Below header

ଭଡ଼ା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ସାଙ୍ଗରେ ରହୁଥିବା ଅନ୍ୟ ଜଣେ ଯୁବତୀ ଫେରାର୍

ରାଜଧାନୀରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ । ଭଡ଼ା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ।  ଭୁବନେଶ୍ୱର ଭରତପୁର ଥାନା ଅଧିନ ଏକ ବସ୍ତିରେ ଘଟିଛି ଏହି ଘଟଣା ।  ମୃତ ଯୁବତୀ ହେଲେ ବିଷ୍ଣୁପ୍ରିୟା ରାଉତ । ମୃତ ଯୁବତୀ ହେଲେ ବିଷ୍ଣୁପ୍ରିୟା ରାଉତ । ଗତ ଗୁରୁବାର ବିଷ୍ଣୁପ୍ରିୟାଙ୍କ ମୃତ୍ୟୁ ହୋଇଥିବାବେଳେ, ଗତକାଲି ରାତିରେ ମୃତଦେହ ଠାବ ହୋଇଛି । ସେପଟେ ବିଷ୍ଣୁପ୍ରିୟାଙ୍କ ସହ ରହୁଥିବା ଯୁବତୀ ଫେରାର ଅଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ । ଭଡ଼ା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ।  ଭୁବନେଶ୍ୱର ଭରତପୁର ଥାନା ଅଧିନ ଏକ ବସ୍ତିରେ ଘଟିଛି ଏହି ଘଟଣା ।  ମୃତ ଯୁବତୀ ହେଲେ ବିଷ୍ଣୁପ୍ରିୟା ରାଉତ ।

ଖବର ଅନୁଯାୟୀ, ଭରତପୁର ଥାନା ଅଧିନ ଏକ ବସ୍ତିରେ ଯୁବତୀ ବିଷ୍ଣୁପ୍ରିୟା ରାଉତ ରହୁଥିଲେ ।  ତାଙ୍କ ସହ ଅନ୍ୟ ଜଣେ ଯୁବତୀ ଭଡାରେ ରହୁଥିଲେ । ଗତ ଗୁରୁବାର ବିଷ୍ଣୁପ୍ରିୟାଙ୍କ ମୃତ୍ୟୁ ହୋଇଥିବାବେଳେ, ଗତକାଲି ରାତିରେ ମୃତଦେହ ଠାବ ହୋଇଛି । ସେପଟେ ବିଷ୍ଣୁପ୍ରିୟାଙ୍କ ସହ ରହୁଥିବା ଯୁବତୀ ଫେରାର ଅଛନ୍ତି । ସେପଟେ ପରିବାର ପକ୍ଷରୁ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।  ଏନେଇ ସ୍ଥାନୀୟ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.