Below header

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ପାଇଁ ଆଜିଠୁ ନାମାଙ୍କନ, ମେ’ ୬ ପର୍ଯ୍ୟନ୍ତ ନାମାଙ୍କନ ଭରିବେ ପ୍ରାର୍ଥୀ

ଆଜିଠୁ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଗୁଲ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ସହ ଆଜିଠୁ ଆରମ୍ଭ ହେବାକୁ ଯାଉଛି ନାମାଙ୍କନ ପ୍ରକ୍ରିୟା। ମେ ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏହି ପ୍ରକ୍ରିୟା । ମେ ୭ରେ ନାମାଙ୍କନ ଯାଞ୍ଚ ହେବ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଗୁଲ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ସହ ଆଜିଠୁ ଆରମ୍ଭ ହେବାକୁ ଯାଉଛି ନାମାଙ୍କନ ପ୍ରକ୍ରିୟା। ମେ ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏହି ପ୍ରକ୍ରିୟା । ମେ ୭ରେ ନାମାଙ୍କନ ଯାଞ୍ଚ ହେବ। ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ୯ ତାରିଖକୁ ଶେଷ ଦିନ ଭାବେ ଧାର୍ଯ୍ୟ କରାଯାଇ ଛି। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୫ ତାରିଖରେ ହେବ ।

ଏହି ପର୍ଯ୍ୟାୟରେ ମୋଟ ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ତୃତୀୟ ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ବର ଲୋକସଭା ଆସନ ରହିଛି । ଏହି ୬ ଲୋକସଭା କ୍ଷେତ୍ର ଅଧୀନରେ ଥିବା ୪୨ ବିଧାନସଭା ଆସନରେ ସେହି ଦିନ ଭୋଟ ଗ୍ରହଣ ହେବ । ତୃତୀୟ ପର୍ଯ୍ୟାୟରେ ୯୪ ଲକ୍ଷ ୪୧ ହଜାର ୭୯୭ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ ।

ଏମାନଙ୍କ ଭିତରେ ୪୮ ଲକ୍ଷ ୨୬ ହଜାର ପୁରୁଷ ମତଦାତା ଥିବା ବେଳେ ୪୬ ଲକ୍ଷ ୧୪ ହଜାର ମହିଳା ମତଦାତା ଅଛନ୍ତି । ମୋଟ ମତଦାତାଙ୍କ ମଧ୍ୟରେ ନୂଆ ମତଦାତାଙ୍କ ସଂଖ୍ୟା ୩୫ ହଜାର ୭୬୪ ଜଣ। ମତଦାନ ପାଇଁ ମୋଟ ୧୦ ହଜାର ୫୧୫ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଓଡ଼ିଶାରେ ୪ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଏହି ପର୍ଯ୍ୟାୟରେ ସବୁଠୁ ଅଧିକ ଆସନ ପାଇଁ ଭୋଟ ଗ୍ରହଣ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.