Below header

ବାଣ ବିସ୍ପୋରଣ ଘଟି ଅଗ୍ନିକାଣ୍ଡ, ଜଳିଗଲା ବହୁ ପାଳଗଦା

ବେଗୁନିଆ ଲେଖନପୁର ଗାଁରେ ବାଣ ବିସ୍ପୋରଣ ଘଟି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଆଖପାଖ ଅଞ୍ଚଳର ଘର ସହିତ ବହୁ ପାଳଗଦା ଜଳିଯାଇଛି ।

ବେଗୁନିଆ : ବେଗୁନିଆ ଲେଖନପୁର ଗାଁରେ ବାଣ ବିସ୍ପୋରଣ ଘଟି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଆଖପାଖ ଅଞ୍ଚଳର ଘର ସହିତ ବହୁ ପାଳଗଦା ଜଳିଯାଇଛି । ଏଥିରେ ଜଣେ ଗୁରୁତର ଆହତ । ତେବେ ବେଗୁନିଆ ଲେଖନପୁର ଗାଁର ଗୌରାଙ୍ଗ ପଟ୍ଟନାୟକ ନିଜ ଘରେ  ବାଣ ତିଆରି କରୁଥିବା ବେଳେ କୌଣସି କାରଣରୁ ବିସ୍ପୋରଣ ଘଟିଥିଲା ।

ଆଉ ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ପ୍ରଚଣ୍ଡ ଶବ୍ଦ ସହିତ  ଆଖପାଖ ଅଞ୍ଚଳରେ ଯେଉଁଠି ବାଣ ଛିଟିକି ପଡିଥିଲା ସେଠି ଜଳିଉଠିଥିଲା । ଖବର ପାଇ ପ୍ରଥମେ ବେଗୁନିଆ ଏବଂ ପରେ ବାଙ୍କୀରୁ ତିନୋଟି ଦମକଳ ଆସି ନିଆଁ ଲିଭାଇବାରେ ନିୟୋଜିତ ହୋଇଛନ୍ତି ।

ସେପଟେ ଗୁରୁତର ଆହତ ହୋଇଥିବା ଗୌରାଙ୍ଗଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣା ସ୍ଥଳରେ ବାଘମାରୀ ପୋଲିସ ଖୋର୍ଦ୍ଧା ଏସ୍ ଡି ପି ଓ ପହଞ୍ଚି ତଦନ୍ତ ସହିତ ସାଇଣ୍ଟିଫିକ ଟିମ ଖବର ଦେଇଛନ୍ତି । ତେବେ ଏହି ବେଆଇନ ବାଣ ନେଇ କେହି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି  ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.