Below header

ବଡ଼ ସ୍କ୍ରିନ୍‌ ଓ ବଢ଼ିଆ ବ୍ୟାଟେରୀ ସହ ଲଞ୍ଚ ହେଲା Lenovo Tab K11, ଜାଣନ୍ତୁ ଫିଚର୍ସ

ନୂଆ Lenovo ଟ୍ୟାବଲେଟ୍‌ କମ୍ପାନୀର Lenovo Tab Pen Plus ସହିତ କମ୍ପାଟିବଲ୍‌ ହୋଇଛି । ଏହି ଟ୍ୟାବରେ ଗୋଟିଏ ବର୍ଷର ଷ୍ଟାଣ୍ଟାର୍ଡ ଓ୍ଵାରେଣ୍ଟି ସହିତ ଆକ୍ସିଡେଣ୍ଟେବଲ୍‌ ଡ୍ୟାମେଜ୍‌ ପ୍ରୋଟେକ୍ସନ୍‌ ଭଳି ସୁବିଧା ଦିଆଯାଉଛି ।

ଯଦି ଆପଣ ୨୦ ହଜାର ଟଙ୍କା ବଜେଟର ଏକ ନୂଆ ଟ୍ୟାବଲେଟ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି, ତେବେ Lenovo ଏହି ଦାମରେ Lenovo Tab K11 ଲଞ୍ଚ କରିଛି । ଦମଦାର ଫିଚର ସହ ଏହି ଲେନୋଭୋ ଟ୍ୟାବଲେଟରେ ଡଲବି ଆଟମୋସ୍ ଅଡିଓ ଟେକ୍ନୋଲୋଜି ସହିତ ଚାରୋଟି ସ୍ପିକର ଦିଆଯାଇଛି । ଏହା ବ୍ୟତୀତ ଏହି ଡିଭାଇସରେ ଧୂଳି ଏବଂ ପାଣିରୁ ସୁରକ୍ଷା ପାଇଁ IP52 ରେଟିଂ ମଧ୍ୟ ଦିଆଯାଇଛି ।

ନୂଆ Lenovo ଟ୍ୟାବଲେଟ୍‌ କମ୍ପାନୀର Lenovo Tab Pen Plus ସହିତ କମ୍ପାଟିବଲ୍‌ ହୋଇଛି । ଏହି ଟ୍ୟାବରେ ଗୋଟିଏ ବର୍ଷର ଷ୍ଟାଣ୍ଟାର୍ଡ ଓ୍ଵାରେଣ୍ଟି ସହିତ ଆକ୍ସିଡେଣ୍ଟେବଲ୍‌ ଡ୍ୟାମେଜ୍‌ ପ୍ରୋଟେକ୍ସନ୍‌ ଭଳି ସୁବିଧା ଦିଆଯାଉଛି ।

ଏହି ଲେନୋଭୋ ଟ୍ୟାବ୍ ର ୪ GB RAM / ୧୨୮ GB ଷ୍ଟୋରେଜ୍ ଭାରିଆଣ୍ଟର ଦାମ୍‌ ୧୭,୯୯୦ ଟଙ୍କା । ୮ GB RAM / ୧୨୮ GB ଷ୍ଟୋରେଜ୍ ଭାରିଆଣ୍ଟ ପାଇଁ ଆପଣଙ୍କୁ ୧୯,୯୯୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ଟ୍ୟାବ୍ କମ୍ପାନୀର ଅଫିସିଆଲ୍ ସାଇଟ୍ ରୁ କିଣାଯାଇପାରିବ ।

ଡିସପ୍ଲେ : ଏହି ଟ୍ୟାବରେ ୯୦ Hz ରିଫ୍ରେସ୍‌ ଟେଟ୍‌ ସପୋର୍ଟ ସହିତ ୧୦.୯୫ ଇଞ୍ଚ ର LCD ଡିସପ୍ଲେ ଦିଆଯାଇଛି । ଏହି ଟ୍ୟାବ୍ ୪୦୦ ନିଟ୍ସର ପିକ୍‌ ବ୍ରାଇଟନେସ୍‌ ସପୋର୍ଟ ସହିତ ଲଞ୍ଚ କରାଯାଇଛି ।
ପ୍ରୋସେସର: ସ୍ପିଡ୍‌ ଏବଂ ମଲ୍ଟିଟାସ୍କିଂ ପାଇଁ ଏହି ଡିଭାଇସରେ ମିଡିଆ ଟେକ୍ ହେଲିଓ G88 ଅକ୍ଟା-କୋର ପ୍ରୋସେସର୍‌ ବ୍ୟବହାର ହୋଇଛି ।
ସଫ୍ଟୱେର୍: ଆଣ୍ଡ୍ରଏଡ୍ ୧୩ ଅପରେଟିଂ ସିଷ୍ଟମ୍ ସହିତ ଲଞ୍ଚ ହୋଇଥିବା ଏହି ଟ୍ୟାବରେ ଆଣ୍ଡ୍ରଏଡ୍ ୧୪ ଏବଂ ଆଣ୍ଡ୍ରଏଡ୍ ୧୫ OS ଅପଗ୍ରେଡ୍ ମଧ୍ୟ ମିଳିବ ।
କ୍ୟାମେରା ସେଟଅପ୍: ଏହି ଟ୍ୟାବ ପଛରେ ୧୩ ମେଗାପିକ୍ସେଲର ରିୟର କ୍ୟାମେରା ସେନ୍ସର ଥିବାବେଳେ ସେଲଫି ପାଇଁ ପ୍ରଣ୍ଟରେ ୮ ମେଗାପିକ୍ସେଲ କ୍ୟାମେରା ସେନ୍ସର ଦିଆଯାଇଛି ।
କନେକ୍ଟିଭିଟି : ଏହି ଡିଭାଇସରେ ବ୍ଲୁଟୁଥ୍ ଭର୍ସନ ୫.୧, ୱାଇ-ଫାଇ, ୩.୫ ମିଲିମିଟର ଅଡିଓ ଜ୍ୟାକ୍ ଏବଂ USB ଟାଇପ୍-ସି ପୋର୍ଟ ଅଛି ।
ବ୍ୟାଟେରୀ : ଏହି ଟ୍ୟାବରେ ୧୫ ୱାଟ ଫାଷ୍ଟ ଚାର୍ଜ ସପୋର୍ଟ ସହିତ ୭୦୪୦ mAhର ଏକ ପାଓ୍ଵାରଫୁଲ୍‌ ବ୍ୟାଟେରୀ ଦିଆଯାଇଛି । କମ୍ପାନୀ ଦାବି କରିଛି ଯେ ଏହି ଟ୍ୟାବ୍ ସିଙ୍ଗଲ୍‌ ଚାର୍ଜରେ ୧୦ ଘଣ୍ଟା ପର୍ଯ୍ୟନ୍ତ ଭିଡିଓ ପ୍ଲେ ବ୍ୟାକ୍ ଟାଇମ୍‌ ଅଫର କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.