Below header

ସୁରକ୍ଷା ଦୃଷ୍ଟିରୁ ନମ୍ବର ୱାନ ଏହି ସବୁ କାର, Global NCAP ଦେଲା 5-star ରେଟିଂ

କାରର ସେପ୍ଟି ରେଟିଂ ବିଷୟରେ ଜାଣିବା ପ୍ରତ୍ୟକ କାର କିଣୁଥିବା ଲୋକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଚଳିତ ବର୍ଷ ମଧ୍ୟ ଗ୍ଲୋବାଲ୍ NCAP ଦ୍ୱାରା କାରଗୁଡିକୁ ସେପ୍ଟି ରେଟିଂ ଦିଆଯାଇଛି, ଯାହା ଦର୍ଶାଏ କେଉଁ କାରଗୁଡିକ ବ୍ୟବହାର କରିବା ନିରାପଦ ହୋଉଥାଏ ଏବଂ କେଉଁ କାରଗୁଡିକ ସବୁଠାରୁ ସୁରକ୍ଷିତ ହୋଇଥାଏ ।

କାର କିଣିବା ପୂର୍ବରୁ, ଲୋକମାନେ କାରର ଫିଚର୍ସ ବିଷୟରେ ଜାଣିବାକୁ ଚାହାଁନ୍ତି ଯାହା ସେମାନଙ୍କ ଜୀବନ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କାରର ସେପ୍ଟି ରେଟିଂ ବିଷୟରେ ଜାଣିବା ମଧ୍ୟ ପ୍ରତ୍ୟକ କାର କିଣୁଥିବା ଲୋକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଚଳିତ ବର୍ଷ ମଧ୍ୟ ଗ୍ଲୋବାଲ୍ NCAP ଦ୍ୱାରା କାରଗୁଡିକୁ ସେପ୍ଟି ରେଟିଂ ଦିଆଯାଇଛି, ଯାହା ଦର୍ଶାଏ କେଉଁ କାରଗୁଡିକ ବ୍ୟବହାର କରିବା ନିରାପଦ ହୋଉଥାଏ ଏବଂ କେଉଁ କାରଗୁଡିକ ସବୁଠାରୁ ସୁରକ୍ଷିତ ହୋଇଥାଏ ।

ଟାଟା ମୋଟର୍ସର ଅନେକ କାରକୁ ଗ୍ଲୋବାଲ୍ ଏନସିଏପି ଦ୍ୱାରା 5 ଷ୍ଟାର ସେପ୍ଟି ରେଟିଂ ଦିଆଯାଇଛି । ଏହି କାରଗୁଡିକର ତାଲିକାରେ ଟାଟା ସଫାରିର ନାମ ମଧ୍ୟ ଅନ୍ତର୍ଭୁକ୍ତ । ଏହି କାରର ଏକ୍ସ-ସୋରୁମ୍ ମୂଲ୍ୟ ୧୬.୧୯ ଲକ୍ଷରୁ ଆରମ୍ଭ ହୋଇ ୨୫.୪୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଏ ।

-ଗ୍ଲୋବାଲ୍ NCAP ରୁ ସୁରକ୍ଷା ଦୃଷ୍ଟିରୁ Volkswagen Virtus ମଧ୍ୟ 5 ଷ୍ଟାର ରେଟିଂ ପାଇଛି । ଏହି କାର ଉଭୟ ବୟସ୍କ ଏବଂ ଯୁବ ପିଢ଼ିଙ୍କ ପାଇଁ ସୁରକ୍ଷିତ ଘୋଷିତ ହୋଇଛି । ଏହି କାରର ଏକ୍ସ ଶୋ’ରୁମ୍ ମୂଲ୍ୟ ୧୧.୪୮ ଲକ୍ଷରୁ ଆରମ୍ଭ ହୋଇ ୧୯.୨୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଏ ।

-Mahindra Scorpio N ଆଡଲ୍ଟ ଅକ୍ୟୁପାଣ୍ଟ କାଟାଗୋରି ପାଇଁ 5 ଷ୍ଟାର ରେଟିଂ ପାଇଛନ୍ତି । କିନ୍ତୁ ଏହି କାରଟି ଚାଇଲଡ୍ ଅକ୍ୟୁପାଣ୍ଟ କାଟାଗୋରିରେ 3 ଷ୍ଟାର ରେଟିଂ ପାଇଛି । ଏହି କାରର ଏକ୍ସ ଶୋ’ରୁମ୍ ମୂଲ୍ୟ ୧୨.୭୩ ଲକ୍ଷରୁ ଆରମ୍ଭ ହୋଇ ଏହି କାରର ମୂଲ୍ୟ ୨୪.୦୩ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି ।

-Skoda Slaviaକୁ ଗ୍ଲୋବାଲ୍ NCAP ଦ୍ୱାରା ଉଭୟ ବୟସ୍କ ବ୍ୟକ୍ତି ଏବଂ ଚାଇଲଡ୍ ଅକ୍ୟୁପାଣ୍ଟଙ୍କ ମଧ୍ୟରେ 5 ଷ୍ଟାର ରେଟିଂ ଦିଆଯାଇଛି । ଏହି ସ୍କୋଡା କାରର ଏକ୍ସ-ସୋରୁମ୍ ମୂଲ୍ୟ ୧୦.୮୯ ଲକ୍ଷରୁ ଆରମ୍ଭ ହୋଇ ୧୯.୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଏ ।

-Hyundai Verna ମଧ୍ୟ ସୁରକ୍ଷିତ କାର ତାଲିକାରେ ଅନ୍ତର୍ଭୁକ୍ତ । ଗ୍ଲୋବାଲ୍ NCAP ଏହି କାରକୁ 5 ଷ୍ଟାର ରେଟିଂ ଦେଇଛି । ଏହି ହୁଣ୍ଡାଇ କାରର ଏକ୍ସ-ଶୋରୁମ୍ ମୂଲ୍ୟ ୧୦.୯୬ ଲକ୍ଷରୁ ଆରମ୍ଭ ହୋଇ ୧୭.୩୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.