Below header

ନିଜ୍ଜାର ହତ୍ୟାକାଣ୍ଡ ମାମଲା: ତିନି ଜଣ ଭାରତୀୟଙ୍କୁ ଗିରଫ କଲା କାନାଡା ପୋଲିସ

ଗତବର୍ଷ ଜୁନରେ ୮ରେବ୍ରିଟିଶ କଲମ୍ବିଆରେ ଏକ ଗୁରୁଦ୍ୱାର ବାହାରେ ଦୁଇ ବନ୍ଧୁକଧାରୀ ଦୁର୍ବୃତ୍ତ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାରର ହତ୍ୟା ହୋଇଥିଲା । ନିଜ୍ଜାରର ହତ୍ୟା ପରେ ଭାରତ ଓ କାନାଡା ସମ୍ପର୍କରେ ତିକ୍ତତା ଆରମ୍ଭ ହୋଇଥିଲା । କିନ୍ତୁ କାନାଡାର ଅଭିଯୋଗକୁ ଭିତ୍ତିହୀନ ବୋଲି ପ୍ରମାଣିତ କରି ଖାରଜ କରିଦେଇଥିଲା ଭାରତ । ତେବେ ରୟାଲ କ୍ୟାନାଡିଆନ ମାଉଣ୍ଟେଡ ପୋଲିସ ଏହି ମାମଲାରେ ଗିରଫ ୩ ଜଣ ଅଭିଯୁକ୍ତଙ୍କ ଫଟୋ ଜାରି କରିଛି ।

କାନାଡା ପୋଲିସ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ୩ ଜଣ ଭାରତୀୟ ନାଗରିକ ବୋଲି ଜଣାପଡିଛି । ସେମାନଙ୍କ ନାଁ କରଣ ବରାର (୨୨), କମଲପ୍ରୀତ ସିଂ(୨୨), କରଣପ୍ରୀତ ସିଂ (୨୮) ରହିଛି । ତେବେ ଏମାନେ ଗତ ୩/୫ ବର୍ଷ ହେବ କାନାଡାର ଆଲବର୍ଟାର ଏଡମୋଣ୍ଟନରେ ରହୁଥିଲେ । ଏମାନଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଷଡଯନ୍ତ୍ର ମାମଲା ରୁଜୁ ହୋଇଛି । ପୋଲିସ ଏମାନଙ୍କୁ ଶୁକ୍ରବାର ଦିନ ଗିରଫ କରିଛି ।

ସୂଚନାଯୋଗ୍ୟ, ଗତବର୍ଷ ଜୁନରେ ୮ରେବ୍ରିଟିଶ କଲମ୍ବିଆରେ ଏକ ଗୁରୁଦ୍ୱାର ବାହାରେ ଦୁଇ ବନ୍ଧୁକଧାରୀ ଦୁର୍ବୃତ୍ତ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାରର ହତ୍ୟା ହୋଇଥିଲା । ନିଜ୍ଜାରର ହତ୍ୟା ପରେ ଭାରତ ଓ କାନାଡା ସମ୍ପର୍କରେ ତିକ୍ତତା ଆରମ୍ଭ ହୋଇଥିଲା । କିନ୍ତୁ କାନାଡାର ଅଭିଯୋଗକୁ ଭିତ୍ତିହୀନ ବୋଲି ପ୍ରମାଣିତ କରି ଖାରଜ କରିଦେଇଥିଲା ଭାରତ । ତେବେ ରୟାଲ କ୍ୟାନାଡିଆନ ମାଉଣ୍ଟେଡ ପୋଲିସ ଏହି ମାମଲାରେ ଗିରଫ ୩ ଜଣ ଅଭିଯୁକ୍ତଙ୍କ ଫଟୋ ଜାରି କରିଛି ।

ନିଜ୍ଜାର ହତ୍ୟା ମାମଲାରେ ଭାରତର ହାତ ଥିବା ବାରମ୍ବାର ଅଭିଯୋଗ କରି ଆସୁଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଭାରତ ଅଭିଯୋଗକୁ ଖଣ୍ଡନ କରିଥିଲେ ମଧ୍ୟ ମାନିନଥିଲା କାନାଡା । ଏହାପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ବିବାଦ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ପରିଚୟ ଜଣାଇଛି କାନାଡା ଇଣ୍ଡିଗ୍ରେଡଟ ହୋମିସାଇଡ ଇନଭେଷ୍ଟିଗେସନ ଟିମ୍‌ । ଗିରଫ ହୋଇଥିବା ଅଭିଯୁକ୍ତ କରନ ବରାଡ, କମଲପ୍ରୀତ ସିଂ ଏବଂ କରଣପ୍ରୀତ ସିଂ । ତେବେ ପୋଲିସ ଅଭିଯୁକ୍ତଙ୍କ ଫଟୋ ସହିତ ତାଙ୍କ କାର ଫଟୋ ମଧ୍ୟ ଜାରି କରିଛି । ହତ୍ୟା ପୂର୍ବରୁ ଏମାନେ ଯେଉଁ କାର ବ୍ୟବହାର କରିଥିଲେ, ସେ କାରକୁ ପୋଲିସ ଜବତ କରିଛି । ପୋଲିସ ଏହି ମମାଲାରେ ତଦନ୍ତ ଚଳାଇଛି ।

ସୂଚନାଯୋଗ୍ୟ, ହରଦୀପ ସିଂ ଭାରତୀୟ ଏଜେନ୍ସୀ ଦ୍ବାରା ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ସାମିଲ ଥିଲା । ଭାରତରେ ଅନେକ ହିଂସା ଏବଂ ଅପରାଧ ମାମଲାରେ ତାଙ୍କ ନାମ ଜଡିତ ଥିଲା । ସେ ସରି ନଗରୀ‌ ଗୁରୁ ନାନକ ଶିଖ୍‌ ଗୁରୁଦ୍ବାରର ଅଧ୍ୟକ୍ଷ ଥିଲେ । ଭାରତରେ ନି‌ଷିଦ୍ଧ କରାଯାଇଥିବା ଶିଖ୍‌ସ୍‌ ଫର୍‌ ଜଷ୍ଟିସ୍‌ (ଏସ୍‌ଏଫ୍‌ଜେ) ନାମକ ବିଚ୍ଛିନ୍ନତାବାଦୀ ସଙ୍ଗଠନ ସହିତ ତାଙ୍କର ସଂପୃକ୍ତି ରହିଥିଲା । ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ ନିଜ୍ଜାରଙ୍କ ନାମରେ ନ୍ୟାସନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସୀ ପୂର୍ବରୁ ଚାର୍ଜସିଟ୍‌ ଦାଖଲ କରିଥି‌ଲା ।

୨୦୨୨ରେ ପଞ୍ଜାବର ଜଳନ୍ଧରରେ ଜଣେ ହିନ୍ଦୁ ପୂଜକଙ୍କୁ ହତ୍ୟା କରାଯିବା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ନିଜ୍ଜାରଙ୍କୁ ଧରାଇଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି  ଏନ୍‌ଆଇଏ ଘୋଷଣା କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.