Below header

ମ୍ୟାଚରେ ଶୁବମନ ଗିଲଙ୍କୁ ଧକ୍କା ମାରିଲେ ବିରାଟ କୋହଲି, ଦେଖନ୍ତୁ ଭିଡିଓ

ବ୍ୟାଟିଂ କରୁଥିବା ବେଳେ ବିରାଟ କୋହଲି ଯାଇ ଶୁବମନ ଗିଲକୁ ଧକ୍କା ମାରିଥିଲେ । ପ୍ରଥମ ବିରାଟ ଧକ୍କା ଶୁବମନକୁ ମାରିବା ପରେ ମଜାଳିଆ କଥା ହୋଇଥିଲେ । ପୂର୍ବରୁ ଆରସିବି ବୋଲିଂ କରୁଥିବା ବେଳେ ବିରାଟ କୋହଲି ବାଉଣ୍ଡ୍ରୀ ଲାଇନରେ ଗୁଜରାଟ ଟାଇଟନ୍ସର ଡଗଆଉଟ ପାଖରେ ଫିଲ୍ଡିଂ କରୁଥିଲେ । ଗିଲ୍‌ ଡଗଆଉଟରେ ବସିଥିଲେ, ସେତେବେଳେ ବିରାଟ ତାଙ୍କୁ ଚିଡାଇଥିଲେ ।

ଆଇପିଏଲ୍‌ର ୪୫ତମ ମ୍ୟାଚରେ ଗୁଜରାଟର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୯ ଓ୍ଵିକେଟରେ ହରାଇଛି । ଆରସିବି ପକ୍ଷରୁ ବିରାଟ କୋହଲି ୪୪ ବଲରେ ୭୦ ରନ୍‌ କରି ଅପରାଜିତ ରହିଥିଲେ । ସେହିପରି ଓ୍ଵିଲ ଜ୍ୟାକ୍ସ ମାତ୍ର ୪୧ ବଲରେ ୧୦୦ ରନ୍‌ କରି ଆରସିବିକୁ ଜିତାଇଦେଇଥିଲେ । ତେବେ ମ୍ୟାଚ ଚାଲିଥିବା ବେଳେ ଶୁବମନ ଗିଲ୍‌ ଏବଂ ବିରାଟ କୋହଲି ପରସ୍ପରକୁ ଧକ୍କା ମାରିବାର ଭିଡିଓ ଭାଇରଲ ହେଉଛି ।

ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି କି, ବ୍ୟାଟିଂ କରୁଥିବା ବେଳେ ବିରାଟ କୋହଲି ଯାଇ ଶୁବମନ ଗିଲକୁ ଧକ୍କା ମାରିଥିଲେ । ପ୍ରଥମ ବିରାଟ ଧକ୍କା ଶୁବମନକୁ ମାରିବା ପରେ ମଜାଳିଆ କଥା ହୋଇଥିଲେ । ପୂର୍ବରୁ ଆରସିବି ବୋଲିଂ କରୁଥିବା ବେଳେ ବିରାଟ କୋହଲି ବାଉଣ୍ଡ୍ରୀ ଲାଇନରେ ଗୁଜରାଟ ଟାଇଟନ୍ସର ଡଗଆଉଟ ପାଖରେ ଫିଲ୍ଡିଂ କରୁଥିଲେ । ଗିଲ୍‌ ଡଗଆଉଟରେ ବସିଥିଲେ, ସେତେବେଳେ ବିରାଟ ତାଙ୍କୁ ଚିଡାଇଥିଲେ । ଏହାପରେ ଆରସିବିର ବ୍ୟାଟିଂ ସମୟରେ ବିରାଟ କୋହଲି ଗିଲଙ୍କୁ ଧକ୍କା ଦେଇଥିଲେ । ଧକ୍କା ହେବା ପରେ ପରସ୍ପର ହସମଜାରେ କ’ଣ କଥା ହୋଇଥିଲେ । ତେବେ ପୂର୍ବରୁ ଏମାନଙ୍କର ଏମିତି ମଜାଳିଆ ଭିଡିଓ ଦେଖିବାକୁ ମିଳିଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଗୁଜରାଟ ସାଇ ସୂଦର୍ଶନଙ୍କ ୪୯ ବଲରେ ଅପରାଜିତ ୮୪, ଶାହରୁଖ ଖାନଙ୍କ ୩୦ ବଲରେ ୫୮ ଓ ଡାଭିଡ ମିଲରଙ୍କ ୧୯ ବଲରେ ଅପରାଜିତ ୨୬ ରନ ବଳରେ ୩ ୱିକେଟ ହରାଇ ୨୦୦ ରନ କରିଥିଲା । ଶୁବମନ ଗିଲ ୧୬ ଓ ରିଦ୍ଧିମାନ ସାହା ୫ ରନ କରିଥିଲେ ।

୨୦୧ ରନର ଟାର୍ଗେଟକୁ ପିଛା କରୁଥିବା ଆରସିବି ୪୦ ରନରେ ଅଧିନାୟକ ଫାଫ ଡୁପ୍ଲେସିସ ଆଉଟ ହୋଇଥିଲେ । ଏହାପରେ ବିରାଟ ଓ ଜ୍ୟାକ୍ସ ସ୍ଥିତି ସମ୍ଭାଳିଥିଲେ । ଉଭୟ ବଡ଼ବଡ଼ ଶଟ ଖେଳିଥିଲେ। ଜ୍ୟାକ୍ସ ୧୭ ବଲରେ ୧୭ ରନ କରିଥିଲେ । କିନ୍ତୁ ବାକି ୨୪ ବଲରେ ସେ ୮୩ ରନର ଇନିଂସ ଖେଳିଥିଲେ । ବିରାଟ ତାଙ୍କର ୭୪ ରନର ଇନିଂସରେ ୩ଟି ଛକା ଓ ୬ଟି ଚୌକା ମାରିଥିଲେ ।

୧୦ମ ମ୍ୟାଚ୍ରୁ ଆରସିବିର ୩ୟ ବିଜୟ ହୋଇଥିବା ବେଳେ ଗୁଜରାଟ ୧୦ ମ୍ୟାଚ୍ରୁ ୪ଟି ଜିତିଛି । ଏବେ ଆରସିବି ପଏଣ୍ଟ ଟେବୁଲର ୧୦ମ ଓ ଗୁଜରାଟ ୭ମ ସ୍ଥାନରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.