Below header

ଆଜି ବି ଜାରି ରହିବ ହିଟ ୱେଭ୍, ୫ରୁ ବଢ଼ିବ କାଳବୈଶାଖୀର ପ୍ରଭାବ

ତାତିରେ ସାମୟିକ ବ୍ରେକ ଲାଗିଛି । ଉପକୂଳ ଓଡ଼ିଶାରେ ଆଶ୍ବସ୍ତି ଆଣିଛି ବୁଧବାର ଅପରାହ୍ଣର କାଳବୈଶାଖୀ ବର୍ଷା । ଭୁବନେଶ୍ବର କଟକ ସମେତ ଆଖପାଖ କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଏହାର ପ୍ରଭାବରେ ଆଜି କିଛି ସ୍ଥାନରେ ତାପମାତ୍ରା ହ୍ରାସ ପାଇବ। ତେବେ ରାଜ୍ୟରେ ତାତିର ପ୍ରକୋପ ଜାରି ରହିବ। ଆଉ ୨୪ ଘଣ୍ଟା ଭୀଷଣ ଗ୍ରୀଷ୍ମଲହରୀ ।

ଭୁବନେଶ୍ୱର (କେନ୍ୟୁଜ): ତାତିରେ ସାମୟିକ ବ୍ରେକ ଲାଗିଛି । ଉପକୂଳ ଓଡ଼ିଶାରେ ଆଶ୍ବସ୍ତି ଆଣିଛି ବୁଧବାର ଅପରାହ୍ଣର କାଳବୈଶାଖୀ ବର୍ଷା । ଭୁବନେଶ୍ବର କଟକ ସମେତ ଆଖପାଖ କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଏହାର ପ୍ରଭାବରେ ଆଜି କିଛି ସ୍ଥାନରେ ତାପମାତ୍ରା ହ୍ରାସ ପାଇବ। ତେବେ ରାଜ୍ୟରେ ତାତିର ପ୍ରକୋପ ଜାରି ରହିବ। ଆଉ ୨୪ ଘଣ୍ଟା ଭୀଷଣ ଗ୍ରୀଷ୍ମଲହରୀ । ଆଜି ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୫ ତାରିଖରୁ କାଳବୈଶାଖୀ ପ୍ରଭାବ ବଢ଼ିବା ସହ ତାତି କମିବ।

ତେବେ ଆଗାମୀ ଦିନରେ କାଳବୈଶାଖୀ ସମ୍ଭାବନାକୁ ଦୃଷ୍ଟିରେ ରଖି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡା, ବାଲେଶ୍ୱର,କେନ୍ଦୁଝର, ରାୟଗଡା ଓ ବାରିପଦାରେ ବର୍ଷା ପ୍ରଭାବରେ ପ୍ରଚଣ୍ଡ ରୁଦ୍ର ତାପରୁ ସାମାନ୍ୟ ଆଶ୍ବସ୍ତି ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ଠାରୁ ୫ ଦିନ ଯାଏ କିଛି କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ଥିବା ବେଳେ ୬ ତାରିଖରୁ ରାଜ୍ୟର ସବୁ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ୭ ତାରିଖରୁ କାଳବୈଶାଖୀ ପ୍ରଭାବରେ ବର୍ଷାର ମାତ୍ରା ବୃଦ୍ଧି ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.