ଜୟପୁରରେ ପାଣ୍ଡିଆନଙ୍କ ରୋଡ ଶୋ’, ସହରର ସମସ୍ତ ୱାର୍ଡରେ ବୁଲି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ

ଜୟପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମେଗା ରୋଡ ଶୋ' । ବୁଧବାର ସଂଧ୍ୟାରେ ସହରର ସମସ୍ତ ୱାର୍ଡରେ ରୋଡ ଶୋ କରିଛନ୍ତି ବିଜେଡିର ଷ୍ଟାର କ୍ୟାମ୍ପେନର କାର୍ତ୍ତିକ ପାଣ୍ଡିଆନ। ସାଙ୍ଗରେ ଥିଲେ କୋରାପୁଟ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା ଓ ବିଧାୟିକା ପ୍ରାର୍ଥୀ ଡ. ଇନ୍ଦିରା ନନ୍ଦ । କାର୍ତ୍ତିକ ପାଣ୍ଡିଆନଙ୍କ ଏହା ପ୍ରଥମ ରୋଡ୍ ଶୋ।

ଜୟପୁର (କେନ୍ୟୁଜ): ଜୟପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମେଗା ରୋଡ ଶୋ’ । ବୁଧବାର ସଂଧ୍ୟାରେ ସହରର ସମସ୍ତ ୱାର୍ଡରେ ରୋଡ ଶୋ କରିଛନ୍ତି ବିଜେଡିର ଷ୍ଟାର କ୍ୟାମ୍ପେନର କାର୍ତ୍ତିକ ପାଣ୍ଡିଆନ। ସାଙ୍ଗରେ ଥିଲେ କୋରାପୁଟ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା ଓ ବିଧାୟିକା ପ୍ରାର୍ଥୀ ଡ. ଇନ୍ଦିରା ନନ୍ଦ । କାର୍ତ୍ତିକ ପାଣ୍ଡିଆନଙ୍କ ଏହା ପ୍ରଥମ ରୋଡ୍ ଶୋ। ଜୟପୁର ବିଧାନସଭା ଆସନକୁ କଂଗ୍ରେସ ହାତରୁ ଛଡ଼ାଇ ନେବାକୁ ଉଦ୍ୟମ କରୁଛି ବିଜେଡି। ଲଗାତର ଦୁଇ ଥର ଏହି ଆସନ ହରାଇଛି ବିଜେଡି। ଜୟପୁର ଅକ୍ତିଆର ପାଇଁ ମେଗା ରୋଡ ଶୋ କରିଛନ୍ତି ପାଣ୍ଡିଆନ।

କୋରାପୁଟ ଲୋକସଭା ଅଧୀନରେ ଆସୁଛି ଜୟପୁର ବିଧାନସଭା। କୋରାପୁଟ ଲୋକସଭା ଆସନକୁ ମଧ୍ୟ ୨୦୧୯ରେ ଅକ୍ତିଆର କରି ନେଇଥିଲା କଂଗ୍ରେସ। ୨୦୨୪ରେ ଏହି ଆସନ ଛଡ଼ାଇ ଆଣିବାକୁ ବିଜେଡି ଉଦ୍ୟମ କରୁଛି। ପାଣ୍ଡିଆନଙ୍କ ମେଗା ରୋଡ ଶୋ’ରେ ହଜାର ହଜାର ବିଜେଡି ସମର୍ଥକ ସାମିଲ ହୋଇଥିଲେ। ରୋଡ୍ ଶୋ’ ବେଳେ ଲୋକଙ୍କ ସହ ହାତ ମିଳାଇଥିଲେ କାର୍ତ୍ତିକ ପାଣ୍ଡିଆନ।

You might also like