Below header

ସିଙ୍ଗଲ ଚାର୍ଜରେ ଚାଲିବ ୪୦୦ କିମି, Tataର ଏହି ଦୁଇଟି ଇଲେକ୍ଟ୍ରିକ କାରରେ ମିଳୁଛି ଭାରି ଡିସକାଉଣ୍ଟ

ଟାଟା ମୋଟର୍ସ ମେ' ମାସରେ ନେକ୍ସନ୍ ଇଭି ଏବଂ ଟିଆଗୋ ଇଭିରେ ଆକର୍ଷଣୀୟ ଡିସକାଉଣ୍ଟ ପ୍ରଦାନ କରୁଛି । ଯେଉଁଥିରେ ଏକ୍ସଚେଞ୍ଜ ବେନିଫିଟ୍ସ, କର୍ପୋରେଟ୍ ଅଫର୍ ଏବଂ 'ଗ୍ରୀନ୍ ବୋନସ୍' ଅନ୍ତର୍ଭୁକ୍ତ ଅଛି । ତେବେ ଆସନ୍ତୁ ଜାଣିବା ନୂଆ ନେକ୍ସନ୍ ଇଭି କିମ୍ବା ଟିଆଗୋ ଇଭି କିଣିଲେ ଆପଣ କେତେ ଟଙ୍କା ସଞ୍ଚୟ କରିପାରିବେ ।

ଟାଟା ମୋଟର୍ସ ମେ’ ମାସରେ ନେକ୍ସନ୍ ଇଭି ଏବଂ ଟିଆଗୋ ଇଭିରେ ଆକର୍ଷଣୀୟ ଡିସକାଉଣ୍ଟ ପ୍ରଦାନ କରୁଛି । ଯେଉଁଥିରେ ଏକ୍ସଚେଞ୍ଜ ବେନିଫିଟ୍ସ, କର୍ପୋରେଟ୍ ଅଫର୍ ଏବଂ ‘ଗ୍ରୀନ୍ ବୋନସ୍’ ଅନ୍ତର୍ଭୁକ୍ତ ଅଛି । ତେବେ ଆସନ୍ତୁ ଜାଣିବା ନୂଆ ନେକ୍ସନ୍ ଇଭି କିମ୍ବା ଟିଆଗୋ ଇଭି କିଣିଲେ ଆପଣ କେତେ ଟଙ୍କା ସଞ୍ଚୟ କରିପାରିବେ ।

ଟାଟା ନେକ୍ସନ୍ ଇଭି:
MY 2023 ଟାଟା ନେକ୍ସନ୍ ଇଭିର ସମସ୍ତ ଭରିଆଣ୍ଟରେ ପ୍ରାୟ ୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ବେନିଫିଟ୍ସ ଉପଲବ୍ଧ । ଯେଉଁଥିରେ ୫୦,୦୦୦ ଟଙ୍କା ଇନଷ୍ଟାଷ୍ଟ ଡିସକାଉଣ୍ଟ, ୨୦,୦୦୦ ଟଙ୍କା ଏକ୍ସଚେଞ୍ଜ ବୋନସ୍ ଏବଂ ୫୦୦୦ ଟଙ୍କା କର୍ପୋରେଟ୍ ଡିସକାଉଣ୍ଟ ମିଳୁଛି । MY2024 Nexon EV କୁ ଏମପାୱାର୍ଡ + LR ଏବଂ ଏମପାୱାର୍ଡ + LR ଡାର୍କ ଭରିଆଣ୍ଟ ଉପରେ ୫୫,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦିଆଯାଉଛି ।

Nexon EV MR ର ୩୦kWh ବ୍ୟାଟେରୀ ଅଛି ଯାହାକି ୩୨୫Kmର ARAI ସାର୍ଟିଫିକେଟ୍ ରେଞ୍ଜ ଦେବାରେ ସକ୍ଷମ ହୋଇଥିବାବେଳେ ନେକ୍ସନ୍ ଇଭି LR ର ୪୦.୫kWh ବଡ଼ ବ୍ୟାଟେରୀ ଏବଂ ଚାର୍ଜ ପ୍ରତି ୪୬୫ କିଲୋମିଟର ରେଞ୍ଜ ଅଛି । ନେକ୍ସନ୍ ଇଭିର ମୂଲ୍ୟ ୧୪.୪୯ ଲକ୍ଷରୁ ୧୯.୪୯ ଲକ୍ଷ ମଧ୍ୟରେ ରହିଛି ଏବଂ ଏହା ବଜାରରେ ମହିନ୍ଦ୍ରା XUV400 ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି ।

ଟାଟା ଟିଆଗୋ ଇଭି:
My 2023 ଟାଟା ଟିଆଗୋ ଇଭି ଚଳିତ ମାସରେ ୭୨,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ପାଇଛି, ଯାହା ଏହାର ସମଗ୍ର ରେଞ୍ଜରେ ଉପଲବ୍ଧ । ଏଥିରେ ୫୦,୦୦୦ ଟଙ୍କା ଗ୍ରୀନ୍ ବୋନସ୍, ୧୫,୦୦୦ ଟଙ୍କା ଏକ୍ସଚେଞ୍ଜ ବୋନସ୍ ଏବଂ ୭୦୦୦ ଟଙ୍କା କର୍ପୋରେଟ୍ ଡିସକାଉଣ୍ଟ ଅନ୍ତର୍ଭୁକ୍ତ । MY2024 ଟିଆଗୋ ଇଭିର ଲଙ୍ଗ-ରେଞ୍ଜ୍ ଭାରିଆଣ୍ଟରେ ୫୨,୦୦୦ ଟଙ୍କା ପର୍ଯ୍ୟନ୍ତ ବେନିଫିଟ୍ସ ମିଳୁଥିବାବେଳେ ଚଳିତ ମାସରେ ମିଡ-ରେଞ୍ଜରେ ୩୭,୦୦୦ ଟଙ୍କା ପର୍ଯ୍ୟନ୍ତ ବେନିଫିଟ୍ସ ଦିଆଯାଉଛି ।

ଏହା Citroen eC3 ଏବଂ MG Comet ସହିତ ପ୍ରତିଦ୍ୱନ୍ଦ୍ୱିତା କରେ । ଟିଆଗୋ ଇଭି ମିଡ-ରେଞ୍ଜ ଏକ ୧୯.୨kWh ବ୍ୟାଟେରୀ ବ୍ୟବହାର କରେ ଯାହା ୬୧hp ଏବଂ ୧୧୦Nm ଜେନେରେଟ କରୁଥିବା ଏକ ଫ୍ରଣ୍ଟ ଏକ୍ସଲ-ମାଉଣ୍ଟେଡ୍ ଇଲେକ୍ଟ୍ରିକ୍ ମୋଟର ସହିତ ସଂଯୁକ୍ତ । ଏହାର MIDC ରେଞ୍ଜ ୨୫୦ କିଲୋମିଟର ଅଟେ । ସେହି ଭଳି ଲଙ୍ଗ-ରେଞ୍ଜ ଭାରିଆଣ୍ଟ ୩୧୫ କିଲୋମିଟର ରେଞ୍ଜ ସହିତ ଏକ ବଡ ୨୪kWh ବ୍ୟାଟେରୀ ପାଇଥାଏ ଏବଂ ଏହା ସହିତ ଇଲେକ୍ଟ୍ରିକ୍ ମୋଟରର ଆଉଟପୁଟ ହେଉଛି ୭୪hp ଏବଂ ୧୧୪Nm ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.