Below header

ଜଗା ଦର୍ଶନ ପାଇଁ ବାହାରିଥିଲେ ହେଲେ ପଳାଶୁଣୀ ଛକରେ ଘଟିଲା ଭୟଙ୍କର ଦୁର୍ଘଟଣା

ଆସ… ଆସ.. ଶୀଘ୍ର.. ଶୀଘ୍ର.. ପାହୁଣ୍ଡ ପକାଇ ରାସ୍ତା ପାର ହୋଇଯିବା l ସଅଳ ଗଲେ ଜଗା ଦର୍ଶନ କରି ବାହୁଡ଼ିବା ବୁଝିଲ ନଳିନୀ l ତେଣେ ବସ୍‌ ପଳେଇ ଆସି ଆର ପାଖରେ ଲାଗିଯିବ l ଚାଲ..ଚାଲ ଜଲଦି ଗଲେ ଜଗା ଦର୍ଶନ କରିବା ।

ଭୁବନେଶ୍ୱର: ଆସ… ଆସ.. ଶୀଘ୍ର.. ଶୀଘ୍ର.. ପାହୁଣ୍ଡ ପକାଇ ରାସ୍ତା ପାର ହୋଇଯିବା l ସଅଳ ଗଲେ ଜଗା ଦର୍ଶନ କରି ବାହୁଡ଼ିବା ବୁଝିଲ ନଳିନୀ l ତେଣେ ବସ୍‌ ପଳେଇ ଆସି ଆର ପାଖରେ ଲାଗିଯିବ l ଚାଲ..ଚାଲ ଜଲଦି ଗଲେ ଜଗା ଦର୍ଶନ କରିବା । ତେଣେ ପୁଅ କହିଥିଲା ।ବପା ମା’ଙ୍କୁ ଭୁବନେଶ୍ୱରରେ ଓହ୍ଲାଇ ପୁରୀ ବସ୍‌ ଧରି ସତର୍କରେ ଟିକେ ଯିବ ବାବା । ମାଙ୍କ ହାତ ଧରି ବାଟ କଡ଼େଇ ନେବ । କାହିଁକି ନା ସେ ଟିକେ ଜାଣିପାରିବନି । ଆଉ ଶୀଘ୍ର ଚାଲିପାରିବନି । ପୁଅ କଥା ସେତିକି ରହିଲା । ଏତିକି କଥା ଅଧା ରହିଗଲା ଜଗା ଦର୍ଶନ l

ଦୁର୍ଘଟଣା ରାସ୍ତାରେ ଆଜି କାଲି ସାଧାରଣ ହୋଇଯାଇଛି l ଆଜିର ଭୁବନେଶ୍ୱର ପଳାଶୁଣୀ ନିକଟରେ ଘଟିଥିବା ଦୁର୍ଘଟଣା ଥରେ ମନକୁ ଆସିଲେ ଆଉ ରାସ୍ତାରେ ଯିବାକୁ ଭାରି ଭୟ ଲାଗୁଛି l ତାର ଉଦାହରଣ ଏ ଦୁଇଟି ଶବ । ଦୁଇ ଶବକୁ ଶବବାହକ ବାହାର କରି ଅଣୁଥାନ୍ତି ଶବ ସଂରକ୍ଷଣ ଗୃହରୁ l ଆଉ ଷ୍ଟ୍ରେଚରରେ ରଖି ଧୀରେ ଧୀରେ ଟାଣି ନେଉ ଥାନ୍ତି ବ୍ୟବଚ୍ଛେଦ ପାଇଁ l ପରିବାର ଲୋକେ ସ୍ତବ୍ଧ ହୋଇ ଚାହିଁ ରହିଥାଆଁନ୍ତି ସେହି ଶବକୁ l

ଧୀରେ ଧୀରେ ସେମାନଙ୍କ ଠାରୁ ଦୁରେଇ ଦୁରେଇ ଯାଉଛି ଦୁଇ ଶବ l ଅଳ୍ପ ଦୂରରେ ପୁଅ ବସି ମା ବାବାଙ୍କ ଯାଉଥିବା ଶବକୁ ନିର୍ମିଶେଷ ନୟନରେ ଦେଖୁଥାନ୍ତି l ଆଖି ଲୁହ ଆଉ ନଥାଏ କାହିଁକି ନା ଏକା ବେଳକେ ବାପା ମା ଦୁଇ ଜଣଙ୍କର ପଳାଶୁଣି ଛକ ଟ୍ରକ ଦୁର୍ଘଟଣାରେ ଚାଲି ଯାଇଛି ଜୀବନ lଘଟଣା ହେଉଛି ଉମେଶ ପ୍ରସାଦ ପାଣିଗ୍ରାହୀ ଓ ନଳିନୀ ପାଣିଗ୍ରାହୀ ସୋନପୁର ବାସିନ୍ଦା l ଏମାନେ ହେଉଛନ୍ତି ସୋନପୁର ଜିଲ୍ଲା ଆନନ୍ଦପୁର ଗାଁର ବାସିନ୍ଦା । ଏମାନେ ଦୀର୍ଘ ୩୦ ବର୍ଷ ହେଲା ଗଣ୍ଡାବାହଲ ଗାଁରେ ରହୁଥିଲେ । ଏମାନଙ୍କର ଦୁଇ ପୁଅ । ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ବିବାହ ବାର୍ଷିକ ଉତ୍ସବ ଖୁସିରେ ପୁରୀ ଯାଉଥିଲେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ l ଆଜି ସକାଳେ ସୋନପୁରରୁ ବସ୍‌ ଯୋଗେ ଆସି ଭୁବନେଶ୍ୱର ପଳାଶୁଣୀ ଛକରେ ଓହ୍ଲାଇ ଥିଲେ l

ତେବେ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯାଇ ପୁରୀ ବସ ଧରିବେ ଆଉ ପୁରୀ ଯିବେ । ହେଲେ ତାଙ୍କର ଏହି ଆଶା ସବୁଦିନ ପାଇଁ ସେହି ଆଶାରେ ରହିଗଲା । ପୁରୀ ବସ୍‌ ଧରିବା ପାଇଁ ଯାଉଥିବା ବେଳେ ହଠାତ କେଉଁଆଡୁ ମାଡ଼ି ଆସିଲା ଗୋଟିଏ ଟ୍ରକ୍‌ ଉଭୟଙ୍କୁ ସେହି ସ୍ଥାନରେ ଚାପି ଦେଇ ଚାଲିଗଲା l କେହି କିଛି ଭାବିବା ପୂର୍ବରୁ ଦୁଇଟି ଜୀବନ କ୍ଷଣକେ ଚାଲିଗଲା l ସେମାନଙ୍କ ଶବ କ୍ୟାପିଟାଲ ହସ୍ପିଟାଲ ଆସିଲା l ବ୍ୟବଚ୍ଛେଦ ହେଲା l ପୁଅ କିନ୍ତୁ ଛାତିରେ ପଥର ରଖି ବାପା ମା ଉଭୟଙ୍କ ଆଖିକୁ ଜନ କଲ୍ୟାଣ ପାଇଁ ଦାନ କରିଦେଇଥିଲେ l କାରଣ ତାଙ୍କ ବାପା ମାଙ୍କୁ ଅନ୍ୟ ଜଣକ ଆଖିରେ ଦେଖିବାକୁ ଚାହୁଁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.