Below header

୧୨ ବର୍ଷ ପରେ ୱାଙ୍ଖ୍‌ଡେ ବିଜୟ: କୋଲକାତାଠୁ ହାରିଲା ମୁମ୍ବାଇ

ଦୀର୍ଘ ୧୨ ବର୍ଷ ପରେ ମୁମ୍ବାଇକୁ ହରାଇଲା କୋଲକାତା । ମିଡୟମ ଫାଷ୍ଟ ବୋଲର ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ସହ ଭେଙ୍କଟେଶ ଆୟରଙ୍କ ଅର୍ଦ୍ଧଶତକ ବଳରେ କୋଲକାତା ନାଇଟ ରାଇଡର୍ସ ୨୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଚଳିତ ଆଇପିଏଲ ସଂସ୍କରଣର ଏହି ୫୧ତମ ମ୍ୟାଚ ଗତକାଲି ୱାଂଖଡେରେ ଖେଳାଯାଇଥିଲା ।

ୱାଂଖଡେକୁ କବଜା କରିନେଲେ ବୋଲର । ଦୀର୍ଘ ୧୨ ବର୍ଷ ପରେ ମୁମ୍ବାଇକୁ ହରାଇଲା କୋଲକାତା । ମିଡୟମ ଫାଷ୍ଟ ବୋଲର ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ସହ ଭେଙ୍କଟେଶ ଆୟରଙ୍କ ଅର୍ଦ୍ଧଶତକ ବଳରେ କୋଲକାତା ନାଇଟ ରାଇଡର୍ସ ୨୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଚଳିତ ଆଇପିଏଲ ସଂସ୍କରଣର ଏହି ୫୧ତମ ମ୍ୟାଚ ଗତକାଲି ୱାଂଖଡେରେ ଖେଳାଯାଇଥିଲା ।

ମୁମ୍ବାଇକୁ ହରାଇବା ସହ କୋଲକାତା ସପ୍ତମ ବିଜୟ ସହ ପ୍ଲେ ଅଫ ଖେଳିବା ଆଶା ଦୃଢ଼ କରିଛି । ପ୍ରଥମେ ବ୍ୟାଟିଂ କରି କୋଲକାତା ୧୯.୫ ଓଭରରେ ୧୬୯ ରନ୍ କରିଥିଲା। ଭେଙ୍କଟେଶ ଆୟାର ୭୦ ଓ ମିନିଷ ପାଣ୍ଡେ ୪୨ ରନ କରିଥିଲେ । ଜବାବରେ ୧୭୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ୧୮.୫ ଓଭରରେ ୧୪୫ ରନ କରିପାରିଥିଲା। ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୫୬ ରନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.