Below header

ଡିଲ ବେଳ ମାଡି ବସିଲା ପୋଲିସ, ୨୬୪ ଗ୍ରାମର ବ୍ରାଉନସୁଗର ସହ ଜଣେ ଗିରଫ

ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଆମ୍ବଳି ଅଠା ଛକ ନିକଟରେ ଚଢଉ କରି 264 ଗ୍ରାମର ବ୍ରାଉନସୁଗର ସମେତ ଜଣେ ବେପାରୀକୁ ଗିରଫ କରିଛି ଜଳେଶ୍ବର ପୋଲିସ |

ଜଳେଶ୍ବର: ଧଳା ଜହର ଡିଲ ବେଳ ମାଡି ବସିଲା ପୋଲିସ | ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଆମ୍ବଳି ଅଠା ଛକ ନିକଟରେ ଚଢଉ କରି 264 ଗ୍ରାମର ବ୍ରାଉନସୁଗର ସମେତ ଜଣେ ବେପାରୀକୁ ଗିରଫ କରିଛି ଜଳେଶ୍ବର ପୋଲିସ | ଜବତ ବ୍ରାଉନସୁଗରର ଆନୂମାନିକ ମୂଲ୍ଯ 26 ଲକ୍ଷ 40 ହଜାର ଟଙ୍କା ହେବ ବୋଲି ଜଳେଶ୍ବର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତ ବାଲେଶ୍ବର ଏସପି ସାଗରିକ ନାଥ |

ସୂଚନା ଅନୁଯାୟୀ, ଆଜି ସକାଳେ ବାଇକରେ ବ୍ରାଉନସୁଗର ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ବର ପୋଲିସର ଏକ ସ୍ବତନ୍ତ୍ର ଟିମ 60 ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ବାଇପାସ ନିକଟରେ ଚଢଉ କରିଥିଲା  | ଏହି ସମୟରେ ବ୍ରାଉନସୁଗର ବିକ୍ରି ଡିଲ୍ ଚାଲୁଥିବା ବେଳେ ପୋଲିସ ଚଢଉ କରି ବ୍ରାଉନସୁଗର ସମେତ ଜଣେ ବେପାରୀକୁ ଗିରଫ କରିଛି |  ତା ନିକଟରୁ 264 ଗ୍ରାମର ବ୍ରାଉନସୁଗର , ନଗଦ 1400 ଟଙ୍କା, ଗୋଟିଏ ମୋବଇଲ ଏବଂ ଗୋଟିଏ ବାଇକ ଜବତ କରିଛି ପୋଲିସ | ଗିରଫ ହୋଇଥିବା ବେପାରୀ ଜଣକ ଘର ଜଳେଶ୍ବର ଥାନା ରାଜପୁର ଅଞ୍ଚଳରେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.