Below header

ବିଜେଡି ପ୍ରେମରେ ଜଟିଆ କାଳିଆ, ଅତି ଅଜବ ବ୍ୟକ୍ତି ଏଇ ବିଜେଡି ଫ୍ୟାନ୍‌

ଚାରିଆଡେ ଏବେ ନିର୍ଵାଚନୀ ମାହୋଲ । କେବଳ ନେତା,ପ୍ରାର୍ଥୀ,କର୍ମୀ,କାର୍ଯ୍ୟକର୍ତା ବ୍ୟସ୍ତ ନାହାନ୍ତି । ନିର୍ଦିଷ୍ଟ ରାଜନୈତିକ ନେତୃତ୍ୱ ବା ଦଳର ଫ୍ୟାନମାନଙ୍କୁ ବି ଫୁରସତ ନାହିଁ । ପ୍ରଚାର ଅଭିଯାନରେ ଦିନ ରାତି ଏକ କରି ଦେଉଛନ୍ତି ଏମାନେ ।

କଟକ(କେନ୍ୟୁଜ୍‌): ଚାରିଆଡେ ଏବେ ନିର୍ଵାଚନୀ ମାହୋଲ । କେବଳ ନେତା,ପ୍ରାର୍ଥୀ,କର୍ମୀ,କାର୍ଯ୍ୟକର୍ତା ବ୍ୟସ୍ତ ନାହାନ୍ତି । ନିର୍ଦିଷ୍ଟ ରାଜନୈତିକ ନେତୃତ୍ୱ ବା ଦଳର ଫ୍ୟାନମାନଙ୍କୁ ବି ଫୁରସତ ନାହିଁ । ପ୍ରଚାର ଅଭିଯାନରେ ଦିନ ରାତି ଏକ କରି ଦେଉଛନ୍ତି ଏମାନେ । ଯେମିତିକି ଏହି ବ୍ୟକ୍ତି ଜଣକ । କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀରେ ଘର । ତାଙ୍କ ପସନ୍ଦର ନେତା ହେଉଛନ୍ତି ନବୀନ ପଟ୍ଟନାୟକ ଆଉ ଦଳ ଭିତରେ ବିଜେଡି । ଯାହା ତାଙ୍କର ବେଶ ଭୂଷାରୁ ସ୍ପଷ୍ଟ ଭାବରେ ଅନୁମାନ କରାଯାଇପାରେ ।

ଦେହରେ ମାଳ ମାଳ ବିଜେଡି ଗାମୁଛା । ଆଉ ବାଇକରେ ଲାଗିଛି ୧୪୭ ଟି ବିଜେଡି ପତାକା । କାହିଁକି ୧୪୭ ସଂଖ୍ୟକ ଲାଗିଛି ଆପଣ ବୁଝି ସାରିଥିବେ । ବୟସ ୫୫ ଉପରେ ହେବ ଏହି ବ୍ୟକ୍ତିଙ୍କର । ତାଙ୍କ ନାଁ ଟି ମଧ୍ୟ ସେତିକି ଆକର୍ଷଣୀୟ ତାଙ୍କର ବେଶଭୂସା ପରି । ନିଜ ନାଁ ରଖିଛନ୍ତି ବିଜେଡି ଜଟିଆ କାଳିଆ । ନିର୍ବାଚନ ଋତୁ ଆସିଲେ ଏ ନିର୍ବାଚନ ମଣ୍ଡଳୀରୁ ସେ ନିର୍ବାଚନ ମଣ୍ଡଳୀ ଘୁରି ବୁଲନ୍ତି ଜଟିଆ ଭାଇ । କଥା କହିବା ବେଳେ ପାଟିରେ ବାଟୁଳି ବାଜେନି ତାଙ୍କର । ଆଜି ବେଶ ଉତ୍ସାହର ସହିତ ସେ ଯୋଗ ଦେଇଥିଲେ ବିଜେଡି ପ୍ରାର୍ଥୀ ପ୍ରମୋଦ ମଲ୍ଲିକଙ୍କ ନାମାଙ୍କନ ଶୋଭାଯାତ୍ରାରେ । ଯିଏ ଦେଖିଥିଲା ତାଙ୍କୁ ଟିକେ ଅଟକି ଯାଉଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.