Below header

ଆକାଶରୁ ଖସିଲା ମୃତ୍ୟୁ ! ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

ବର୍ଷା ହେଲା ମାତ୍ରେ ଆକାଶରୁ ଖସୁଛି ମୃତ୍ୟୁ । ଲୋକଙ୍କୁ ଘାରୁଛି ବଜ୍ରାଘାତ ଭୟ । ଗତକାଲି ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଛି। ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଆଳି (କେନ୍ୟୁଜ): ବର୍ଷା ହେଲା ମାତ୍ରେ ଆକାଶରୁ ଖସୁଛି ମୃତ୍ୟୁ ।  ଲୋକଙ୍କୁ ଘାରୁଛି ବଜ୍ରାଘାତ ଭୟ ।  ଗତକାଲି ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଛି । ବ ଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

ରବିବାର ଅପରାହ୍ନ ୫ଟା ସମୟରେ ହଠାତ୍ ଧୂଳିଝଡ ଆରମ୍ଭ ହୋଇଯାଇଥିଲା ।  ପରେପରେ ବର୍ଷା, କୁଆପଥର ମାଡ଼ ଓ ଘନଘନ ବଜ୍ରପାତ ଘଟିଥିଲା ।  ମୁଗବିଲରେ କାମ କରୁଥିବା ଆଳିଥାନା କଳସପୁର ପଞ୍ଚାୟତ ଜେନାଭଳି ଗ୍ରାମର ୩ ଜଣ ଚାଷୀ କାର୍ତିକ ଦାସ,ପିତାମ୍ବର ଦାସ ଓ ଲଷ୍ମୀଧର ଦାସ ବର୍ଷା ପବନ, ବଜ୍ରପାତ ଓ କୁଆପଥର ମାଡରୁ ରକ୍ଷା ପାଇବା ପାଇଁ ନିକଟସ୍ଥ ଏକ ପଲାରେ ଆଶ୍ରୟ ନେଇଥିଲେ ।  ପଲାରେ ବଜ୍ରପାତ ଘଟିବାରୁ ତିନିଜଣ ଗୁରୁତର ଆହତ ହୋଇଥିଲେ ।  ନିକଟରେ ଥିବା ଗ୍ରାମବାସୀ ତାଙ୍କୁ ସଙ୍ଗେସଙ୍ଗେ ଆଳି ମେଡିକାଲ ଥିଲେ ।  ସେଠାରେ ଲକ୍ଷ୍ମୀଧର ଦାସଙ୍କ ମୃତ୍ୟୁ ହୋଇଥିଲା ।  ଅନ୍ୟ ୨ଜଣ ଚାଷୀ ପିତାମ୍ବର ଦାସ ଓ କାର୍ତ୍ତିକ ଦାସ ବଜ୍ରାଘାତରେ ଗୁରୁତର ଆହତ ହୋଇ ଚିକିତ୍ସାଧିନ ଅଛନ୍ତି ।

ଖବର ପାଇ ଆଳି ବିଧାୟକ ପ୍ରତାପ କେଶରୀ ଦେବ,କଂଗ୍ରେସ ବିଧାୟକ ପ୍ରାର୍ଥୀ ଡାକ୍ତର ଦେବସ୍ମିତା ଶର୍ମା,ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା,ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଜିଲ୍ଲା ପରିଷଦ ଭୀଷ୍ମ ମହାନ୍ତି, ପଞ୍ଚାୟତ ସମିତି ଅଧକ୍ଷ ମନୋରଞ୍ଜନ ସାମଲ ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.