Below header

ଘଷିପୁରା ଆସନରୁ ସ୍ବାଧୀନ ଭାବେ ଲଢ଼ିବେ ସୌମ୍ୟରଞ୍ଜନ, ଆସନ୍ତା ୬ରେ ନାମାଙ୍କନ

ସ୍ବାଧୀନ ଭାବେ ଲଢ଼ିବେ ସୌମ୍ୟରଞ୍ଜନ । କେନ୍ଦୁଝର ଜିଲ୍ଲା ଘଷିପୁରା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଆସନ୍ତା ୬ ତାରିଖରେ କରିବେ ନାମାଙ୍କନ ।

ସ୍ବାଧୀନ ଭାବେ ଲଢ଼ିବେ ସୌମ୍ୟରଞ୍ଜନ । କେନ୍ଦୁଝର ଜିଲ୍ଲା ଘଷିପୁରା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଆସନ୍ତା ୬ ତାରିଖରେ କରିବେ ନାମାଙ୍କନ । !ପିତୃଋଣ ପରିଶୋଧ କରିବାକୁ ବୋଧ ହୁଏ ଏହି ସୁଯୋଗ ଭଗବାନ ଦେଇଥିବା କହିଛନ୍ତି ସୌମ୍ୟ ! । ଆନନ୍ଦପୁରରେ ଆଜି ସମର୍ଥକଙ୍କୁ ନେଇ ବୈଠକ କରିବା ପରେ ଲଢ଼ିବା ନେଇ ସୂଚନା ଦେଇଛନ୍ତି ସୌମ୍ୟ ରଞ୍ଜନ । ଦୁଇ ଦିନ ତଳେ ଘଟଗାଁ ମା ତାରିଣୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ହୋଟେଲରେ ସମର୍ଥକମାନଙ୍କ ସହ ସେ ଆଲୋଚନା କରିଥିଲେ ।

ସେତେବେଳେ ବିଜେପିରୁ ସୌମ୍ୟରଂଜନ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କିନ୍ତୁ ଗତକାଲି ବିଜେପି ଘସିପୁରା ନିର୍ବାଚନମଣ୍ଡଳୀ ପାଇଁ ଶମ୍ଭୁନାଥ ରାଉତଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ଆଜି ସକାଳେ ଭାଇ ନିରଞ୍ଜନ ପଟ୍ଟନାୟକଙ୍କ ମନ୍ତବ୍ଯ ସୌମ୍ଯଙ୍କ ଘସିପୁରାରୁ ପ୍ରାର୍ଥୀ ହେବା ସମ୍ଭାବନା ନେଇ ଚର୍ଚ୍ଚାକୁ ପୁଣି ଖୋରାକ ଯୋଗାଇଥିଲା । ଆନନ୍ଦପୁର ଠାରେ ଜୟଦେବ ଜେନାଙ୍କ ପ୍ରାର୍ଥିପତ୍ର ଦାଖଲ ପାଇଁ ସାଙ୍ଗରେ ଆସିଥିବା ନିରଞ୍ଜନ ଏସମ୍ପର୍କରେ ଇସାରା ଦେଇଥିଲେ । ଏ

ହାପରେ ଆଜି ସନ୍ଧ୍ଯାରେ ଆନନ୍ଦପୁର ଠାରେ ଥିବା ପଟ୍ଟନାୟକ ପରିବାରର ବାସଭବନ ଠାରେ ସୌମ୍ଯଙ୍କ ଉପସ୍ଥିତିରେ ଏକତ୍ରିତ ହୋଇଥିଲେ ଶତାଧିକ ସମର୍ଥକ । ବୈଠକ ପରେ ସ୍ବାଧୀନ ଭାବେ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟ । ବିଜେଡି ଭେଟେରାନ ବଦ୍ରି ପାତ୍ରଙ୍କ ସହ ତାଙ୍କର ଫାଇଟ ହେବ । ଘସିପୁରାରୁ କଂଗ୍ରେସ ଟିକେଟରେ ସୁବ୍ରତ ଚକ୍ର ନିର୍ବାଚନ ଲଢ଼ୁଛନ୍ତି । ଏଥର ଘସିପୁରାରେ ଚତୁର୍ମୁଖୀ ଲଢ଼େଇ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.