Below header

ବନ୍ଧାକୋବି ଭିତରୁ ବାହାରିଲା ସାପ, ଭାଇରାଲ ହେଉଛି ଭିଡିଓ

ଭାଇରାଲ ହୋଇଥିବା ଭିଡିଓରେ ଜଣେ ବ୍ୟକ୍ତି କୋବି ତୋଳିବାକୁ କ୍ଷେତକୁ ଯାଇଥିଲେ ଏବଂ ସେଠାରେ ସେ ଏକ ସାପକୁ ଦେଖିବାକୁ ପାଇଥିଲେ । କୋବି କାଟିବାକୁ ଚେଷ୍ଟା କରିବା ସମୟରେ କୋବି ଭିତରେ ସାପ ଦେଖି ଡରି ଯାଇଥିଲେ ବ୍ୟକ୍ତି ।

ସବୁଜ ପନିପରିବା ଖାଇବାକୁ କାହାକୁ ବା ଭଲ ନଲାଗେ । କିଛି ଲୋକ ବଜାରରୁ ଯାଇ ପନିପରିବା କିଣୁଥିବାବେଳେ କିଛି ଲୋକ ନିଜ ବାଡ଼ିରେ ପନି ପରିବା ଲଗାନ୍ତି ଓ ସତେଜ ପନିପରିବା ଖାଇବାକୁ ଭଲ ପାଆନ୍ତି । କିନ୍ତୁ ଥରେ ଭାବନ୍ତୁ ତ ଯଦି ଏହି ପରିବା ଭିତରୁ ସାପ ବାହାରେ ଆପଣ କଣ କରିବେ ? ପରିବା ଭିତରେ ସାପ, ଆପଣଙ୍କୁ କଥା ଟା ହୁଏତ ବିଶ୍ୱାସ ହେଉ ନଥିବ । କିନ୍ତୁ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଆପଣଙ୍କର ଏ ସନ୍ଦେହ ଦୂର ହୋଇଯିବ ।

ଭାଇରାଲ ହୋଇଥିବା ଭିଡିଓରେ ଜଣେ ବ୍ୟକ୍ତି କୋବି ତୋଳିବାକୁ କ୍ଷେତକୁ ଯାଇଥିଲେ ଏବଂ ସେଠାରେ ସେ ଏକ ସାପକୁ ଦେଖିବାକୁ ପାଇଥିଲେ । କୋବି କାଟିବାକୁ ଚେଷ୍ଟା କରିବା ସମୟରେ କୋବି ଭିତରେ ସାପ ଦେଖି ଡରି ଯାଇଥିଲେ ବ୍ୟକ୍ତି । କୋବି ପତ୍ର ଭିତରେ ଏକ ଛୋଟ ସାପ ଲୁଚି ରହିଥିଲା । ଯାହାକୁ ଦେଖିବା ପରେ ଭୟରେ ବ୍ୟକ୍ତି ଜଣଙ୍କ ସେଠାରୁ ପଳାଇ ଯାଇଥିଲେ । ପରେ ସ୍ନେକ୍‌ ହେଲ୍ପଲାଇନ୍‌ କୁ ଖବର ଦେଇଥିଲେ । କିଛି ସମୟ ପରେ ଜଣେ ମହିଳା ସାପକୁ ଉଦ୍ଧାର କରିବା ପାଇଁ ଆସିଥିଲେ । ସାପକୁ ଦେଖିବା ପରେ ମହିଳା ତାଙ୍କୁ କେମିତି ଉଦ୍ଧାର କରିବେ ଚିନ୍ତା କରିଥିଲେ । ପରେ ବହୁ କଷ୍ଟରେ ସାପକୁ ବନ୍ଧାକୋବି ଭିତରୁ ବାହାର କରିଥିଲେ ମହିଳା । ଏହି ଭିଡିଓଟି ଇନଷ୍ଟାଗ୍ରାମରେ ସେୟାର କରାଯାଇଛି, ଯାହା ବର୍ତ୍ତମାନ ଭାଇରାଲ ହେଉଛି ।

ସୂଚନା ଥାଉ କି ଏଭଳି ପ୍ରଥମ ଥର ନୁହେଁ ଯେ କୋବି ଭିତରୁ ସାପ ମିଳିଛି । ପୂର୍ବରୁ ମଧ୍ୟ ଏଭଳି ଖବର ଅନେକ ଥର ସାମ୍ନାକୁ ଆସିଛି । ବେଳେବେଳେ ହେଲମେଟ ଓ ଜୋତା ଚପଲରେ ମଧ୍ୟ ସାପ ଲୁଚି ରହିଥିବା ଦେଖିବାକୁ ମିଳେ । ଏପରି ପରିସ୍ଥିତିରେ ଯଦି ଆପଣ ସାବଧାନତାର ସହିତ ଜିନିଷ ନ ଦେଖନ୍ତି ତେବେ ବଡ଼ ବିପଦର ସାମ୍ନା କରିପାରନ୍ତି । ଏହି କୋବିରେ ସାପ ଲୁଚି ରହିଥିବାର ଭିଡିଓ ଦେଖିବା ପରେ କିଛି ଲୋକ କୋବି ଖାଇବା ପାଇଁ ଭୟ ମଧ୍ୟ କରିଛନ୍ତି । ସାପ ଗୁଡ଼ିକ ବିଷାକ୍ତ ହୋଇଥାନ୍ତି । ଏହି ସାପମାନେ କେତେବେଳେ ଯେ କେଉଁଠି ଲୁଚି ରହିବେ ତାହା କହି ହେବ ନାହିଁ । ଯଦି ଆପଣ ବି ବନ୍ଧାକୋବି ଖାଉଛନ୍ତି , ତେବେ ଏହାକୁ ଯଥେଷ୍ଟ ଧ୍ୟାନର ସହ ଦେଖିବା ପରେ କାଟନ୍ତୁ । ନଚେତ ଆପଣଙ୍କ ଜୀବନ ପ୍ରତି ବିପଦ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.