Below header

କାମାକ୍ଷାନଗରରେ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାସ ଖୁଣ୍ଟିଆ ଆହତ

କାମାକ୍ଷାନଗରରେ ଏନକାଉଣ୍ଟର। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାସ ଖୁଣ୍ଟିଆ ଆହତ। ଖୁଣ୍ଟାପଶି ଗୁଣ୍ଡିଚାନାଳି ଜଙ୍ଗଲ ରାସ୍ତାରେ ଏହି ଏନକାଉଣ୍ଟର ହୋଇଛି । ସୁବାସର ଡାହାଣ ଗୋଡ଼ରେ ଗୁଳି ବାଜିଛି ।

କାମାକ୍ଷାନଗର (କେନ୍ୟୁଜ): ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାସ ଖୁଣ୍ଟିଆ ଆହ ତ।  ଢେଙ୍କାନାଳ କାମାକ୍ଷାନଗରରେ ଏନକାଉଣ୍ଟର ।  ଖୁଣ୍ଟାପଶି ଗୁଣ୍ଡିଚାନାଳି ଜଙ୍ଗଲ ରାସ୍ତାରେ ଏହି ଏନକାଉଣ୍ଟର ହୋଇଛି। ସୁବାସର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ଢେଙ୍କାନାଳ ସ୍ଥାନାନ୍ତର କରାଯାଇ ଛି।  ସୁବାସ ନାଁରେ ବିଭିନ୍ନ ଥାନାରେ ୧୮ରୁ ଉର୍ଦ୍ଧ୍ବ ମାମଲା ଥିବା ପୋଲିସ ସୂଚନା ଦେଇଛି । ସୁ ବାସକୁ ଗିରଫ ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ।

ବିଶେଷ ସୂତ୍ରରୁ ଖବରପାଇଁ ଆଜି ସକାଳୁ ଗିରଫ ଉଦ୍ୟମ ବେଳେ ପୋଲିସ ଉପରକୁ ଗୁଳିମାଡ଼ କରିବା ସହ ବୋମା ପକାଇଥିଲା ସୁବାସ । ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଏନକାଉଣ୍ଟର କରିଥିଲା ।  ସୁବାସର ୨ଜଣ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସେଠାରୁ ଗୋଟିଏ ବନ୍ଧୁକ ଜବତ କରିଛି ପୋଲିସ । ସାଇଣ୍ଟିଫିକ ଟିମ୍ ଓ କାମାକ୍ଷାନଗର ପୋଲିସ ଅଧିକ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.