Below header

ମହୁମାଛି ଆକ୍ରମଣରେ ୩୦ ଛାତ୍ରଛାତ୍ରୀ ଆହତ, ମେଡିକାଲରେ ଭର୍ତ୍ତି

ମହୁମାଛି ଆକ୍ରମଣରେ ସ୍କୁଲ ଛାତ୍ରଛାତ୍ରୀ ଆହତ । ଗାଧୋଇବା ପାଇଁ ଆସିଥିବା ବେଳେ ମହୁମାଛି ଆକ୍ରମଣ କରିଥିଲା । ୯୦ ଜଣ ଛାତ୍ର ଛାତ୍ରୀ ଏଠାକୁ ଆସିଥିବା ବେଳେ ସେଥିମଧ୍ୟରୁ ୨ ଜଣ ଗୁରୁତର ଥିବା ବେଳେ ୩୦ ଜଣ ଆହତ ହୋଇଥିଲେ ।

ଢେଙ୍କାନାଳ (କେନ୍ୟୁଜ): ମହୁମାଛି ଆକ୍ରମଣରେ ସ୍କୁଲ ଛାତ୍ରଛାତ୍ରୀ ଆହତ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ରହଣି ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲରେ ଛାତ୍ର ଛାତ୍ରୀଙ୍କ ଗ୍ରୀଷ୍ମ କାଳୀନ ଶିକ୍ଷା ଚାଲିଛି । ଆଜି ବାଲିଗୋରଡ ସ୍ଥିତ ରାମିଆଳ ନଦୀର ସାପୁଆକୁ ଗାଧୋଇବା ପାଇଁ ଆସିଥିବା ବେଳେ ବସରୁ ଓଲ୍ଲାଇବା ବେଳେ ସେମାନଙ୍କୁ ମହୁମାଛି ଆକ୍ରମଣ କରିଥିଲା ।

୯୦ ଜଣ ଛାତ୍ର ଛାତ୍ରୀ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା ବେଳେ ୩୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ସ୍କୁଲର ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.