ନିର୍ବାଚନ ପୂର୍ବରୁ ବିଜେଡିକୁ ଝଟକା, ଇସ୍ତଫା ଦେଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ

ସମ୍ବଲପୁରରେ ବିଜେଡିକୁ ବଡ ଝଟକା । ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ । ସେ ନିଜ ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି।

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରରେ ବିଜେଡିକୁ ବଡ ଝଟକା । ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ । ସେ ନିଜ ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ସମ୍ବଲପୁରର ପୂର୍ବତନ ବିଧାୟିକା ଥିଲେ ରାସେଶ୍ବରୀ ପାଣିଗ୍ରାହୀ । ଏଥର ବିଜେଡିରୁ ଟିକେଟ ମିଳିବା ନେଇ ଆଶାୟୀ ମଧ୍ୟ ଥିଲେ। ହେଲେ ବିଜେଡି ରୋହିତ ପୂଜାରୀଙ୍କୁ ସେଠାରୁ ପ୍ରାର୍ଥୀ କରିଥିଲା । ତେବେ ଟିକେଟ ନମିଳିବା ପରେ ସେ ଅସନ୍ତୁଷ୍ଟ ଥିଲେ ରାସେଶ୍ୱରୀ। ଯାହାଫଳରେ ସେ ମଙ୍ଗଳବାର ଦିନ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସେ କେଉଁ ଦଳକୁ ଯିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

୨୦୧୪ରୁ ୨୦୧୯ ଯାଏଁ ସମ୍ବଲପୁରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ରାସେଶ୍ୱରୀ ପାଣିଗ୍ରାହୀ । ତେବେ ୨୦୧୯ରେ ଜୟନାରାୟଣ ମିଶ୍ରଙ୍କ ଠାରୁ ପରାଜିତ ହୋଇଥିଲେ ରାସେଶ୍ୱରୀ । ପରାଜିତ ହୋଇଥିଲେ ମଧ୍ୟ ରାସେଶ୍ୱରୀଙ୍କର ସମ୍ବଲପୁରରେ ନିଜସ୍ୱ ସଙ୍ଗଠନ ରହିଛି । ରାସେଶ୍ୱରୀ ବିଜେଡିରୁ ଇସ୍ତଫା ଦେଇଥିଲେ ମଧ୍ୟ ଆଗାମୀ ରାଜନୈତିକ କାର୍ଯ୍ୟପନ୍ଥା କଣ ରହିବ ସେନେଇ ମୁହଁ ଖୋଲିନାହାନ୍ତି ।

 

You might also like