Below header

BSNLର ଦୁଇଟି ଦମଦାର ରିଚାର୍ଜ ପ୍ଲାନ, ଅଧିକ ଦିନ ଭାଲିଡିଟି ସହିତ ମିଳିବ ୨୫୨GB ଡାଟା

BSNL ନିକଟରେ ନିଜ ୟୁଜର୍ସମାନଙ୍କ ଦୁଇଟି ଶସ୍ତା ରିଚାର୍ଜ ପ୍ଲାନ ଆଣିଛି । ଏହି ଉଭୟ ରିଚାର୍ଜ ପ୍ଲାନରେ, ୟୁଜରମାନଙ୍କୁ ଲମ୍ବା ଭାଲିଡିଟି ସହିତ ଅନଲିମିଟେଡ କଲିଂ ଏବଂ ହାଇ ସ୍ପିଡ୍ ଇଣ୍ଟରନେଟ୍ ଡାଟା ପ୍ରଦାନ କରାଯାଉଛି ।

BSNL ନିକଟରେ ନିଜ ୟୁଜର୍ସମାନଙ୍କ ଦୁଇଟି ଶସ୍ତା ରିଚାର୍ଜ ପ୍ଲାନ ଆଣିଛି । ଏହି ଉଭୟ ରିଚାର୍ଜ ପ୍ଲାନରେ, ୟୁଜରମାନଙ୍କୁ ଲମ୍ବା ଭାଲିଡିଟି ସହିତ ଅନଲିମିଟେଡ କଲିଂ ଏବଂ ହାଇ ସ୍ପିଡ୍ ଇଣ୍ଟରନେଟ୍ ଡାଟା ପ୍ରଦାନ କରାଯାଉଛି । ଏହା ବ୍ୟତୀତ ସରକାରୀ ଟେଲିକମ୍ କମ୍ପାନୀର ଏହି ରିଚାର୍ଜ ପ୍ଲାନରେ ଅନ୍ୟାନ୍ୟ ଅନେକ ସୁବିଧା ମଧ୍ୟ ଉପଲବ୍ଧ । BSNL ଏହାର ୟୁଜର ବେସ୍ ବୃଦ୍ଧି ପାଇଁ କ୍ରମାଗତ ଭାବରେ ନୂଆ ରିଚାର୍ଜ ପ୍ଲାନ ଆଣୁଛି । ଏହା ବ୍ୟତୀତ କମ୍ପାନୀ ଏହାର ନେଟୱାର୍କକୁ ମଧ୍ୟ ଅପଗ୍ରେଡ୍ କରୁଛି । ଖୁବ୍ ଶୀଘ୍ର ସମଗ୍ର ଭାରତରେ BSNL 4G ସର୍ଭିସ ଆରମ୍ଭ ହେବ ।

BSNL ୩୪୭ ଟଙ୍କା ପ୍ଲାନ:
BSNLର ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନରେ ୫୪ ଦିନର ଭାଲିଡିଟି ପ୍ରଦାନ କରାଯାଉଛି । ଏହି ପ୍ଲାନ ଦୈନିକ ୨ ଜିବି ହାଇ ସ୍ପିଡ୍ ଡାଟା ସହିତ ଆସିଥାଏ । ଏଥିରେ ସମୁଦାୟ ୧୦୮GB ଡାଟା ୟୁଜର୍ସଙ୍କୁ ଦିଆଯାଉଛି । ଏହା ବ୍ୟତୀତ, ୟୁଜର୍ସମାନେ ପ୍ରତିଦିନ ୧୦୦ ଫ୍ରି SMS ର ଲାଭ ପାଇପାରିବେ । BSNLର ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନରେ ୟୁଜରମାନେ ସମଗ୍ର ଭାରତରେ ଯେକୌଣସି ନେଟୱାର୍କରେ ଫ୍ରି ଅନଲିମିଟେଡ୍ ଭଏସ୍ କଲିଂର ଲାଭ ପାଆନ୍ତି । BSNL ଏହାର ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍ ମାଧ୍ୟମରେ ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ ବିଷୟରେ ଘୋଷଣା କରିଛି ।

BSNL ୫୯୯ ଟଙ୍କା ପ୍ଲାନ:
BSNLର ଏହି ରିଚାର୍ଜ ପ୍ଲାନରେ ୟୁଜରମାନେ ୮୪ ଦିନର ଭାଲିଡିଟି ପାଇପାରିବେ । ଏହି ପ୍ଲାନରେ ୟୁଜର୍ସଙ୍କୁ ପ୍ରତିଦିନ ୩GB ହାଇ ସ୍ପିଡ୍ ଡାଟା ଦିଆଯାଉଛି । ଏହି ଉପାୟରେ ୟୁଜର୍ସମାନେ ସମୁଦାୟ ୨୫୨ ଜିବି ଡାଟାର ଲାଭ ପାଇବେ । ଏହି ରିଚାର୍ଜ ପ୍ଲାନ ମଧ୍ୟ ଦୈନିକ ୧୦୦ ଫ୍ରି SMS ଏବଂ ସମଗ୍ର ଭାରତରେ ଫ୍ରି ଅନଲିମିଟେଡ୍ କଲିଂ ସହିତ ଆସିଥାଏ । ଏହା ବ୍ୟତୀତ BSNLର ଏହି ରିଚାର୍ଜ ପ୍ଲାନରେ ଫ୍ରି ନ୍ୟାସନାଲ ରୋମିଂ ମଧ୍ୟ ମିଳିଥାଏ ।

BSNLର ଏହି ଦୁଇଟି ରିଚାର୍ଜ ପ୍ଲାନରେ କମ୍ପ୍ଲିମେଣ୍ଟାରୀ ଫିଚର ଭାବରେ Hardy Games, Challenger Arna Games, Gameon & Astrotell, Gameium Zing Music, WOW Entertainment, BSNL Tunes, Lystn Podcast ସର୍ଭିସର ଫ୍ରି ଆକ୍ସେସ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.