Below header

ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା, ଥାଳଉଠା ପର୍ବ ଅନୁଷ୍ଠିତ

ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ କାର୍ଯ୍ୟକ୍ରମ ଥାଳଉଠା ପର୍ବ ଅନୁଷ୍ଠିତ ହୋଇଛି। ଅକ୍ଷୟ ତୃତୀୟାରେ ସମ୍ପୂର୍ଣ ରୀତି ନୀତି ଅନୁଯାୟୀ ସହରର ପ୍ରସିଦ୍ଧା ଶିବାଳୟ ଗୁଡ଼ିକରେ ଥାଳ ଉଠା ହୋଇଛି।

ସମ୍ବଲପୁର : ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ କାର୍ଯ୍ୟକ୍ରମ ଥାଳଉଠା ପର୍ବ ଅନୁଷ୍ଠିତ ହୋଇଛି। ଅକ୍ଷୟ ତୃତୀୟାରେ ସମ୍ପୂର୍ଣ ରୀତି ନୀତି ଅନୁଯାୟୀ ସହରର ପ୍ରସିଦ୍ଧା ଶିବାଳୟ ଗୁଡ଼ିକରେ ଥାଳ ଉଠା ହୋଇଛି। ବମବରାଡ଼ ବାବା ବାଲୁଙ୍କେଶ୍ୱର, ଝାଡୁଆପଡାର ଲୋକନାଥ ବାବା ଓ ମୋଦିପଡାର ଜାଗେଶ୍ୱର ବାବାଙ୍କ ମନ୍ଦିରରେ ଆଡମ୍ବର ସହକାରେ ଥାଳଉଠା ପୂଜାର୍ଚ୍ଚନା କରାଯାଇଥିଲା ।

ଚଳିତ ବର୍ଷର ନୂତନ କନ୍ୟାପିତାମାତା , ସ୍ଥାନୀୟ ବୁଦ୍ଧିଜୀବୀ ଓ ମନ୍ଦିର କର୍ମକର୍ତ୍ତାଙ୍କ ଉପସ୍ଥିତି ରେ ଥାଳ ଉଠିଥିଲା ଓ ଯାତ୍ରାର ଆୟୋଜନ ପାଇଁ ପାଣ୍ଠି ସଂଗ୍ରହ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ନନ୍ଦପଡାର କନ୍ୟା ପିତା ମାତା ଭାବେ ସୁମନ୍ତ ପଣ୍ଡା ଓ ନୀତିପ୍ରିୟା ଦେବୀ ଚୟନ ହୋଇଛନ୍ତି ।

ନନ୍ଦପଡ଼ା ଠାରେ ଥାଳ ଉଠା ପର୍ବରେ ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚି କାର୍ଯ୍ୟକ୍ରମରେ ଯୋଗ ଦେଇ ମହାଦେବଙ୍କ ଆଶିଷ ଲାଭ କରିଥିଲେ। ଜୁନ ୧୦ ତାରିଖରେ ଶିବ ବିବାହ ୧୧ ଏବଂ ୧୨ ତାରିଖରେ ନବବିବାହିତ ଦେବଦମ୍ପତିଙ୍କ ନଗର ପରିକ୍ରମା ସହ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.