Below header

ଏଦୁନିଆ ଛାଡି ସବୁଦିନ ପାଇଁ ଚାଲିଗଲେ ଓମ୍, ହେଲେ ଚକ୍ଷୁ ଦାନ କରି ଛାଡ଼ିଗଲେ ସ୍ମୃତି

କୁନି ପୁଅକୁ ହରାଇ ଭାଙ୍ଗିପଡିଛନ୍ତି ବାପା ମା । ଏଦୁନିଆ ଛାଡି ସବୁଦିନ ପାଇଁ ଚାଲିଯାଇଛି ପୁଅ । ହେଲେ ଆରପାରିରେ ଥାଇ ବି ପୁଅ ଦୁନିଆ ଦେଖିବ । ଜୀବନ ଚାଲିଗଲା ସତ ହେଲେ ଚକ୍ଷୁ ଦାନ କରି ଅନ୍ୟକୁ ଦୁନିଆ ଦେଖିବା ଲାଗି ପ୍ରେରଣା ଦେଇଛନ୍ତି ପୁରୀ ଜିଲ୍ଲାର କୁନି ପୁଅ । ହଁ ଆଜ୍ଞା ସାନ ସିନା ଦାନ ତା ମହାନ୍ ।

ପୁରୀ(କେନ୍ୟୁଜ): କୁନି ପୁଅକୁ ହରାଇ ଭାଙ୍ଗିପଡିଛନ୍ତି ବାପା ମା । ଏଦୁନିଆ ଛାଡି ସବୁଦିନ ପାଇଁ ଚାଲିଯାଇଛି ପୁଅ । ହେଲେ ଆରପାରିରେ ଥାଇ ବି ପୁଅ ଦୁନିଆ ଦେଖିବ । ଜୀବନ ଚାଲିଗଲା ସତ ହେଲେ ଚକ୍ଷୁ ଦାନ କରି ଅନ୍ୟକୁ ଦୁନିଆ ଦେଖିବା ଲାଗି ପ୍ରେରଣା ଦେଇଛନ୍ତି ପୁରୀ ଜିଲ୍ଲାର କୁନି ପୁଅ । ହଁ ଆଜ୍ଞା ସାନ ସିନା ଦାନ ତା ମହାନ୍ ।

ସାପ କାମୁଡାରେ ଜୀବନ ହାରିଥିବା ନାବାଳକ ଚକ୍ଷୁ ଦାନ କରି ସମାଜ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ । ସୂଚନା ମୁତାବକ,  ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଆଲିଷ ପାଟଣା ଶୁକଳ ଗ୍ରାମର ଦେବ ମହାରଣା ଓ ମମତା ମହାରଣାଙ୍କ ୧୪ ବର୍ଷୀୟ ପୁଅ ଓମ୍ କୁ ସାପ କାମୁଡି ଦେଇଥିଲା ।

ଯାହାଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଏକ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଓମ୍ ଅତି ଗୁରୁତର ହୋଇଯିବା ହେତୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ନାବାଳକ ପୁଅର ମୃତ ରେ ପରିବାର ଲୋକେ ଭାଙ୍ଗିପଡ଼ିଥିବା ବେଳେ ଓମ୍ ପ୍ରସାଦଙ୍କ ପିତା ମାତା ତାଙ୍କ ଚକ୍ଷୁ ଦାନ କରିବା ଲାଗି ଏକ ମହତ ନିଷ୍ପତି ନେଇଥିଲେ । ଓମ୍ ଙ୍କ ଚକ୍ଷୁ ଦାନ କରି ପିତା ମାତା ଏକ ମହତ କାର୍ଯ୍ୟ କରିଥିବା ଜଣାପଡିଛି । ଯାହା ଏବେ ସାଧାରଣ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି ।

ତେବେ ରାଜ୍ୟ ସରାକରଙ୍କ ନିଷ୍ପତି ଅନୁଯାୟୀ ଅଙ୍ଗ ଦାନ କରିଥିବା ପ୍ରତେକ ବ୍ୟକ୍ତିଙ୍କ ଶେଷକୃତ୍ୟ ସମୟରେ ଗାର୍ଡ ଅଫ ଅନର ପ୍ରଦାନ କରାଯିବ । ସେହିପରି ଚକ୍ଷୁ ଦାନ କରିଥିବା ପୁରୀ ଜିଲ୍ଲାର କୁନି ପୁଅ ଓମ୍ ପ୍ରସାଦ ମହାରଣାଙ୍କ ପୁରୀ ସ୍ୱର୍ଗ ଦ୍ୱାରରେ ଶେଷ କୃତ୍ୟ ହେବା ସମୟରେ ସେଠାରେ ତାଙ୍କୁ ଏହି ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା । ଓମ୍ ପ୍ରସାଦ ମହାରଣାଙ୍କର ବଡ ବାପା ପୁଅ ଭାଇ ଦୀପକ ମହାରଣା ଓମ୍ ଙ୍କୁ ମୁଖାଗ୍ନି ପ୍ରଦାନ କରିଥିଲେ ।

ତେବେ ଆମେ ସମସ୍ତେ ଜାଣିଛନ୍ତି ଯେ ଜନ୍ମ ମାନେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ମୃତ୍ୟୁ ପରେ ବି ଯିଏ ଜୀବନ ପାଏ ସେ ହେଉଛି ବିରଳ । ମାନବ ସମାଜର କଲ୍ୟାଣ ପାଇଁ ଅଙ୍ଗଦାନଠାରୁ ବଡ଼ ଆଉ କିଛି ନାହିଁ । ଏହା ଦ୍ୱାରା ମଣିଷ ମରିବାପରେ ମଧ୍ୟ ଅନ୍ୟ ମାଧ୍ୟମରେ ଜୀବିତ ରୁହେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.