Below header

ଘରୁ ନାଗସାପ ଉଦ୍ଧାର କଲେ ସ୍ନେକହେଲ୍ପ ଲାଇନ ସଦସ୍ୟ

ଅସ୍ତରଙ୍ଗ ଅଞ୍ଚଳରେ ନିରଞ୍ଜନ ଦାସଙ୍କ ଘରୁ ଏକ ନାଗସାପ ଉଦ୍ଧାର ହୋଇଛି । ସାପଟି ଘର ଭିତରକୁ ପଶିଯିବା ଦେଖି ନିରଞ୍ଜନ ସ୍ନେକହେଲ୍ପ ଲାଇନ ସଦସ୍ୟ ବ୍ରଜବନ୍ଧୁ ସାହୁଙ୍କୁ ଖବର ଦେଇଥିଲେ ।

କାକଟପୁର : ଅସ୍ତରଙ୍ଗ ଅଞ୍ଚଳରେ ନିରଞ୍ଜନ ଦାସଙ୍କ ଘରୁ ଏକ ନାଗସାପ ଉଦ୍ଧାର ହୋଇଛି । ସାପଟି ଘର ଭିତରକୁ ପଶିଯିବା ଦେଖି ନିରଞ୍ଜନ ସ୍ନେକହେଲ୍ପ ଲାଇନ ସଦସ୍ୟ ବ୍ରଜବନ୍ଧୁ ସାହୁଙ୍କୁ ଖବର ଦେଇଥିଲେ । ଖବରପାଇ ବ୍ରଜବନ୍ଧୁ ପହଞ୍ଚିଥିଲେ । ହେଲେ ସାପଟି ଘରୁ ବାହାରି ବାରିପଟରେ ରହିଥିବା ଚାଳଘରକୁ ଚାଲିଥିଲା । ସେଠାରୁ ସ୍ନେକହେଲ୍ପ ଲାଇନ ସଦସ୍ୟ ବ୍ରଜ ବନ୍ଧୁ ସାପଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ସାପଟି ଏକ ନାଗସାପ ହୋଇଥିବା ବେଳେ ଏହାର ବୟସ ପାଖାପାଖି ୮ବର୍ଷର ବୋଲି  ଅନୁମାନ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.