Below header

ଚୋରି ଘଟଣାରେ ୨ ଗିରଫ, ୮୫ ଗ୍ରାମ ସ୍ବର୍ଣ୍ଣ ଅଳଙ୍କାର ଜବତ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି, ଗୁରାଣ୍ଡି ଓ କାଶିନଗର ଥାନା ଅଧୀନରେ ହୋଇଥିବା ୭ଟି ଚୋରୀ ଘଟଣାରେ ପୋଲିସ  ୨ଜଣଙ୍କୁ ଗିରଫ କରିଛି ।

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି, ଗୁରାଣ୍ଡି ଓ କାଶିନଗର ଥାନା ଅଧୀନରେ ହୋଇଥିବା ୭ଟି ଚୋରୀ ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ 85 ଗ୍ରାମ ସ୍ବର୍ଣ୍ଣ ଅଳଙ୍କାର ସମେତ  ଗୋଟିଏ ମୋବାଇଲ ଓ ବାଇକ ଜବତ ହୋଇଛି ।

ଗିରଫ ହୋଇଥିବା ବ୍ଯକ୍ତିମାନେ ହେଉଛନ୍ତି ବ୍ରହ୍ମପୁର ସହର ଗଜପତି ନଗର 7 ମ ଲାଇନର ସୁଜିତ କୁମାର ପାଢୀ ଓ ଗଣପତି ନଗରର ବାଳକୃଷ୍ଣ ସାହୁ । ପାରଳାଖେମୁଣ୍ଡି ଉପଖଣ୍ଡ  ଆରକ୍ଷୀ ଅଧିକ୍ଷକ ମାଧବାନନ୍ଦ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଏହି  ସୂଚନା ପ୍ରଦାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.