Below header

ରେକର୍ଡ ଭାଙ୍ଗୁଛି ଏପ୍ରିଲର ତାପମାତ୍ରା, ଆହୁରି ୨ଦିନ ଅସହ୍ୟ ତାତି

ଭୀଷଣ ଗ୍ରୀଷ୍ମପ୍ରବାହରୁ ରକ୍ଷା ମିଳୁନି । ସକାଳ ହେଉ ହେଉ ମାଡ଼ି ଆସୁଛି ତାତି । ଅସମ୍ଭାଳ ଖରାରେ ଆଉଟୁପାଉଟୁ ଜନଜୀବନ। ଆଜି ଓ କାଲି ଆହୁରି ବଢିବ ତାତିର ପରିମାଣ । ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ଭୀଷଣ ଗ୍ରୀଷ୍ମପ୍ରବାହରୁ ରକ୍ଷା ମିଳୁନି ।  ସକାଳ ହେଉ ହେଉ ମାଡ଼ି ଆସୁଛି ତାତି ।  ଅସମ୍ଭାଳ ଖରାରେ ଆଉଟୁପାଉଟୁ ଜନଜୀବନ ।  ଆଜି ଓ କାଲି ଆହୁରି ବଢିବ ତାତିର ପରିମାଣ । ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି ।  ଭୀଷଣ ଗ୍ରୀଷ୍ମଲହରୀ ପାଇଁ ଚେତାବନୀ ଜାରି କରିଛି ପାଣିପାଗ କେନ୍ଦ୍ର ।  ଆଜି ଗ୍ରୀଷ୍ମଲହରୀର ପ୍ରଭାବ ଅଧିକ ରହିବ । ଅତି ଭୀଷଣ ଗ୍ରୀଷ୍ମଲହରୀ ନେଇ ୧୫ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ଭୀଷଣ ଗ୍ରୀଷ୍ମଲହରୀ ନେଇ ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

୩୦ତାରିଖରେ ମଧ୍ୟ ଅତିଭୀଷଣ ଗ୍ରୀଷ୍ମୱହରୀ ନେଇ ୧୬ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ଭୀଷଣ ଗ୍ରୀଷ୍ମ ଲହରୀ ନେଇ ୧୩ ଜିଲ୍ଲାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଗତକାଲି ୪୩ ଡିଗ୍ରୀ ଉପରେ ୧୨ ସହର ଓ ୪୦ ଉପରେ ୨୭ ସହରର ତାପମାତ୍ରା ରେକର୍ଡ କରାଯାଇଥିଲା । ୪୪.୩ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ମେ ୧ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ । ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ରହିଛି । କିନ୍ତୁ ଉଷ୍ମ ଓ ଆଦ୍ର ବାୟୁ ପ୍ରଭାବ ଦ୍ବାରା ଗରମ ଓ ଗୁଳୁଗୁଳି ଜାରି ରହିବ ବୋଲି କହିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

ରାଜ୍ୟର ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅଧିକ ରହିବା ସହ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଆଦ୍ରତା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆବଶ୍ୟକ ନଥିଲେ ଦିନ ୧୧ଟାରୁ ୩ ଟା ମଧ୍ୟରେ ଘରୁ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି । ଗର୍ଭବତୀ, ହାର୍ଟ ରୋଗୀ, ଛୋଟପିଲା, ବୟସ୍କ ବ୍ୟକ୍ତି ବିଶେଷ ଯତ୍ନବାନ ହେବା ସହ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.