Below header

ଝିଅ ବାହାଘରକୁ ନେଇ ଚିନ୍ତାରେ ଅଛନ୍ତି କି? ସରକାର ଦେଉଛନ୍ତି ଗରିବଙ୍କୁ ଆର୍ଥିକ ସହାୟତା

ଏହି ଯୋଜନା ଅଧୀନରେ ଯେଉଁମାନେ ଅଭାବୀ ପରିବାରରୁ ଅଛନ୍ତି ସେମାନଙ୍କୁ ସାହାଯ୍ୟ ମିଳିବ । ଏପରିକି ବିଧବା ଏବଂ ଛାଡପତ୍ର ପାଇଥିବା ମହିଳାମାନଙ୍କୁ ମଧ୍ୟ ଏହି ଯୋଜନାର ଲାଭ ମିଳିବ ।

ଝିଅ ବିବାହରେ ଟଙ୍କା ପାଇଁ ବାପାଙ୍କ ଚିନ୍ତା ବଢ଼ିଯାଏ । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଆଣିଛନ୍ତି ନୂଆ ଯୋଜନା । ଏହି ଯୋଜନାର ଲାଭ ଉଠାଇବେ ଗରିବ ପରିବାର । ସରକାର “କନ୍ୟା ବିବାହ ଯୋଜନା ୨୦୨୪” ନାମକ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ଯେଉଁମାନେ ଅଭାବୀ ପରିବାରରୁ ଅଛନ୍ତି ସେମାନଙ୍କୁ ସାହାଯ୍ୟ ମିଳିବ । ଏପରିକି ବିଧବା ଏବଂ ଛାଡପତ୍ର ପାଇଥିବା ମହିଳାମାନଙ୍କୁ ମଧ୍ୟ ଏହି ଯୋଜନାର ଲାଭ ମିଳିବ । ଏହି ଯୋଜନା ଅଧିନରେ ସରକାର ୫୧ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଯୋଗାଇ ଦେଉଛନ୍ତି , ଯାହାଫଳରେ ଝିଅ ମାନଙ୍କ ବିବାହରେ କୌଣସି ଅସୁବିଧା ହେବ ନାହିଁ। ଏହା ବ୍ୟତୀତ ଯଦି ଗୋଷ୍ଠୀ ବିବାହ କରିବାକୁ ନିଷ୍ପତ୍ତି ନିଆଯାଏ, ତେବେ ସରକାର ମଧ୍ୟ ଏଥିରେ ସାହାଯ୍ୟ କରିବେ ।

ସରକାରଙ୍କ “କନ୍ୟା ବିବାହ ଯୋଜନା ୨୦୨୪”ରେ ଆବେଦନ କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ଅଛି । ନିୟମ ଅନୁଯାୟୀ, ବିବାହ ସମୟରେ ଝିଅର ବୟସ ଅତି କମରେ ୧୮ ବର୍ଷ ଏବଂ ପୁଅର ବୟସ ଅତି କମରେ ୨୧ ବର୍ଷ ହେବା ଆବଶ୍ୟକ । ଯେଉଁମାନେ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ସେମାନଙ୍କୁ ସମଗ୍ର ପୋର୍ଟାଲରେ ରେଜିଷ୍ଟର କରିବାକୁ ପଡିବ ।

ବିବାହ ଯୋଜନାର ପଞ୍ଜୀକରଣ ପାଇଁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଅର୍ଥାତ ଏହି ଯୋଜନାରେ ୩୦ ଜୁନ୍‌ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ । ତେଣୁ ଯେଉଁମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାଁନ୍ତି ସେମାନେ ଏହି ସୁଯୋଗ ଲାଭ ପାଇପାରିବେ ।

ଏହି ଯୋଜନା ଅଧୀନରେ ବର୍ତ୍ତମାନ ୫୧,୦୦୦ ଟଙ୍କା ଦିଆ ଯିବ । ଗରିବ ଘରର ବାପାମାନଙ୍କ ଚିନ୍ତାକୁ ଏହି ଯୋଜନା ଦୂର କରିବ । ଏହି ଯୋଜନା ପ୍ରକୃତରେ ଗରିବ ପରିବାର ପାଇଁ ଏକ ଉପହାର । ତେବେ ଏହି ଯୋଜନାର ଲାଭ ଉଠାଇବା ପାଇଁ କେମିତି ଆବେଦନ କରିବେ ଆସନ୍ତୁ ଜାଣିବା ।

. ପ୍ରଥମେ ଆବେଦନକାରୀଙ୍କୁ ଏହି ଯୋଜନାର ଅଫିସିଆଲ୍ ୱେବସାଇଟକୁ ଯିବାକୁ ପଡିବ ।
. ଆପଣ ୱେବସାଇଟରେ ଏଣ୍ଟ୍ରି କରିବା ମାତ୍ରେ ହୋମ ପେଜ୍‌ ଖୋଲିବେ ।
. ଏଠାରେ ଆପଣ “କନ୍ୟା ବିବାହ ଯୋଜନା”ର ଅପ୍ସନ ଦେଖିବାକୁ ପାଇବେ ।
. ଯେତେବେଳେ ଆପଣ ଏହି ଅପ୍ସନ ଉପରେ କ୍ଲିକ୍ କରିବେ, ଆପଣ ଆବେଦନ ଫର୍ମ ଦେଖିପାରିବେ ।
. ଫର୍ମରେ ଆପଣଙ୍କ ନାମ, ଠିକଣା, ଆଧାର ନମ୍ବର, ଏବଂ ବୟସ ଭଳି ସମସ୍ତ ତଥ୍ୟ ପୂରଣ କରିବାକୁ ପଡିବ ।
. ଫର୍ମ ପୂରଣ କରିବା ପରେ ଆପଣଙ୍କୁ “ସବମିଟ୍‌” ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ ।
. ତାପରେ ଆପଣଙ୍କୁ ଲଗଇନ୍ କରିବାକୁ ପଡିବ । ଲଗଇନ୍ ପରେ ଆପଣଙ୍କର ଆବେଦନ ଶେଷ ହେବ ।

ତେବେ ଏଠାରେ କହି ରଖିବାକୁ ଚାହିଁବୁ ଏହି ଯୋଜନା ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଦିଆଯାଉଛି । ଯାହାର ଲାଭ ଗରିବ ପରିବାରଙ୍କୁ ମିଳୁଛି । ଯଦି ଏହି ସୁବିଧା ଓଡ଼ିଶାରେ ଉପଲବ୍ଧ ହୁଅନ୍ତା ତେବେ ଅନେକ ଗରିବ ପରିବାରଙ୍କ ଦୁଃଖ ଦୂର ହୋଇ ପାରନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.