Below header

ଚେକ୍ କ୍ଲୋନିଂ କରି ୯ କୋଟି ୬୦ ଲକ୍ଷ ଟଙ୍କା ଠକେଇ, ଜଣେ ଗିରଫ

୯ କୋଟି ୬୦ ଲକ୍ଷ ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ଗିରଫ । ମଧ୍ୟପ୍ରଦେଶର ପୋମେଶ ତମ୍ଭାରେକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା । ତାକୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇ ଟ୍ରାନଜିଟ ରିମାଣ୍ଡରେ ଭୁବନେଶ୍ୱର ଆଣିଛି EOW । ଆଜି ତାଙ୍କୁ ବାଲେଶ୍ଵର OPID କୋର୍ଟରେ ହାଜର କରାଯିବ ।

ଭୁବନେଶ୍ୱର(କେନ୍ୟୁଜ୍‌): ୯ କୋଟି ୬୦ ଲକ୍ଷ ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ଗିରଫ । ମଧ୍ୟପ୍ରଦେଶର ପୋମେଶ ତମ୍ଭାରେକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା । ତାକୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇ ଟ୍ରାନଜିଟ ରିମାଣ୍ଡରେ ଭୁବନେଶ୍ୱର ଆଣିଛି EOW । ଆଜି ତାଙ୍କୁ ବାଲେଶ୍ଵର OPID କୋର୍ଟରେ ହାଜର କରାଯିବ ।

ଚେକ୍ କ୍ଲୋନିଂ କରି ୯ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇ ନକ୍ସଲ ଅଞ୍ଚଳରେ ଲୁଚିଥିଲା ଦୁର୍ବୁତ୍ତ । ଜିଲ୍ଲା ମିନେରାଲ ଫାଉଣ୍ଡେସନ ଟ୍ରଷ୍ଟ ନାଁ ରେ ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆ ବ୍ରାଞ୍ଚରେ ରହିଥିଲା ମୟୁରଭଞ୍ଜ ଜିଲ୍ଲା ପରିସଦଙ୍କ ବ୍ୟାଙ୍କ ଆକାଉଣ୍ଟ । ସେହି ବ୍ୟାଙ୍କ ଆକାଉଣ୍ଟ ରୁ ଦୁର୍ବୁତ୍ତ ମାନେ ଚେକ୍ କ୍ଲୋନିଂ କରି ୯ କୋଟି ୫୬ ଲକ୍ଷ ଟଙ୍କା ପି.ଟି କନଷ୍ଟ୍ରକସନ ଆଣ୍ଡ ସପ୍ଲାଏ ଓ ଏସ୍.କେ ଏଣ୍ଟରପ୍ରାଇଜ ଆକାଉଣ୍ଟ କୁ ଟ୍ରାନ୍ସଫର କରିଥିଲେ । ବ୍ୟାଙ୍କ ଅଫ ଇଣ୍ଡିଆ ବାରିପଦା ବ୍ରାଞ୍ଚ ଚିଫ ମ୍ୟାନେଜର ଏ ବିଷୟରେ ଯାଣିବା ପରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ଏକ ବଡ଼ ଗ୍ୟାଙ୍ଗ ରାଜ୍ୟ ସାରା ଏଭଳି ଠକାମୀ କାର୍ଯ୍ୟରେ ଲିପ୍ତ ରହିଛି । ବିଶେଷ କରି ଛତିଶଗଡ଼, ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ,ଓଡ଼ିଶାରେ ଏହି ରାକେଟ ସକ୍ରିୟ ଅଛି । ପାଖାପାଖି ୪ ବର୍ଷ ଧରି ଏହି ଗ୍ୟାଙ୍ଗ ସକ୍ରିୟ ଥିବା ଜଣା ପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.