Below header

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଛୁରି ଭୁସି ହତ୍ୟା, ଆକ୍ରମଣକାରୀର ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବରଯାତ୍ରୀରେ ଛୁରାମାଡ଼, ଯୁବକ ମୃତ । ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରିରେ ବରଯାତ୍ରୀ ଶୋଭାଯାତ୍ରାବେଳେ ହତ୍ଯାକାଣ୍ଡ । ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଚନ୍ଦ୍ରଗିରିର ପ୍ରଶାନ୍ତ ପ୍ରଧାନ । ମାତ୍ର ୧୫ ଦିନ ତଳେ ବିବାହ କରିଥିଲେ ପ୍ରଶାନ୍ତ ।

ମୋହନା (କେନ୍ୟୁଜ): ବରଯାତ୍ରୀରେ ଛୁରାମାଡ଼, ଯୁବକ ମୃତ । ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରିରେ ବରଯାତ୍ରୀ ଶୋଭାଯାତ୍ରାବେଳେ ହତ୍ଯାକାଣ୍ଡ । ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଚନ୍ଦ୍ରଗିରିର ପ୍ରଶାନ୍ତ ପ୍ରଧାନ । ମାତ୍ର ୧୫ ଦିନ ତଳେ ବିବାହ କରିଥିଲେ ପ୍ରଶାନ୍ତ । ଛୁରାମାଡ଼ କରିଥିବା ଅଭିଯୁକ୍ତ ଶ୍ରୀହରି ପ୍ରଧାନକୁ ଗିରଫ କରିଛି ପୋଲିସ । ପୂର୍ଵ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି।

ଅନ୍ୟପଟେ ହତ୍ୟାକାରୀ ଶ୍ରୀହରିର ଘରକୁ ଜାଳି ଦେବା ସହ ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଘଟଣାସ୍ଥଳରେ ଫୋର୍ସ ମୁତୟନ କରାଯିବା ସହ ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.