Below header

ପୁଣି ମଣିପୁରରେ ଅଶାନ୍ତି: ଶୋଇଥିବା ବେଳେ ଯବାନଙ୍କୁ ଫାୟାରିଂ କଲେ ଆତଙ୍କବାଦୀ, ୨ ସହୀଦ

ମଣିପୁରର ବିଷ୍ଣୁପୁର ଜିଲ୍ଲାର ନାରଣସେନାରେ ଫୁଟିଲା ଗୁଳି। କେନ୍ଦ୍ରୀୟ ରିଜର୍ଭ ଫୋର୍ସ ସିଆରପିଏଫ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି କୁକୀ ଆତଙ୍କବାଦୀ । ଏଥିରେ ଦୁଇ ଯବାନ ସହୀଦ ହୋଇଥିବା ଜଣାଯାଇଛି।

ନୂଆଦିଲ୍ଲୀ : ମଣିପୁରରେ ପୁଣି ଥରେ ଅଶାନ୍ତି ଦେଖାଦେଇଛି। ମଣିପୁରର ବିଷ୍ଣୁପୁର ଜିଲ୍ଲାର ନାରଣସେନାରେ ଫୁଟିଲା ଗୁଳି। କେନ୍ଦ୍ରୀୟ ରିଜର୍ଭ ଫୋର୍ସ ସିଆରପିଏଫ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି କୁକୀ ଆତଙ୍କବାଦୀ । ଏଥିରେ ଦୁଇ ଯବାନ ସହୀଦ ହୋଇଥିବା ଜଣାଯାଇଛି। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି ଆତଙ୍କବାଦୀ ।

ମଣିପୁର ପୋଲିସଙ୍କ ସୂଚନାନୁଯାୟୀ ଶୁକ୍ରବାର ବିଳମ୍ବିତ ରାତି ପାଖାପାଖି ୨ଟାରେ କୁକୀ ଆତଙ୍କବାଦୀ ସିଆରପିଏଫ୍ ଉପରେ ଆକ୍ରମଣ କରିଥିଲେ । ରାତିରେ ଯବାନମାନେ ଶୋଇଥିବା ବେଳେ ଏହାର ଫାଇଦା ନେଇ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସହୀଦ ହୋଇଥିବା ଦୁଇ ଯବାନ CRPFର ୧୨୮ ବାଟାଲିୟନର ବୋଲି ଜଣାଯାଇଛି। ସହୀଦ ହୋଇଥିବା ଦୁଇ ଯବାନଙ୍କ ମଧ୍ୟରେ ଜଣେ ସବ- ଇନ୍ସପେକ୍ଟର ଓ ଅନ୍ୟ ଜଣେ ହେଡ କନଷ୍ଟେବଳ ଥିବା ଜଣାଯାଇଛି।

ଏହା ପୂର୍ବରୁ ଉପଦ୍ରବୀ ମାନେ ୩ ଜିଲ୍ଲା ତଥା କାଙ୍ଗପୋକପୀ, ଉଖରୁଲ୍ ଏବଂ ଇମ୍ଫାଲ ପୂର୍ବର ଟ୍ରାଞ୍ଜାକ୍ସନ ଜିଲ୍ଲାରେ ଉଭୟ କୁକୀଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଗୁଳିକାଣ୍ଡରେ ୨ଜଣ ମୃତ୍ୟୁ ହୋଇଥିଲା । ଏହା ପରେ ଥୌବଲ ଜିଲ୍ଲା ହୈଇରୋକ ଏବଂ ତାଙ୍ଗନୌ ପାଲ ମଧ୍ୟରେ କ୍ରସ୍ ଫାୟାରିଂ ହୋଇଥିଲା । ଏହାପରେ ଇମ୍ପାଲ ପୂର୍ବଜିଲ୍ଲାରେ ହିଂସାକାଣ୍ଡ ଦେଖିବାକୁମିଳିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.