ଆମେଠିରୁ କଂଗ୍ରେସର ପ୍ରାର୍ଥୀ ଘୋଷଣା ପରେ ରବର୍ଟ ଭଦ୍ରାଙ୍କ ପ୍ରଥମ ପ୍ରତିକ୍ରିୟା, କଲେ ଭାବପ୍ରବଣ ପୋଷ୍ଟ୍‍

ଉତ୍ତର ପ୍ରଦେଶର ଦୁଇଟି ଚର୍ଚ୍ଚିତ ଆସନ ଆମେଠି ଓ ରାୟବରେଲିରୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ରାୟବରେଲିରୁ ଯେଉଁଠି ରାହୁଲ ଗାନ୍ଧି ମୈଦାନରେ ଛିଡ଼ା ହୋଇଛନ୍ତି, ସେଠି ଆମେଠିରୁ ଗାନ୍ଧି ପରିବାରର ଘନିଷ୍ଠ କେ.ଏଲ୍. ଶର୍ମାଙ୍କୁ ଟିକେଟ୍‌ ମିଳିଛି ।

ଉତ୍ତର ପ୍ରଦେଶର ଦୁଇଟି ଚର୍ଚ୍ଚିତ ଆସନ ଆମେଠି ଓ ରାୟବରେଲିରୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ରାୟବରେଲିରୁ ଯେଉଁଠି ରାହୁଲ ଗାନ୍ଧି ମୈଦାନରେ ଛିଡ଼ା ହୋଇଛନ୍ତି, ସେଠି ଆମେଠିରୁ ଗାନ୍ଧି ପରିବାରର ଘନିଷ୍ଠ କେ.ଏଲ୍. ଶର୍ମାଙ୍କୁ ଟିକେଟ୍‌ ମିଳିଛି ।

ଏଥର କିନ୍ତୁ ଚର୍ଚ୍ଚା ହେଉଥିଲା ଯେ ଆମେଠିରୁ ରବର୍ଟ ଭଦ୍ରା କଂଗ୍ରେସରୁ ପ୍ରାର୍ଥୀ ହୋଇପାରନ୍ତି । ଏହାରି ଭିତରେ ଟିକେଟ୍ ନ ମିଳିବା ପରେ ରବର୍ଟ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ‘ରାଜନୀତିର କୌଣସି ବି ଶକ୍ତି, ପଦ ଆମ ପରିବାର ମଧ୍ୟରେ ଆସିପାରିବ ନାହିଁ । ଆମେ ସମସ୍ତେ ଆମ ଦେଶର ଲୋକଙ୍କ ଉନ୍ନତି ପାଇଁ ସବୁବେଳେ କାର୍ଯ୍ୟ କରିବୁ ଏବଂ ଆଗକୁ ମଧ୍ୟ କାର୍ଯ୍ୟ ଜାରି ରଖିବୁ । ଆପଣଙ୍କ ସମର୍ଥନ ଏବଂ ଶୁଭେଚ୍ଛା ପାଇଁ ଧନ୍ୟବାଦ । ମୁଁ ସର୍ବଦା ନିଜର ଜନସେବା ମାଧ୍ୟମରେ ଯଥାସମ୍ଭବ ଲୋକଙ୍କୁ ସାହାଯ୍ୟ କରିବି’ ।

ରବର୍ଟ ଭଦ୍ରା ଅନେକ ଥର ଆମେଠିରୁ ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ପ୍ରାର୍ଥୀ ଘୋଷଣା ପୂର୍ବରୁ ସେ ଏହି ଆସନରୁ ନିର୍ବାଚନ ଲଢ଼ିବାକୁ ଇଚ୍ଛା କରିଥିଲେ । ପୂର୍ବରୁ ସେ କହିଥିଲେ ଯେ ସେ ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି । ଯଦି କଂଗ୍ରେସ ଦଳ ତାଙ୍କୁ ଏହି ସୁଯୋଗ ଦିଅନ୍ତି, ତେବେ ସେ ନିଶ୍ଚିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ସକ୍ରିୟ ରାଜନୀତିରେ ଯୋଗଦେବା ବିଷୟରେ ଭଦ୍ରା ଅନେକ ଥର କହିଛନ୍ତି । କୁହାଯାଉଥିଲା ଯେ ଏଥର ନିର୍ବାଚନରେ କଂଗ୍ରେସ ଦଳ ତାଙ୍କୁ ଆମେଠିରୁ ଟିକେଟ ଦେଇ ମୈଦାନକୁ ଆଣିପାରେ, କିନ୍ତୁ ଦଳ ତାହା କରିନାହିଁ । ଏବେ ଆମେଠିରୁ ପ୍ରାର୍ଥୀ ଘୋଷଣା ପରେ ରବର୍ଟ ଭଦ୍ରା ନିଜର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ।

ଦୁଇ ଦିନ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ରାୟବରେଲି ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଥିଲେ । ଏହି ସମୟରେ ତାଙ୍କ ସହିତ ଥିଲେ ମା’ ସୋନିଆ ଗାନ୍ଧି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । କଂଗ୍ରେସ ହଠାତ୍ ରାହୁଲ ଗାନ୍ଧିଙ୍କୁ ରାୟବରେଲି ଆସନ ପାଇଁ ପ୍ରାର୍ଥୀ କରିଥିବାରୁ ଏହି ନିର୍ବାଚନମଣ୍ଡଳୀ ପୁଣିଥରେ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.