Below header

ସୀମାନ୍ତରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ବିଜେପିର ଛତିଶଗଡି ଭାଷାରେ ଚାଲିଛି ପ୍ରଚାର 

ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନ ମଣ୍ଡଳୀରେ ବିଜେପି ଛତିଶଗଡି ଭାଷାରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଜିଲ୍ଲାର ରାଇଘର ଓ କୁନ୍ଦେଇ ଅଞ୍ଚଳରେ ବହୁ ପରିମାଣରେ ହିନ୍ଦୀ ଭାଷା ଭାଷୀ ଓ ଛତିଶଗଡ ସମ୍ପର୍କିତ ଲୋକ ରହିଛନ୍ତି ।

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନ ମଣ୍ଡଳୀରେ ବିଜେପି ଛତିଶଗଡି ଭାଷାରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଜିଲ୍ଲାର ରାଇଘର ଓ କୁନ୍ଦେଇ ଅଞ୍ଚଳରେ ବହୁ ପରିମାଣରେ ହିନ୍ଦୀ ଭାଷା ଭାଷୀ ଓ ଛତିଶଗଡ ସମ୍ପର୍କିତ ଲୋକ ରହିଛନ୍ତି । ଏହି କାରଣରୁ ଏହି ଅଞ୍ଚଳରେ ହିନ୍ଦୀ ଓ ଛତିଶଗଡି ଭାଷାରେ ପ୍ରଚାର କରିବାକୁ ଗୁରୁତ୍ଵ ଦେଇଛି ବିଜେପି ।

ଏଥିପାଇଁ ବିଜେପି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଓ କଣ୍ଡାଗାଁ ବିଧାୟିକା ତଥା ଓଡିଶା ପ୍ରଭାରୀ ଲତା ହୁସେଣ୍ଡିଙ୍କୁ ଆଣିଛି ନିର୍ବାଚନ ପ୍ରଚାର ପାଇଁ । କାରଣ ନିର୍ବାଚନ ମଣ୍ଡଳୀରେ ପ୍ରାୟ ୪୦  ପ୍ରତିଶତ ଭୋଟର୍ ହିନ୍ଦୀ ଭାଷା ଭାଷୀ ଓ ଛତିଶଗଡ ସହ ସାମାଜିକ ସଂପର୍କରେ ରହିଛନ୍ତି ।  ଗତ ୬ ତାରିଖ ରେ ନବରଙ୍ଗପୁର ଜିଲ୍ଲାକୁ ପ୍ରଧାମନ୍ତ୍ରୀଙ୍କ ପ୍ରଚାର ପରେ ଦୁଇ ଦିନ ପରେ ନବରଙ୍ଗପୁର ଜିଲ୍ଲାକୁ ଛତିଶଗଡ ମୁଖ୍ୟ ମନ୍ତ୍ରୀ ପ୍ରଚାର ପାଇଁ ଆସିଥିଲେ । ନିର୍ବାଚନ ସଭା ରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ର ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ ଓ ଉମରକୋଟ ବିଧାୟକ ପ୍ରାର୍ଥୀ ନିତ୍ୟା ନନ୍ଦ ଗଣ୍ଡ ଯୋଗ ଦେଇଥିଲେ ।

ଛତିଶଗଡ ଲୋକଙ୍କ ସହ ଓଡ଼ିଶା ଲୋକଙ୍କ ମଧ୍ୟରେ ବହୁ ସମ୍ପର୍କ ରହିଥିବା କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ଏଥି ସହ ଛତିଶଗଡରେ ଜଗନ୍ନାଥଙ୍କ ପୂଜା କରା ଯାଉଥିବା କହିଛନ୍ତି । ଓଡ଼ିଶାରେ ବିଜେପି ସରକାର ଗଢ଼ିବ ବୋଲି ଦୃଢକ୍ତି ସହ ପ୍ରକାଶ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ପ୍ରଧାମନ୍ତ୍ରୀଙ୍କ ଗରିବଙ୍କ ପାଇଁ ଅନେକ ଯୋଜନା କରିଥିବା କହିଥିଲେ ବିଷ୍ଣୁ ଦେବ ସାଏ ।

ରାମ ମନ୍ଦିର ଓ ଧାରା ୩୭୦ ହଟିଥିବା କହିଥିଲେ । ସେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ ।  ଏ ଅଞ୍ଚଳର ଲୋକମାନଙ୍କ ସହ ଛତିଶଗଡ ସହ ସବୁ ପ୍ରକାର ସମ୍ପର୍କ ରହିଛି ସାମାଜିକ ସଂପର୍କ ସହ ବ୍ୟବସାୟିକ ସମ୍ପର୍କ ରହିଛି । ଏହି କାରଣରୁ ଏଠାରେ ଛତିଶଗଡ ମୁଖ୍ୟ ମନ୍ତ୍ରୀଙ୍କ ପ୍ରଚାର କରାଯାଇଛି । ଏହା ଦ୍ବାରା ଲୋକଙ୍କ ଉପରେ ପ୍ରଭାବ ପଡ଼ିବ ଓ ଉଭୟ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କୁ ଅଧିକ ଭୋଟ ମିଳିବ ବୋଲି କହିଛନ୍ତି ଉମରକୋଟ ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.