କେନାଲ ଭିତରକୁ ଖସିଲା ଟ୍ରକ୍, ଡ୍ରାଇଭର ଏବଂ ହେଲପର୍ ମୃତ

କେନାଲ ଭିତରକୁ ଖସିଲା ଟ୍ରକ୍, ୨ ମୃତ । ମୟୂରଭଞ୍ଜ NH-୧୮ ଜଗନ୍ନାଥ ଖୁଣ୍ଟା ଛକ ନିକଟରେ ଦୁର୍ଘଟଣା ଘଟିଛି । ଏକ ମାଲ ବୋଝେଇ ଟ୍ରକ ବାରିପଦା ପଟୁ ବମ୍ବେ ଛକ ଅଭିମୁଖେ ଯାଉଥିବା ବେଳେ ଭାରାସାମ୍ୟ ହରାଇ ୨୦ ଫୁଟ ତଳ ସୁବର୍ଣ୍ଣରେଖା କେନାଲ ଭିତରକୁ ଖସିପଡ଼ିଥିଲା ।

ବାଙ୍ଗିରିପୋଷି (କେନ୍ୟୁଜ): କେନାଲ ଭିତରକୁ ଖସିଲା ଟ୍ରକ୍, ୨ ମୃତ । ମୟୂରଭଞ୍ଜ NH-୧୮ ଜଗନ୍ନାଥ ଖୁଣ୍ଟା ଛକ ନିକଟରେ ଦୁର୍ଘଟଣା ଘଟିଛି । ଏକ ମାଲ ବୋଝେଇ ଟ୍ରକ ବାରିପଦା ପଟୁ ବମ୍ବେ ଛକ ଅଭିମୁଖେ ଯାଉଥିବା ବେଳେ ଭାରାସାମ୍ୟ ହରାଇ ୨୦ ଫୁଟ ତଳ ସୁବର୍ଣ୍ଣରେଖା କେନାଲ ଭିତରକୁ ଖସିପଡ଼ିଥିଲା । ଫଳରେ ଗାଡ଼ି ଭିତରେ ଚାପି ହୋଇ ଟ୍ରକ ଡ୍ରାଇଭର ଓ ହେଲପରର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ରକକୁ କାଟି ମୃତଦେହ ଦୁଇଟିକୁ ବାହାର କରାଯାଇ ବ୍ୟବଛେଦ ପାଇଁ ପଠାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.