Below header

ତାମିଲନାଡ଼ୁ: ୮୧୦ କିଲୋ ସୁନା ଗହଣା ନେଇ ଯାଉଥିବା ଟ୍ରକ୍‌ ଓଲଟି ପଡ଼ିଲା, ୨ ଆହତ

ତାମିଲନାଡ଼ୁରେ ସୁନା ଗହଣା ବୋଝେଇ ଏକ ଟ୍ରକ୍‌ ଦୁର୍ଘଟଣାର ଶିକାର ହୋଇଛି । ମିଳିଥିବା ସୂଚନା ମୁତାବକ, ଆଗରେ ଯାଉଥିବା ଏକ ଗାଡ଼ିରୁ ଜରିପାଲ ଉଡ଼ି ଆସି ଟ୍ରକ୍‌ର ଓ୍ଵିଣ୍ଡ୍‌ ଶିଲ୍ଡ ଉପରେ ପଡ଼ିଥିଲା । ଏହାଦ୍ୱାରା ହଠାତ୍‌ ଟ୍ରକ୍‌ ଉପରୁ ଡ୍ରାଇଭରଙ୍କର କଣ୍ଟ୍ରୋଲ ବିଗିଡ଼ି ଯାଇଥିଲା । ଫଳରେ ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇ ସେହିଠାରେ ହିଁ ଓଲଟି ପଡ଼ିଥିଲା ।

ତାମିଲନାଡ଼ୁରେ ସୁନା ଗହଣା ବୋଝେଇ ଏକ ଟ୍ରକ୍‌ ଦୁର୍ଘଟଣାର ଶିକାର ହୋଇଛି । ମିଳିଥିବା ସୂଚନା ମୁତାବକ, ଆଗରେ ଯାଉଥିବା ଏକ ଗାଡ଼ିରୁ ଜରିପାଲ ଉଡ଼ି ଆସି ଟ୍ରକ୍‌ର ଓ୍ଵିଣ୍ଡ୍‌ ଶିଲ୍ଡ ଉପରେ ପଡ଼ିଥିଲା । ଏହାଦ୍ୱାରା ହଠାତ୍‌ ଟ୍ରକ୍‌ ଉପରୁ ଡ୍ରାଇଭରଙ୍କର କଣ୍ଟ୍ରୋଲ ବିଗିଡ଼ି ଯାଇଥିଲା । ଫଳରେ ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇ ସେହିଠାରେ ହିଁ ଓଲଟି ପଡ଼ିଥିଲା । ଖବର ପାଇ ପୋଲିସ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ଏହା ସହିତ ଟ୍ରକ୍‌ରେ ଥିବା ସୁନା ଗହଣାଗୁଡ଼ିକୁ ଅନ୍ୟ ଟ୍ରକ୍‌ରେ ଭର୍ତ୍ତି କରାଇ ଗନ୍ତବ୍ୟସ୍ଥଳକୁ ପଠାଇଥିଲା ।

ଏହି ଟ୍ରକ୍‌ ଏକ ପ୍ରାଇଭେଟ୍‌ ଲଜିଷ୍ଟିକ୍‌ କମ୍ପାନୀର ବୋଲି କୁହାଯାଉଛି । ଏହା କୋଏମ୍ବଟୁରରୁ ସେଲମ୍‌ ଯାଉଥିଲା । ସୂଚନା ମୁତାବକ, ସିଥୋଡୁ ନିକଟରେ ଟ୍ରକ୍‌ଟି ଦୁର୍ଘଟଣାର ଶିକାର ହୋଇଥିଲା । ଟ୍ରକ୍‌ଟି ରାସ୍ତାରେ ଯାଉଥିବା ବେଳେ ଆଗରେ ଆଉ ଏକ ଟ୍ରକ୍‌ ଯାଉଥିଲା । ଉକ୍ତ ଟ୍ରକ୍‌ରେ ଲାଗିଥିବା ଏକ ଜରିପାଲ ପବନରେ ଉଡ଼ି ଆସି ପଛ ଟ୍ରକ୍‌ର ଓ୍ଵିଣ୍ଡ୍‌ ଶିଲ୍ଡ ଉପରେ ପଡ଼ିଥିଲା । ଫଳରେ ଡ୍ରାଇଭର ଜଣକ ହଠାତ୍‌ କିଛି ଦେଖି ନ ପାରିବାରୁ ଟ୍ରକ୍‌ଟି ଭାରସାମ୍ୟ ହରାଇଥିଲା ଏବଂ ସେଠାରେ ଓଲଟି ପଡ଼ିଥିଲା ।

ଘଟଣାସ୍ଥଳରୁ ଚିତ୍କାର ଶୁଣି ଆଖପାଖର ଲୋକମାନେ ରୁଣ୍ଡ ହୋଇଯାଇଥିଲେ । ଲୋକମାନେ ପୋଲିସକୁ କଲ୍‌ କରି ମାମଲା ବିଷୟରେ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ଟ୍ରକ୍‌ ଡ୍ରାଇଭର ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ଏଠାରେ ଚିକିତ୍ସା ପରେ ସେମାନେ ସୁସ୍ଥ ଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଟ୍ରକ୍‌ ଭିତରେ ପାଖାପାଖି ୮୧୦ କିଲୋ ସୁନା ଗହଣା ଥିଲା । ଏହି ଗହଣାଗୁଡ଼ିକର ମୂଲ୍ୟ ୬୬୬ କୋଟି ଟଙ୍କା ବୋଲି କୁହାଯାଉଛି । ଏହାକୁ ଟ୍ରକ୍‌ରେ ଭର୍ତ୍ତି କରି କେଏମ୍ବଟୁରରୁ ସେଲମ୍‌ ନିଆଯାଉଥିଲା । ଦୁର୍ଘଟଣା ପରେ ପୋଲିସ ଟିମ୍‌ ପହଞ୍ଚି ଗହଣାଗୁଡ଼ିକୁ କଡ଼ା ସୁରକ୍ଷାର ସହିତ ଅନ୍ୟ ଟ୍ରକ୍‌ ଯୋଗେ ସେଲମ୍‌ ପଠାଇଥିଲା । ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଦେଖାଯାଉଛି କି, ହାଇ ସିକ୍ୟୁରିଟି ବ୍ୟବସ୍ଥା ସହିତ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ରୁ ସୁନା ଗହଣା ବାକ୍ସଗୁଡ଼ିକୁ ବାହାର କରାଯାଉଛି । ଏହି ସମୟରେ ସେଠାରେ ପୋଲିସ ଟିମ୍‌ ମୁତୟନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.