Below header

ଉନ୍ନାଓରେ ଭୟଙ୍କର ସଡ଼କ ଦୁର୍ଘଟଣା, ୬ ମୃତ ୧୫ରୁ ଉର୍ଦ୍ଧ୍ୱ ଆହତ

ଉତ୍ତରପ୍ରଦେଶରେ ଉନ୍ନାଓରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଉନ୍ନାଓ ହାର୍ଦ୍ଦିକ ରାସ୍ତାର ସଫିପୁର କୋଟୱାଲୀ ଅଞ୍ଚଳର ଜମାଲଦିପୁର ନିକଟରେ ଘଟିଛି ଏହି ଦୁର୍ଘଟଣା । ଆଗରୁ ଆସୁଥିବା ଏକ ଟ୍ରକ୍ ବାଙ୍ଗରମାଉ ଅଭିମୁଖେ ଯାତ୍ରୀମାନଙ୍କୁ ନେଇ ଏକ ଘରୋଇ ବସ୍ ଉପରେ ଧକ୍କା ଦେଇଥିଲା। ଏହି କାରଣରୁ ବସ୍ରେ ଯାତ୍ରା କରୁଥିବା ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଏହି ଦୁର୍ଘଟଣାରେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସଫିପୁର କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଯେଉଁଠାରୁ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ସେପଟେ ଟ୍ରକର ଡ୍ରାଇଭର ମଧ୍ୟ ଘଟଣାସ୍ଥଳରୁ ଖସି ପଳାଇଥିଲେ ।

ତେବେ ଆହତ ମାନଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି । ଏନେଇ ସମସ୍ତ ଆହତଙ୍କୁ ଉଦ୍ଧାର କରି ପୋଲିସ ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ମୃତାହତଙ୍କ ପରିଚୟ ମିଳିନଥିବା ବେଳେ ଚିହ୍ନଟ ପାଇଁ ପୋଲିସ ଉଦ୍ୟମ କରିଛି ।

ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକ୍‌ ଧକ୍କାରେ ବସ୍‌ରୁ ଯାତ୍ରୀ ମାନେ ସଡ଼କର ଏଣେତେଣେ ଛିଟ୍‌କି ହୋଇ ପଡ଼ିଥିଲେ । ଆଉ କିଛି ଯାତ୍ରୀ ବସ୍‌ ରେ ଓହଳି ହୋଇ ରହିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ । ଏନେଇ ପୋଲିସ ଅଧିକ ତଦନ୍ତ କରୁଥିବା ବେଳେ ସମସ୍ତ ଆହତ ମାନେ ଗୁରୁତର ଥିବାରୁ ହସ୍ପିଟାଲକୁ ଆଲର୍ଟରେ ରଖାଯାଇଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.