ଆଉ ୪୮ ଘଣ୍ଟା ନିଆଁ ବର୍ଷା: ଆଜି ଅତି ଭୀଷଣ ଗ୍ରୀଷ୍ମଲହରୀ ନେଇ ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଆଉ ୪୮ ଘଣ୍ଟା ନିଆଁ ବର୍ଷା। ସାରା ରାଜ୍ୟରେ ଅସମ୍ଭାଳ ତାତି। ଆକାଶରୁ ନିଆଁ ବର୍ଷୁଛି । ଆଜି ବି ବର୍ଷିବ। ଗତକାଲି ୪୩.୬ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟି ଥିଲା । ସ୍ୱଭାବିକଠାରୁ ୫.୭ ଡିଗ୍ରୀ ଉପରେ ରହୁଛି ରାଜଧାନୀ ତାପମାତ୍ରା । ୪୨ ଡିଗ୍ରୀ ଉପରେ ୧୪ ସହରର ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ୱର(କେନ୍ୟୁଜ୍‌): ଆଉ ୪୮ ଘଣ୍ଟା ନିଆଁ ବର୍ଷା। ସାରା ରାଜ୍ୟରେ ଅସମ୍ଭାଳ ତାତି। ଆକାଶରୁ ନିଆଁ ବର୍ଷୁଛି । ଆଜି ବି ବର୍ଷିବ। ଗତକାଲି ୪୩.୬ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟି ଥିଲା । ସ୍ୱଭାବିକଠାରୁ ୫.୭ ଡିଗ୍ରୀ ଉପରେ ରହୁଛି ରାଜଧାନୀ ତାପମାତ୍ରା । ୪୨ ଡିଗ୍ରୀ ଉପରେ ୧୪ ସହରର ତାପମାତ୍ରା ରେକର୍ଡ କରାଯାଇଛି ।

୨୧ ତାରିଖ ଯାଏ ତାତିରୁ ନାହିଁ ନିସ୍ତାର । ଆଜି, ଆସନ୍ତାକାଲି ଓ ୨୧ତାରିଖରେ ଗ୍ରୀଷ୍ମ ପ୍ରବାହ ନେଇ ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ କେନ୍ଦ୍ର। ଡହଡହ ଖରାରେ ଅସ୍ତବ୍ୟସ୍ତ ଲୋକେ । ଆଗାମୀ ୩ଦିନ ଯାଏ ତାତିରୁ ନିସ୍ତାର ନାହିଁ ।

ଆଜି ଅତି ଭୀଷଣ ଗ୍ରୀଷ୍ମଲହରୀ ନେଇ ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତାକାଲି ବି ଜାରି ରହିବ ଗ୍ରୀଷ୍ମଲହରୀ। ଗ୍ରୀଷ୍ମଲହରୀ ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୨୩ତାରିଖ ପରେ ତାତିରେ ଲାଗିପାରେ ସାମାନ୍ୟ ବ୍ରେକ। କିଛି କିଛି ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.