହାର ରଙ୍ଗ ଆଖି ପିଛୁଳାକେ ବଦଳିଯିବ । ଏହି କାରରେ E ink ର କୋଟିଂ କରାଯିବ । ଏହି E ink ଙ୍କୁ ଅନେକ ମାଇକ୍ରୋ କ୍ୟାପସୁଲରେ ତିଆରି କରାଯିବ ।

ରଙ୍ଗ ଚେଞ୍ଜ କରୁଥିବା କାର ବିଷୟରେ ଆପଣ କେବେ ଶୁଣିଛନ୍ତି କି? କିନ୍ତୁ ଏମିତି କିଛି ସତରେ ହେବାକୁ ଯାଉଛି । ଆଖି ପିଛୁଳାକେ ବଦଳିଯିବ କାରର ରଙ୍ଗ । କାର ନିର୍ମାତା କମ୍ପାନୀ BMW ଏହି କାର ତିଆରି କରିବାକୁ ପ୍ଲାନିଂ କରୁଛି । ଏହି କାରକୁ ଲୋକମାନେ ଟ୍ରିପଲ୍ ସେଡରେ ପାଇବେ । କେବଳ ଗୋଟିଏ ସୁଇଚରେ ଏହି କାରର ରଙ୍ଗକୁ ଧଳାରୁ କଳା ଏବଂ କଳାରୁ ଧଳା ରଙ୍ଗରେ ଚେଞ୍ଜ କରିହେବ । ଏହି କାରର ରଙ୍ଗ ମଧ୍ୟ ଗ୍ରେ ହୋଇପାରିବ । କମ୍ପାନୀ ଏହି କାରର ନାମ BMW iX Flow ରଖିଛି ।

ବିଏମଡବ୍ଲୁ ଏପରି ଏକ କାର ତିଆରି କରିବ ଯାହାର ରଙ୍ଗ ଆଖି ପିଛୁଳାକେ ବଦଳିଯିବ । ଏହି କାରରେ E ink ର କୋଟିଂ କରାଯିବ । ଏହି E ink ଙ୍କୁ ଅନେକ ମାଇକ୍ରୋ କ୍ୟାପସୁଲରେ ତିଆରି କରାଯିବ । ଏହି କ୍ୟାପସୁଲଗୁଡିକର ଆକାର ଏତେ ଛୋଟ ଯେ ଏହି କ୍ୟାପସୁଲଗୁଡିକର ଡାଇମିଟର କୌଣସି ମଣିଷର ଚୁଟି ସହ ସମାନ ହେବ । କାରର ରଙ୍ଗ ବଦଳାଇବା ପାଇଁ କାରଟି ଇଲେକ୍ଟ୍ରିକ୍ ହେବା ଆବଶ୍ୟକ ।

ଏହି ବିଏମଡବ୍ଲୁ କାରରେ ଇଲେକ୍ଟ୍ରିକ୍ ଫିଲ୍ଡ ଜେନେରେଟ୍‌ ହେବା ମାତ୍ରେ କାରର ରଙ୍ଗ ବଦଳିଯିବ । ଲୋକମାନେ ବାଛିଥିବା ସେଟିଂ ଉପରେ ନିର୍ଭର କରି କାରରେ ଥିବା କଳା କିମ୍ବା ଧଳା ରଙ୍ଗର ମାଇକ୍ରୋ କ୍ୟାପସୁଲ ଗୁଡ଼ିକ ଇଲେକ୍ଟ୍ରିକ୍‌ ଫିଲ୍ଡକୁ ନେଇଥାନ୍ତି । ଏହା କାରଟି ଲୋକଙ୍କ ମନ ପସନ୍ଦ ଅନୁସାରେ ସେଡ୍‌ ଦେଇଥାଏ ।
ଏହି ବିଏମଡବ୍ଲୁ କାରର ଏକ୍ସଟେରିୟର ରଙ୍ଗ ଚେଞ୍ଜ ହେବା ସହିତ ଏହାର ଇଣ୍ଟେରିୟର ମଧ୍ୟ ବଢ଼ିଆ ରହିବ । ଥର୍ମାଲ ଏନର୍ଜିର ଅବଜରଭେସନ୍‌ ଏବଂ ସନ୍‌ ଲାଇଟ୍‌ ରିଫ୍ଲେକସନ୍‌ ଦ୍ୱାରା ଏହି ଗାଡ଼ିର ରଙ୍ଗକୁ ହାଲୁକା ଚେଞ୍ଜ କରିବାରେ ଫିଚର ଦିଆଯିବ । ବିଏମଡବ୍ଲୁ କେବଳ ଏହି କାରର ପ୍ରଡକ୍ସନ କରିବା କଥା ଘୋଷଣା କରିଛି। କମ୍ପାନୀ ଏପର୍ଯ୍ୟନ୍ତ ଏହି କାରର ପ୍ରଡକ୍ସନ ଆରମ୍ଭ କରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.