Below header

କଡା ସୁରକ୍ଷା ବଳୟରେ ରାଜଧାନୀରେ ସମ୍ପନ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ଼ ସୋ’

କଡା ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ଼ ସୋ’। ରାମ ମନ୍ଦିର ନିକଟ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାହାରି ବାଣୀବିହାର ପର୍ଯ୍ଯନ୍ତ ବିଶାଳ ରୋଡ ସୋ' ରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ପଦ୍ମ ଫୁଲର ସିମ୍ବଲ ଦେଖାଇ ଦଳ ପାଇଁ ପ୍ରଚାର କରିଛନ୍ତି ।

ଭୁବନେଶ୍ୱର : କଡା ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ଼ ସୋ’। ରାମ ମନ୍ଦିର ନିକଟ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାହାରି ବାଣୀବିହାର ପର୍ଯ୍ଯନ୍ତ ବିଶାଳ ରୋଡ ସୋ’ ରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ପଦ୍ମ ଫୁଲର ସିମ୍ବଲ ଦେଖାଇ ଦଳ ପାଇଁ ପ୍ରଚାର କରିଛନ୍ତି । ମୋଦିଙ୍କ ସହ ଗାଡ଼ିରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଢଙ୍ଗୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ଥିବା ଦେଖାଯାଇଛି । ଏହି ରୋଡ଼ ସୋ’ ବେଳେ ଜନପଥର ଉଭୟ ପାର୍ଶ୍ୱରେ ଲକ୍ଷାଧିକ ଲୋକ ଓ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇଥିବା ଦେଖାଯାଇଥିଲା ।

ମୋଦିଙ୍କ ରୋଡ଼ ସୋ ଆଗରେ ମହିଳାମାନେ ପଦ୍ମ ଫୁଲ ଧରି ଯାଇଥିଲାବେଳେ ପୋଲିସ ଓ କମାଣ୍ଡୋଙ୍କ କଡା ସୁରକ୍ଷା ବଳୟ ଥିବା ଦେଖାଯାଇଥିଲା । ରାତି ୮ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଥମେ ବିଜେପି ପାର୍ଟି ଅଫିସକୁ ଆସିଥିଲେ । ସେଠାରୁ ବାଣୀବିହାର ଯାଏ ରୋଡ ସୋ ରେ ଯାଇଥିଲେ । ରାସ୍ତାର ଉଭୟ ପାର୍ଶ୍ୱରେ ଲୋକମାନେ ରହି ଦଳୀୟ ପତାକା ସହ ମୋଦିଙ୍କ ନାରା ଦେଉଥିବା ଦେଖାଯାଇଥିଲା । ଏଥିପାଇଁ ଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିଲା । ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ଭିତରେ ଓଡ଼ିଶା କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା ।

ବାଣୀବିହାର ଛକରେ ଦଳୀୟ ଚିହ୍ନ ଏବଂ ନେତାଙ୍କ ବଡ଼ବଡ଼ ପୋଷ୍ଟର ଲାଗିଥିଲା । ରୋଡ ଶୋ ପରେ ରାଜଭବନରେ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ପଶ୍ଚିମ ଓଡ଼ିଶାରେ ରହିଛି ମୋଦିଙ୍କ ମାରାଥନ କ୍ୟାମ୍ପେନ। ଫୁଲବାଣୀ, ବଲାଙ୍ଗିର ଓ ବରଗଡ଼ରେ ପ୍ରଚାର କରିବେ ମୋଦି। ଗୋଟିଏ ସପ୍ତାହରେ ମୋଦିଙ୍କର ଏହା ଦ୍ବିତୀୟ ଓଡ଼ିଶା ଗସ୍ତ।

ପ୍ରଧାନମନ୍ତ୍ରୀ ଆଭ୍ଯନ୍ତରୀଣ ବଳୟ ସୁରକ୍ଷାରେ ରହିଥିଲେ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ-ଏସପିଜି । ବାହ୍ୟ ସୁରକ୍ଷାରେ ରହିଥିଲେ କମିଶନରେଟ ପୋଲିସ । ଜନପଥ ଯାଂଚ କରିଥିଲେ ଏସପିଜି କମାଣ୍ଡୋ, ପୋଲିସ କମିଶନର। ମୋଦିଙ୍କ ସୁରକ୍ଷାରେ ୫୫ ପ୍ଲାଟୁନ ଫୋର୍ସ ଓ ୩ ଆଣ୍ଟି ଟେରର ଗ୍ରୁପ ମୁତୟନ ଥିଲେ । ସେହିପରି ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ଜଣ ଏସିପି ଓ ୪୧ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିଥିଲେ ।  ସେହିପରି ପୁରା ଜନପଥରେ ଲାଗିଥିଲା ସିସିଟିଭି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.